ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନବବଧୂଟିଏ ଭଳି ସଜେଇ ହୋଇଛି ପୁରୀ….

The Sakala Picture
Published On

ଆଉମାତ୍ର ଗୋଟିଏ ଦିନର ଅପକ୍ଷୋ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍‌‌ ୨୦୨୪ ଜାନୁଆରୀ ୧୭ ତାରିଖ ଶ୍ରୀକ୍ଷେତ୍ର ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇରହିବ। ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏହି ଦିନ ଅଭୁଲା ରହିବ। କାରଣ ଏହିଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେବଳ ପରିକ୍ରମା ପ୍ରକଳ୍ପ ନୁହେଁ, ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାଧିକ ପ୍ରକଳ୍ପ ନେବ ବାସ୍ତବରୂପ। ଏଥିପାଇଁ […]

ଆଉମାତ୍ର ଗୋଟିଏ ଦିନର ଅପକ୍ଷୋ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍‌‌ ୨୦୨୪ ଜାନୁଆରୀ ୧୭ ତାରିଖ ଶ୍ରୀକ୍ଷେତ୍ର ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇରହିବ। ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏହି ଦିନ ଅଭୁଲା ରହିବ। କାରଣ ଏହିଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେବଳ ପରିକ୍ରମା ପ୍ରକଳ୍ପ ନୁହେଁ, ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାଧିକ ପ୍ରକଳ୍ପ ନେବ ବାସ୍ତବରୂପ। ଏଥିପାଇଁ ପୁରୀ ଭଳି ଏକ ଛୋଟ ସହରରେ ତିଆରି ହୋଇଛି ଅନେକ ବଡ଼ ବଡ଼ ପ୍ରକଳ୍ପ, ଯାହାକି ଶ୍ରୀକ୍ଷେତ୍ରର ବିକାଶକୁ ଆହୁରି ଗତି ହେବ। ହେଲେ ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ସବୁଠି ଉତ୍ସାହ ଆଉ ବ୍ୟଗ୍ରତା। ଏହାର ଲୋକାର୍ପଣ ପାଇଁ ନବବଧୂଟିଏ ଭଳି ସଜେଇ ହୋଇଛି ପୁରୀ। ଭାବଭକ୍ତିରେ ଉଚ୍ଛୁଳୁଛି ସିଂହଦ୍ୱାରରୁ ଶରଧାବାଲି। ସମସ୍ତେ ଏବେ ପରିକ୍ରମା ପ୍ରକଳ୍ପ ମନସ୍କ। ଚା’ ଖଟିରୁ ଚାକଚକ୍ୟ ହୋଟେଲ, ବସ୍ତିବାସୀରୁ ବୁଦ୍ଧିଜୀବୀ ପୁଣି ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପରିକ୍ରମା ପ୍ରକଳ୍ପର ଚର୍ଚ୍ଚା। ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ମନଛୁଆଁ ଚିତ୍ରକଳା
କେବଳ ଆଲୋକୀକରଣ ନୁହେଁ, ସହରର ବିଭିନ୍ନ ରାସ୍ତାପାର୍ଶ୍ବ କାନ୍ଥ ପ୍ରାଚୀରରେ ଅତ୍ୟନ୍ତ ଆକର୍ଷଣୀୟ ଚିତ୍ରକଳା ସମସ୍ତଙ୍କ ମନ ଟାଣୁଛି। ବିଶେଷକରି ସହରର ପ୍ରମୁଖ ପ୍ରବେଶ ପଥ ପାଚେରୀରେ ରଙ୍ଗତୂଳୀରେ ଶିଳ୍ପୀ ଆଙ୍କିଛନ୍ତି ମନଛୁଆଁ ଚିତ୍ରକଳା। ଶ୍ରୀସେତୁର ଉଭୟ ପାର୍ଶ୍ବ କାନ୍ଥ, ମେଡିକାଲ ଛକ, ଭିଆଇପି ରୋଡ, ସିଟି ରୋଡ, ବଡ଼ଦାଣ୍ଡ, ଶରଧାବାଲି ଯେଉଁଠି କାନ୍ଥ, ପ୍ରାଚୀର ଫାଙ୍କା ଥିଲା ସେଠି ଏବେ ଉତ୍କଳୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି ଚିତ୍ରକଳାରେ। ଏତେ ସୂକ୍ଷ୍ମ ଭାବେ ଏହି ଚିତ୍ରଗୁଡ଼ିକ କରାଯାଇଛି ଯେ, ତାହା ବାସ୍ତବ ବାସ୍ତବ ପରିଲାଗୁଛି। ଏହି କଳାକୃତି ମଧ୍ୟରେ ପୁରୀର କଳା ସଂସ୍କୃତି ଓ ପରମ୍ପରା ବିଶେଷକରି ସାହିଯାତ, ସୌନ୍ଦର୍ଯ୍ୟରାଣୀ ଚିଲିକା, ପଶୁ, ପକ୍ଷୀ, ସାମୁଦ୍ରିକ ଜୀବ, କୋଣାର୍କ ସ୍ଥାନ ଦିଆଯାଇଛି।

