ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ ସହର ପୁରୀ

The Sakala Picture
Published On

ପୁରୀ: ଐତିହ୍ୟ ସହର ଭାବେ ଖ୍ୟାତି ଲାଭ କରିଛି ପୁରୀ। ଚାରି ଧାମରୁ ଗୋଟିଏ ଶ୍ରେଷ୍ଠ ଧାମ ହୋଇଥିବାରୁ ପ୍ରତିଦିନ ଏଠାକୁ ଛୁଟି ଆସନ୍ତି ଲକ୍ଷାଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସହରକୁ ବିଶ୍ୱରେ ଏକ ଅନନ୍ୟ ପରିଚୟ ଦେଇଛି। ହେଲେ ସେତେବେଳର ପୁରୀ ସହର ଆଉ ଏବେର ପୁରୀ ସହର ମଧ୍ୟରେ ବହୁ ପରିବର୍ତ୍ତନ ଦେଖାଦେଇଛି। ଯଦି ଆମେ ୨୫ ବର୍ଷ ପଛକୁ ବୁଲି ଚାହିଁବା […]

ପୁରୀ: ଐତିହ୍ୟ ସହର ଭାବେ ଖ୍ୟାତି ଲାଭ କରିଛି ପୁରୀ। ଚାରି ଧାମରୁ ଗୋଟିଏ ଶ୍ରେଷ୍ଠ ଧାମ ହୋଇଥିବାରୁ ପ୍ରତିଦିନ ଏଠାକୁ ଛୁଟି ଆସନ୍ତି ଲକ୍ଷାଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସହରକୁ ବିଶ୍ୱରେ ଏକ ଅନନ୍ୟ ପରିଚୟ ଦେଇଛି। ହେଲେ ସେତେବେଳର ପୁରୀ ସହର ଆଉ ଏବେର ପୁରୀ ସହର ମଧ୍ୟରେ ବହୁ ପରିବର୍ତ୍ତନ ଦେଖାଦେଇଛି। ଯଦି ଆମେ ୨୫ ବର୍ଷ ପଛକୁ ବୁଲି ଚାହିଁବା ତେବେ ଏହି ଉପକୂଳ ସହରର ଏକ ମଳିନ ଇତିହାସ ଦେଖିବାକୁ ମିଳିବ। ଜନବସତି, ଉଠାଦୋକାନୀ ଏବଂ ବିଭିନ୍ନ ମଠ ମନ୍ଦିର ଆଢୁଆଳରେ ଲୁଚି ରହୁଥିଲା ଶ୍ରୀମନ୍ଦିର। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ଯାଏଁ ବିଭିନ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିଲେ ସହରବାସୀଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ। ଜଗା ଦର୍ଶନ କରିବାରେ ମଧ୍ୟ ଅହେତୁକ ସମସ୍ୟାର ସମ୍ମୁଖୀନ ହେଉଥିଲେ ଶ୍ରଦ୍ଧାଳୁ। ଜନବସତିରେ ଲୁକ୍କାୟିତ ହୋଇ ରହୁଥିଲା ଶ୍ରୀମନ୍ଦିରର ଐତିହ୍ୟ, କଳା ଓ ସଂସ୍କୃତି ବୋଲି ସ୍ଥାନୀୟ ପୁରୀ ବାସିନ୍ଦା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ଏବେ ସମୟ ବଦଳିବା ସହ ବଦଳିଛି ପୁରୀର ଚିତ୍ର। ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ବ୍ୟାପକ ବିକାଶ କରିଛନ୍ତି ରାଜ୍ୟ ସରକାର। ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ ସହର ପୁରୀ। ଅବଢା ଯୋଜନାରେ ୪ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଦେଇ ପୁରୀବାସୀଙ୍କୁ ଯୋଗାଇ ଦେଇଛନ୍ତି ବିଭିନ୍ନ ମୌଳିକ ସୁବିଧା। ପୁରୀ ସହର ଭିତିଭୂମିର ବିକାଶ ହେବା ସହ ଗମନାଗମନ ପାଇଁ ନୂଆ ବହୁଥାକିଆ ରାସ୍ତା ନିର୍ମାଣ ହୋଇଛି। ମେଘନାଦ ପାଚେରିର ୭୫ ମିଟର ପରିଧିକୁ ଉଚ୍ଛେଦ କରି ଶ୍ରୀମନ୍ଦିରକୁ ଦେଇଛନ୍ତି ଏକ ନୂଆ ରୂପ। ଯେଉଁ ଶ୍ରୀମନ୍ଦିର ଚାରିପାଖରେ ଦିନେ ଅଳିଆ ଆବର୍ଜନା ପଡିରହୁଥିଲା ଏବେ ତା ଚାରିିପାଖରେ ଘେରି ରହିଛି ସବୁଜିମା। ସବୁଜବଳୟ ଭିତରେ ରହିଛି ଶ୍ରୀମନ୍ଦିର। ଏବେ ଦୂରରୁ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ମେଘନାଦ ପ୍ରାଚିର। ଖାଲି ସେତିକି ନୁହେଁ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେଇଥିବା ୧୩୧ ପରିବାରକୁ ଅନ୍ୟତ୍ର ଥଇଥାନ କରାଇବା ସହ ସେମାନଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଗାଡି ପାର୍କିଂ ପର୍ଯ୍ୟନ୍ତ ପୂରା ସହର ରୂପାନ୍ତରଣର ସ୍ପର୍ଶରେ ଝଲସୁଛି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ବାସ୍ତବତାର ରୂପ ନେବାକୁ ଯାଉଛି, ପୁରୀକୁ ନେଇ ଦେଖିଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାତ୍ର ୨ବର୍ଷରେ ସମ୍ପୂର୍ଣ୍ଣ ହୋଇପାରିଛି ପରିକ୍ରମା ପ୍ରକଳ୍ପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀବାସୀ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

