ଚଳନ୍ତା ଟ୍ରେନରୁ ଠେଲି ଯୁବକଙ୍କୁ ହତ୍ୟା ଘଟଣା: ଫେରାର୍ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ଦେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁରୀ ଜିଆର୍ପି ଥାନା ପୁଲିସ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଡେଲାଙ୍ଗ ଥାନା ଗୋଡ଼ା ମୋଟରୀର ଦୁର୍ଗାପ୍ରସାଦ ବେହେରା (୨୦)। ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୩୧ ତାରିଖ ଅପରାହ୍ନରେ ଅଭିଯୋଗକାରୀ ଡେଲାଙ୍ଗ ଥାନା ବାଲିହୁଙ୍କାର ଧର୍ମେନ୍ଦ୍ର ଜେନା (୧୭) ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଯାତ୍ରା […]
ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ଦେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁରୀ ଜିଆର୍ପି ଥାନା ପୁଲିସ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଡେଲାଙ୍ଗ ଥାନା ଗୋଡ଼ା ମୋଟରୀର ଦୁର୍ଗାପ୍ରସାଦ ବେହେରା (୨୦)।
ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୩୧ ତାରିଖ ଅପରାହ୍ନରେ ଅଭିଯୋଗକାରୀ ଡେଲାଙ୍ଗ ଥାନା ବାଲିହୁଙ୍କାର ଧର୍ମେନ୍ଦ୍ର ଜେନା (୧୭) ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ। ମାତ୍ର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହରିପୁର ଜଙ୍କସନ ନିକଟରେ ଅଭିଯୁକ୍ତ ଦୁର୍ଗାପ୍ରସାଦ ତାଙ୍କ ସାଙ୍ଗଙ୍କ ସହ ମିଶି ଧର୍ମେନ୍ଦ୍ରଙ୍କୁ ଠେଲି ଦେଇଥିଲ। ଗୁରୁତର ଅବସ୍ଥାରେ ଧର୍ମେନ୍ଦ୍ରଙ୍କୁ ଜଟଣୀ ସରକାରୀ ହସ୍ପିଟାଲକୁ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏମ୍ସ ଏବଂ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନଭେମ୍ବର ୪ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏ ନେଇ ଜିଆର୍ପି ଥାନାରେ ଏକ ହତ୍ୟା ମାମଲା (ନଂ.୭୯/୨୩) ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ରବିବାର ଦୁର୍ଗାପ୍ରସାଦକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
21 Apr 2024
By The Sakala

⊕ https://www.thesakala.in/latest-odisha-news/puri/young-man-was-killed-by-being-pushed-from-a-moving-train/article-31601