ଭକ୍ତଙ୍କୁ ବିଶୁଦ୍ଧ ପାନୀୟ ପାଇଁ ଲାଗିଛି ଡ୍ରିଙ୍କ୍‌ ଫ୍ରମ୍‌‌ ଟ୍ୟାପ୍‌

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଦେଶ ବିଦେଶରୁ ଆସୁଥିବା ଭକ୍ତ ବିଶୁଦ୍ଧ ପାନୀୟ ଟିକେ ପିଇବା ପାଇଁ ପୂର୍ବରୁ ବହୁ ଅସୁବିଧା ସାମ୍ନା କରୁଥିଲେ। କିନ୍ତୁ, ଏବେ ତାହା ଦୂର ହୋଇସାରିଛି। ଶ୍ରୀମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥା ଏବେ ଉପଲବ୍ଧ ହେଲାଣି। ଦେଶ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ବିଶୁଦ୍ଧ ପାନୀୟ ଟିକେ ପିଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି। ସ୍ନାନ ମଣ୍ଡପରୁ ଭକ୍ତ କହୁଛି କେଡେ ସୁନ୍ଦର ବଡ଼ଦାଣ୍ଡ ଓ ବଡ଼ ଦେଉଳ ଯଜ୍ଞ ମଣ୍ଡପରେ କାଳିଆ ଠାକୁର ପାଇଁ ଯଜ୍ଞ, ପୂଜାଚର୍ଚ୍ଚନା ଚାଲିଛି। ଆଉ ସ୍ନାନମଣ୍ଡପ ଉପରୁ ଭକ୍ତ ଦର୍ଶକ ସାଜି ଏହାର ସାନ୍ନିଧ୍ୟ ପାଉଛି। ତାହା ସହ ପତିତପାବନ ବାନାକୁ ଦେଖି ତା ଚକ୍ଷୁ ସେଠି ଲାଖି ଯାଉଛି। ଆଉ ତଳେ ଅନ୍ୟ ଭକ୍ତ ଶ୍ରୀମନ୍ଦିର ଅଭିମୁଖେ ଜଗା ଦର୍ଶନ ପାଇଁ ଯାଉଛନ୍ତି। ଭକ୍ତ, ଭକ୍ତି ଓ ସଂସ୍କୃତିର ଏକ ଅପୂର୍ବ ମିଳନରେ ବଡ଼ଦାଣ୍ଡ କେତେ ଯେ ସୁନ୍ଦର ସୁନ୍ଦର ଦିଶୁଛି। ଲାଗୁଛି କାଳିଆ ସାଆନ୍ତର ରଥ ଯାତ୍ରା ଚାଲିଛି। ହେଲେ ପରେ ଭକ୍ତ ଭଗବାନ ପାଖରୁ କୃପା ଲାଭ କରି କହୁଛି ଏ ଯାତରା ଜଗାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର। ଯଜ୍ଞ ମଣ୍ଡପ ପାଖରେ ଚତୁର୍ଦ୍ଧାମୂର୍ତ୍ତି ସମସ୍ତଙ୍କ ମନ ମୋହୁଛି। ଭକ୍ତ କହୁଛି ଚକାଡୋଳା କରୁଛି ଲୀଳା।

ଶୁଭୁଛି ମନ୍ତ୍ର, ବାଜୁଛି ଢୋଲ… ଗୁଞ୍ଜରିତ ହେଉଛି ହରିବୋଲ ହୁଳହୁଳି ଲୋକାର୍ପଣ ଉତ୍ସବ ପାଇଁ ଏକା ସାଙ୍ଗେ ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ମନ୍ତ୍ର ଶୁଭୁଛି। ତାହା ସହ ଢୋଲ, ମୃଦଙ୍ଗ, ଗିନିରେ କୀର୍ତ୍ତନ ଆକାଶକୁ ଗୁଞ୍ଜରିତ କରି ଦେଉଛି। ମହିଳାଙ୍କ ହୁଳହୁଳି ଓ ପୁରୁଷଙ୍କ ହରିବୋଲ ସହ ଶ୍ରୀକ୍ଷେତ୍ରରେ ସୃଷ୍ଟି ହେଉଛି ରଥଯାତ୍ରା ଭ୍ରମ। ଆହୁରି ମଧ୍ୟ ସିଂହଦ୍ୱାର ଅରୁଣସ୍ତମ୍ଭ ନିକଟରେ ଯଜ୍ଞ ରୂପକ ଅଗ୍ନିରୁ ଭକ୍ତ କାଳିଆ ଠାକୁରକୁ ଦେଖୁଛି। ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏମିତି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଯେମିତି ଲାଗୁଛି ସ୍ୱର୍ଗରୁ ଦେବତା, ନର କିନ୍ନର ସମସ୍ତେ ଜଗା ଉପରେ ପୁଷ୍ପ ବୃଷ୍ଟି କରି କହୁଛନ୍ତି ଏ ଯାତ ଜଗା ପାଇଁ।

ଭିତ୍ତିଭୂମି ଉନ୍ନତି ପାଇଁ ୮.୫୦ କୋଟି
ସେ ବାହୁବଳୀ ସେବାୟତ ହୁଅନ୍ତୁ ବା ଅନ୍ୟ ସେବକ। ପୁରୀରେ ଜାଗା ଆଖଡାକୁ ନେଇ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ମାତ୍ର ଉନ୍ନତ ଭିତ୍ତିଭୂମି ଅଭାବରୁ ସେହି ବାହୁବଳୀ ସେବାୟତମାନେ ଓ ପୁରୀର ଅନ୍ୟ ସେବକ ଜିମ୍‌‌ ମୁହାଁ ହେବାରେ ଲାଗିଛନ୍ତି। ରାଜ୍ୟ ସରକାର ଏହାକୁ ଲକ୍ଷ୍ୟ କରି ତାହାର ଭିତ୍ତିଭୂମିର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ଜାଗା ଆଖଡ଼ାର ଭିତ୍ତିଭୂମି ସହ ତାର ପାରିପାର୍ଶ୍ବିକୁ ନୂଆ ରୂପ ଦିଆଯିବ। ସେଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ପ୍ରାୟ ୮.୫୦କୋଟି ଟଙ୍କା। ଏହିକ୍ରମରେ ଆହୁରି ୩୫ ଟି ଜାଗା ଘର ଯୋଡ଼ିହେବ। ଜାଗା ଆଖଡ଼ାରେ ଏବେ ବି ପାରମ୍ପରିକ ସରଞ୍ଜାମରେ ଯୁବକମାନେ ବ୍ୟାୟାମ କରୁଛନ୍ତି। ସେଥିପାଇଁ ସେମାନେ ପୁରୀରେ ଥିବା ଅନ୍ୟ ଜିମକୁ ଯାଉଛନ୍ତି। ଏହି ଜିମ ଯାଉଥିବା ପିଲାଙ୍କୁ ପୁଣି ଜାଗା ଆଖଡାମନସ୍କ କରିବା ପାଇଁ ଜାଗା ଘର ଗୁଡ଼ିକୁ ଆଧୁନିକତାର ଛାପ ଦେବାକୁ ସ୍ଥିତ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ମୋଟ ୩୫ ଟି ଜାଗା ଘରକୁ ଏଥି ପାଇଁ ମନୋନୟନ କରାଯାଇଛି। ଏହି ଆଖଡ଼ାରେ କସରତ ପାଇଁ ତିଆରି ହେବ ଉନ୍ନତ ଭିତ୍ତିଭୂମି। ତାହା ସହ ଆଖଡ଼ାରେ ପ୍ରସ୍ତୁତ ହେବ ଜିମ ହଲ। ପିଲା ରେସଲିଂ ମାଟରେ କରିବେ କୁସ୍ତି। ପୁରୀରେ ଜାଗା ଆଖଡ଼ା ସଂସ୍କୃତିକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି।ସେଥି ପାଇଁ ମୋଟ ୩୫ ଟି ଜିମ ହଲ୍‌‌ରେ ଜିମ ହଲ୍‌‌ର ନିର୍ମାଣ ହେବ। ଜିମ୍‌‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା। ଜିମ ମଧ୍ୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ଉପଲବ୍ଧ ହେବ। ପୁରୀର ବିଶୁନି, ଗୋପାଳବଲ୍ଲଭ, ରାଜ ବଲ୍ଲଭ, ବଡ଼ ଆଖଡ଼ା, ପାଣ୍ଡ, ସାତ ବଖରା, ମକରଧ୍ୱଜ, ମାଜଣା, ରାହାସ ମହାନ୍ତି, ସୁନ୍ଦରା, ହିଞ୍ଜଳ, ପଞ୍ଚାୟତ, ଗୁରୁଜଙ୍ଗ, ଦୁବେଇ ଭଳି ମୋଟ ୩୫ ଟି ଜାଗାରେ ଜିମ ନିର୍ମାଣ କରାଯିବ। ଏଥି ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟ ଆର୍ଥିକ ସହଯୋଗ କରିବ। ପ୍ରତ୍ୟେକ ଜାଗା ଘର ପାଇଁ ମୋଟ ୨୩ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଜିମ ଘରର ନିର୍ମାଣ କାମ ଆଗେଇ ଚାଲିଛି। ଦୁଇ ମାସ ମଧ୍ୟରେ ଏହା ଶେଷ ହେବାର ଲକ୍ଷ୍ୟ ରଖା ଯାଇଛି।

ଗାଡ଼ି କହୁଛି ବୀରଙ୍କ ଗାଥା

ପୁରୀ ବଡ଼ଦାଣ୍ଡରେ ଏମିତି ଗୋଟିଏ ଗାଡ଼ି ଆଜି ଠିଆ ହୋଇଥିଲା ଯେ କେହି ତାକୁ ଦେଖି ଖୁସି ହେଉଥିଲେ। ପୁରୀ ନବ ଗଠିତ ପୂଜ୍ୟ ପୂଜା ଅଭିଯାନର ଏହି ଗାଡ଼ି ଆମ ରାଜ୍ୟର ଓ ଦେଶର ବୀରଙ୍କ ଗାଥା ଗାଉଛି। ଗାଡ଼ିରେ ଲାଗିଛି ଉତ୍କଳର ମଉଡମଣି ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ, ଜାତିର ପିତା ମହ।।ା ଗାନ୍ଧୀ, ଆକାଶର ଇଗଲ କୁହାଯାଉଥିବା ବିଜୁ ବାବୁ, ସ୍ୱାମୀ ବିବେକାନନ୍ଦ, ପୁରୀର ଚନ୍ଦନ ହଜୁରୀ ଚାଖିଖୁଣ୍ଟିଆଙ୍କ ପରି ଅନେକ ବୀରଙ୍କ କାହାଣୀ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବହୁ ଭକ୍ତ, ଅନୁଷ୍ଠାନ ଓ ସଂଗଠନ ଭିନ୍ନ ଭିନ୍ନ ବାର୍ତ୍ତା ନେଇ ପୁରୀ ଆସୁଛନ୍ତି। ସେପଟେ ପୁରୀ ବସ୍‌‌ ଷ୍ଟାଣ୍ଡରେ ମଧ୍ୟ ଭକ୍ତଙ୍କ ଭିଡ଼ ଅଧିକ ଦେଖାଯାଉଛି। ଲୋକେ ବସିବା ପାଇଁ ବସ୍‌‌ ରେ ମଧ୍ୟ ଆଉ ଯାହା ହେଉନାହିଁ।

ବିଦେଶୀଙ୍କ ଗୀତା ଭାଗବତ
ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ପ୍ରଚାର ପ୍ରସାର ହେଉଛି। ଯାହାର ଝଲକ୍‌‌ ପୁରୀରେ ମଧ୍ୟ ଦେଖିବାକୁ ମିଳୁଛି। ଆଜି ବଡ଼ଦାଣ୍ଡ ଏସି ଟନେଲ୍‌‌ ପାଖରେ ବିଦେଶର ଜଣେ ଭକ୍ତ ସନ୍ନ୍ୟାସୀ ବେଶରେ ଗୀତା ଭାଗବତ ଲୋକଙ୍କୁ ମାଗଣାରେ ବଣ୍ଟନ କରି ନୀଳାଚଳଙ୍କ କୃପା ଲାଭ କରିଛନ୍ତି। ତାହା ସହ ଭକ୍ତ ଜଣକ ଜୟ ଜଗନ୍ନାଥ କହି ଲୋକଙ୍କୁ ପ୍ରଣାମ ମଧ୍ୟ କରୁଥିଲେ। ଯାହା ଲୋକଙ୍କୁ ବେଶ୍‌‌ ପସନ୍ଦ ଆସିଥିଲା। ଲୋକେ ମଧ୍ୟ ମାଗଣାରେ ଓ କିଛି ଟଙ୍କା ଦେଇ ତାଙ୍କଠୁ ଗୀତା ଓ ଭାଗବତ ସହ ଅନ୍ୟ ପୁସ୍ତକ କିଣୁଥିଲେ। ସାଧାରଣରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା। ଲୋକେ କହୁଥିଲେ, ଭକ୍ତ ହେବ ତ ଏମିତି।

ସବୁଜ ସବୁଜ ‘ଶ୍ରୀମାର୍ଗ’
ଜଗନ୍ନାଥ ବଲ୍ଲଭ ପିଲୀଗ୍ରୀମ ସେଣ୍ଟର (ଜେବିପିସି)ରୁ ଏକ ନୂତନ ରାସ୍ତା ‘ଶ୍ରୀମାର୍ଗ’ ଦୋଳବେଦୀକୁ ସଂଯୋଗ କରୁଛି। ପ୍ରାୟ ୮୦୦ ମିଟର ଏହି ରାସ୍ତାକୁ ଖୁବ୍‌‌ କମ୍‌‌ ସମୟ ମଧ୍ୟରେ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି। ଏହି ରାସ୍ତା ଲାଗୁଛି ସବୁଜ ସବୁଜ। ଏହାର ଦୁଇପାର୍ଶ୍ବରେ ଗଛର କୁଣ୍ଡ ସ୍ଥାପନ କରାଯାଇଛି। ସେହିପରି ରାସ୍ତା ପାର୍ଶ୍ବରେ ପଥର କଳାକୃତି ମଧ୍ୟ ଶୋଭାପାଉଛି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀସେତୁ ଦେଇ ଜେବିପିସିରେ ପହଞ୍ଚିବେ। ସେଠାରୁ ଏହି ନୂତନ ରାସ୍ତା ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିକଟକୁ ଆସିବେ।

ଅତିଥିଙ୍କ ଆଗମନ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଦେଶର ପ୍ରମୁଖ ୬୦ ଓ ରାଜ୍ୟର ପ୍ରମୁଖ ମନ୍ଦିର କର୍ମକର୍ତ୍ତାଙ୍କ ସହ ୯୦୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ଶ୍ରୀକ୍ଷେତ୍ର ଆସି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସମ୍ମତି ପ୍ରକାଶ କରିଥିବା ବେଳେ ଅନେକ ଆଗୁଆ ବି ଆସିଗଲେଣି। ତେବେ ପ୍ରମୁଖ ଅତିଥି ୧୭ ତାରିଖ ସକାଳେ ପହଞ୍ଚିବେ। ତେଣୁ ଅତିଥିମାନଙ୍କୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ପୁରୀ। ଏଥିପାଇଁ ସହରର ପ୍ରବେଶ ପଥଠୁ ଆରମ୍ଭ କରି ସାହିଗଳିରେ ଲୋକାର୍ପଣ ଉତ୍ସବର ଛିଟା ଦେଖିବାକୁ ମିଳୁଛି। ବଡ଼ଦାଣ୍ଡରୁ ବେଳାଭୂମି ପୁଣି ସିଂହଦ୍ୱାରରୁ ଶରଧାବାଲି ସବୁ କିଛି ଲାଗୁଛି ନୂଆ ନୂଆ। ବଡ଼ଦାଣ୍ଡର ଉଭୟ ପାର୍ଶ୍ବ କୋଠାକୁ ଗୋଟିଏ ରଙ୍ଗ (ଫିକା ଗୋଲାପୀ) ରଙ୍ଗ ଦିଆଯାଇଥିବା ବେଳେ ନାମଫଳକ ଏକାପ୍ରକାର କରାଯାଇଛି।

ଆଲୋକ ନଗରୀ

ଆଖି ଝଲସାଇବା ଦେବାଭଳି ଆଲୋକୀକରଣ ଶ୍ରୀକ୍ଷେତ୍ରକୁ ଏକ ନୂତନ ରୂପରେ ଉଦ୍‌‌ଭାସିତ କରୁଛି। ଶ୍ରୀକ୍ଷେତ୍ରର ପ୍ରତି ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସଞ୍ଜ ନଇଁଲେ କୋଠାବାଡ଼ିଠୁ ଆରମ୍ଭ କରି ଗଛପତ୍ର ବି ରଙ୍ଗୀନ ଆଲୋକରେ ଝଲସିଉଠୁଛି। ଗଛରେ ଚାନ୍ଦୁଆ ଲାଇଟ୍‌‌ ସାଙ୍ଗକୁ ରଙ୍ଗବେରଙ୍ଗର ଲିଚୁ ଖଞ୍ଜି ଦିଆଯାଇଛି। ବଡ଼ଦାଣ୍ଡର ମାର୍କେଟ କମ୍ପେ୍ଲକ୍ସ ଛକଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲାଇଟ୍‌‌ ଲାଗିଛି। ଏହି ଲାଇଟ୍‌‌ ଦୁଇପାର୍ଶ୍ବ କୋଠାରେ ପଡ଼ିବା ବେଳେ ଏହା ବଡ଼ଦାଣ୍ଡର ଶୋଭାକୁ ଦ୍ୱିଗୁଣିତ କରୁଛି। ରାତି ଏଠି ଲାଗୁଛି ଦିନଭଳି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର