ରଥଯାତ୍ରା ୨୦୨୨: ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା

The Sakala Picture
Published On

ପୁରୀ: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି ମିଳିଛି। ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ । ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ […]

ପୁରୀ: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି ମିଳିଛି। ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ । ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ ଭକ୍ତ ଦର୍ଶନ କରିବେ ସିନା କିନ୍ତୁ ସ୍ପର୍ଶ କରିପାରିବେନି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ର ଭଉଁରୀ, ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ଯଳୟରେ ବୈଠକ ବସିଥିଲା । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ବସିଥିଲା। ଏହି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ, ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କୁ ନେଇ  ଅନୁଷ୍ଠିତ ହୋଇଥିଲା। ସ୍ନାନପୂର୍ଣ୍ଣିମା, ରଥଯାତ୍ରା ନେଇ ବିଚାରବିମର୍ଶ  ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ଏଥର କରୋନା ପ୍ରକୋପ କମ ଥିବାରୁ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର