ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା, ଅପରିବର୍ତ୍ତିତ ରହିବ ତାପମାତ୍ରା…

The Sakala Picture
Published On

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ଥିବା ବେଳେ ଏହା ପ୍ରଭାବରେ ୨୨ ତାରିଖ ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ, ଆସନ୍ତା ୪ଦିନ ରାଜ୍ୟରେ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ରାଜ୍ୟବ୍ୟାପୀ ତାପମାତ୍ରାରେ ୨ରୁ ୪ଡିଗ୍ରୀ ଯାଏଁ ହ୍ରାସ ଘଟିବ। ଫଳରେ ବର୍ତ୍ତମାନ ଅପେକ୍ଷା ଅଧିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ଥିବା ବେଳେ ଏହା ପ୍ରଭାବରେ ୨୨ ତାରିଖ ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ, ଆସନ୍ତା ୪ଦିନ ରାଜ୍ୟରେ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ରାଜ୍ୟବ୍ୟାପୀ ତାପମାତ୍ରାରେ ୨ରୁ ୪ଡିଗ୍ରୀ ଯାଏଁ ହ୍ରାସ ଘଟିବ। ଫଳରେ ବର୍ତ୍ତମାନ ଅପେକ୍ଷା ଅଧିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ୨୦ ତାରିଖରେ ଏକାଧିକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷକରି ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ୨୧ ତାରିଖରେ ବର୍ଷାର ବିସ୍ତୃତି କମିବାକୁ ଥିବା ବେଳେ ୨୨ ତାରିଖରେ ରାଜ୍ୟବ୍ୟାପୀ ପାଗ ଆପାତତଃ ଶୁଖିଲା ରହିବ। ସେହିପରି କେନ୍ଦ୍ର ପକ୍ଷରୁ ଅନ୍ୟ ଏକ ସୂଚନାରେ କୁହାଯାଇଛି ଯେ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ଆସନ୍ତାକାଲି କୁହୁଡ଼ି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

20 Dec 2024 By The Sakala

ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା, ଅପରିବର୍ତ୍ତିତ ରହିବ ତାପମାତ୍ରା…

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ଥିବା ବେଳେ ଏହା ପ୍ରଭାବରେ ୨୨ ତାରିଖ ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ, ଆସନ୍ତା ୪ଦିନ ରାଜ୍ୟରେ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ରାଜ୍ୟବ୍ୟାପୀ ତାପମାତ୍ରାରେ ୨ରୁ ୪ଡିଗ୍ରୀ ଯାଏଁ ହ୍ରାସ ଘଟିବ। ଫଳରେ ବର୍ତ୍ତମାନ ଅପେକ୍ଷା ଅଧିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ୨୦ ତାରିଖରେ ଏକାଧିକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷକରି ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ୨୧ ତାରିଖରେ ବର୍ଷାର ବିସ୍ତୃତି କମିବାକୁ ଥିବା ବେଳେ ୨୨ ତାରିଖରେ ରାଜ୍ୟବ୍ୟାପୀ ପାଗ ଆପାତତଃ ଶୁଖିଲା ରହିବ। ସେହିପରି କେନ୍ଦ୍ର ପକ୍ଷରୁ ଅନ୍ୟ ଏକ ସୂଚନାରେ କୁହାଯାଇଛି ଯେ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ଆସନ୍ତାକାଲି କୁହୁଡ଼ି ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର