ଶରଧା ବାଲିରେ ତିନି ରଥ: ମହାପ୍ରଭୁଙ୍କୁ ରଥରେ ଦେଖି ଭାବବିହ୍ବଳ ହେଲେ ଭକ୍ତ
ଭୁବନେଶ୍ବର: ଶରଧା ବାଲିରେ ତିନି ରଥ। ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧା ବାଲିରେ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଧିରେଧିରେ ଆସି ଶରଧା ବାଲିରେ ପହଞ୍ଚିଥିଲା। ମହାପ୍ରଭୁଙ୍କୁ ରଥାରୂଢରେ ଦେଖି ଭକ୍ତମାନେ ଭାବ ବିହ୍ବଳ ହୋଇଯାଇଥିଲେ। ଜୟ ଜଗନ୍ନାଥ … ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଥିଲା ସାରା ପୁରୀ ସହର। ରଥକୁ ଭକ୍ତମାନେ ଟାଣି ନେଇଥିଲେ। କୋରନା ପାଇଁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ […]
ଭୁବନେଶ୍ବର: ଶରଧା ବାଲିରେ ତିନି ରଥ। ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧା ବାଲିରେ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଧିରେଧିରେ ଆସି ଶରଧା ବାଲିରେ ପହଞ୍ଚିଥିଲା। ମହାପ୍ରଭୁଙ୍କୁ ରଥାରୂଢରେ ଦେଖି ଭକ୍ତମାନେ ଭାବ ବିହ୍ବଳ ହୋଇଯାଇଥିଲେ। ଜୟ ଜଗନ୍ନାଥ … ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଥିଲା ସାରା ପୁରୀ ସହର। ରଥକୁ ଭକ୍ତମାନେ ଟାଣି ନେଇଥିଲେ। କୋରନା ପାଇଁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା।
ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଥିଲା। ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଥିଲା । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠୁଥିଲା।
ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଥିଲା। ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣି ନେଇଥିଲେ । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।