03 Jan 2024 By The Sakala

ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ ସହର ପୁରୀ

ପୁରୀ: ଐତିହ୍ୟ ସହର ଭାବେ ଖ୍ୟାତି ଲାଭ କରିଛି ପୁରୀ। ଚାରି ଧାମରୁ ଗୋଟିଏ ଶ୍ରେଷ୍ଠ ଧାମ ହୋଇଥିବାରୁ ପ୍ରତିଦିନ ଏଠାକୁ ଛୁଟି ଆସନ୍ତି ଲକ୍ଷାଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସହରକୁ ବିଶ୍ୱରେ ଏକ ଅନନ୍ୟ ପରିଚୟ ଦେଇଛି। ହେଲେ ସେତେବେଳର ପୁରୀ ସହର ଆଉ ଏବେର ପୁରୀ ସହର ମଧ୍ୟରେ ବହୁ ପରିବର୍ତ୍ତନ ଦେଖାଦେଇଛି। ଯଦି ଆମେ ୨୫ ବର୍ଷ ପଛକୁ ବୁଲି ଚାହିଁବା ତେବେ ଏହି ଉପକୂଳ ସହରର ଏକ ମଳିନ ଇତିହାସ ଦେଖିବାକୁ ମିଳିବ। ଜନବସତି, ଉଠାଦୋକାନୀ ଏବଂ ବିଭିନ୍ନ ମଠ ମନ୍ଦିର ଆଢୁଆଳରେ ଲୁଚି ରହୁଥିଲା ଶ୍ରୀମନ୍ଦିର। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ଯାଏଁ ବିଭିନ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିଲେ ସହରବାସୀଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ। ଜଗା ଦର୍ଶନ କରିବାରେ ମଧ୍ୟ ଅହେତୁକ ସମସ୍ୟାର ସମ୍ମୁଖୀନ ହେଉଥିଲେ ଶ୍ରଦ୍ଧାଳୁ। ଜନବସତିରେ ଲୁକ୍କାୟିତ ହୋଇ ରହୁଥିଲା ଶ୍ରୀମନ୍ଦିରର ଐତିହ୍ୟ, କଳା ଓ ସଂସ୍କୃତି ବୋଲି ସ୍ଥାନୀୟ ପୁରୀ ବାସିନ୍ଦା କହିଛନ୍ତି।

ଏବେ ସମୟ ବଦଳିବା ସହ ବଦଳିଛି ପୁରୀର ଚିତ୍ର। ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ବ୍ୟାପକ ବିକାଶ କରିଛନ୍ତି ରାଜ୍ୟ ସରକାର। ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ ସହର ପୁରୀ। ଅବଢା ଯୋଜନାରେ ୪ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଦେଇ ପୁରୀବାସୀଙ୍କୁ ଯୋଗାଇ ଦେଇଛନ୍ତି ବିଭିନ୍ନ ମୌଳିକ ସୁବିଧା। ପୁରୀ ସହର ଭିତିଭୂମିର ବିକାଶ ହେବା ସହ ଗମନାଗମନ ପାଇଁ ନୂଆ ବହୁଥାକିଆ ରାସ୍ତା ନିର୍ମାଣ ହୋଇଛି। ମେଘନାଦ ପାଚେରିର ୭୫ ମିଟର ପରିଧିକୁ ଉଚ୍ଛେଦ କରି ଶ୍ରୀମନ୍ଦିରକୁ ଦେଇଛନ୍ତି ଏକ ନୂଆ ରୂପ। ଯେଉଁ ଶ୍ରୀମନ୍ଦିର ଚାରିପାଖରେ ଦିନେ ଅଳିଆ ଆବର୍ଜନା ପଡିରହୁଥିଲା ଏବେ ତା ଚାରିିପାଖରେ ଘେରି ରହିଛି ସବୁଜିମା। ସବୁଜବଳୟ ଭିତରେ ରହିଛି ଶ୍ରୀମନ୍ଦିର। ଏବେ ଦୂରରୁ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ମେଘନାଦ ପ୍ରାଚିର। ଖାଲି ସେତିକି ନୁହେଁ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେଇଥିବା ୧୩୧ ପରିବାରକୁ ଅନ୍ୟତ୍ର ଥଇଥାନ କରାଇବା ସହ ସେମାନଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଗାଡି ପାର୍କିଂ ପର୍ଯ୍ୟନ୍ତ ପୂରା ସହର ରୂପାନ୍ତରଣର ସ୍ପର୍ଶରେ ଝଲସୁଛି।

ବାସ୍ତବତାର ରୂପ ନେବାକୁ ଯାଉଛି, ପୁରୀକୁ ନେଇ ଦେଖିଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାତ୍ର ୨ବର୍ଷରେ ସମ୍ପୂର୍ଣ୍ଣ ହୋଇପାରିଛି ପରିକ୍ରମା ପ୍ରକଳ୍ପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀବାସୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର