ପୁରୀ ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ

The Sakala Picture
Published On

ପୁରୀ: ପୁରୀ ଶ୍ରୀନଅରରେ ପାରମ୍ପରିକ ରୀତିରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆହରଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ପଞ୍ଚଦେବତା ପୂଜାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । […]

ପୁରୀ: ପୁରୀ ଶ୍ରୀନଅରରେ ପାରମ୍ପରିକ ରୀତିରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆହରଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ପଞ୍ଚଦେବତା ପୂଜାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ପରେ ଶାସ୍ତ୍ରୀୟ ପୂଜା, ରାମଭିଷେକ ନୀତି ପରେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜଙ୍କର ଅଭିଷେକ କରାଯାଇଛି । ଗଜପତି ମହାରାଜାଙ୍କ ଶୁଭ ଓ ମଙ୍ଗଳପ୍ରଦ ଶାସନ ସହ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ନୀତି ପାଳନ କରାଯାଇଛି । ପୁରୀ ଶ୍ରୀନହରରେ ଏହି ପୁଷ୍ୟାଭିଷେକ ପାଇଁ ଏକ ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୀତି ପରେ ମହାରାଜାଙ୍କୁ ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ । ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳଶାସନର ପ୍ରତିନିଧି ମନ୍ତ୍ର ପାଠ କରି ମହାରାଜଙ୍କ ପୁଷ୍ୟାଭିଷେକ କରିଥିଲେ । ନଡିଆ, ଗୁଆ, ତାମ୍ର ପଇତା ଭେଟିଦେଇଥିଲେ । ଏଥିରେ ଷୋଳଶାସନର ବ୍ରାହ୍ମଣମାନଙ୍କୁ ମଧ୍ୟ ମହାରାଜଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବାର ବିଧି ରହିଛି । ପୁଷ୍ୟାଭିଷେକରେ ଷୋଳଶାସନ ବ୍ରାହ୍ମଣ, ବିଭିନ୍ନ ମଠାର ମଠାଧୀଶ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

08 Jan 2023 By The Sakala

ପୁରୀ ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ

ପୁରୀ: ପୁରୀ ଶ୍ରୀନଅରରେ ପାରମ୍ପରିକ ରୀତିରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆହରଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ପଞ୍ଚଦେବତା ପୂଜାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ପରେ ଶାସ୍ତ୍ରୀୟ ପୂଜା, ରାମଭିଷେକ ନୀତି ପରେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜଙ୍କର ଅଭିଷେକ କରାଯାଇଛି । ଗଜପତି ମହାରାଜାଙ୍କ ଶୁଭ ଓ ମଙ୍ଗଳପ୍ରଦ ଶାସନ ସହ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ନୀତି ପାଳନ କରାଯାଇଛି । ପୁରୀ ଶ୍ରୀନହରରେ ଏହି ପୁଷ୍ୟାଭିଷେକ ପାଇଁ ଏକ ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୀତି ପରେ ମହାରାଜାଙ୍କୁ ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥିଲେ ।

କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ । ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳଶାସନର ପ୍ରତିନିଧି ମନ୍ତ୍ର ପାଠ କରି ମହାରାଜଙ୍କ ପୁଷ୍ୟାଭିଷେକ କରିଥିଲେ । ନଡିଆ, ଗୁଆ, ତାମ୍ର ପଇତା ଭେଟିଦେଇଥିଲେ । ଏଥିରେ ଷୋଳଶାସନର ବ୍ରାହ୍ମଣମାନଙ୍କୁ ମଧ୍ୟ ମହାରାଜଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବାର ବିଧି ରହିଛି । ପୁଷ୍ୟାଭିଷେକରେ ଷୋଳଶାସନ ବ୍ରାହ୍ମଣ, ବିଭିନ୍ନ ମଠାର ମଠାଧୀଶ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର