ସରିଲା ଛତିଶା ନିଯୋଗ ବୈଠକ: ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥାକୁ ନେଇ ଆସିଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

The Sakala Picture
Published On

ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ବୈଠକରେ ଚୂଡାନ୍ତ ହେଲା କାର୍ତ୍ତିକ ନୀତି ନିର୍ଘଣ୍ଟ । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳ ଧୂପ ନୀତି ନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଅନୁଷ୍ଠିତ ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଛଭୋଗ ଲାଗି […]

ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ବୈଠକରେ ଚୂଡାନ୍ତ ହେଲା କାର୍ତ୍ତିକ ନୀତି ନିର୍ଘଣ୍ଟ । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳ ଧୂପ ନୀତି ନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଅନୁଷ୍ଠିତ ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଛଭୋଗ ଲାଗି ହେବ । ନଭେମ୍ବର ୮ତାରିଖରେ ଅବକାଶ ପରେ ହରିହର ବେଶ ହେବ ।

ଆହୁରି ପଢ଼ନ୍ତୁ:  କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ସେହିପରି ୧୬ ତାରିଖରେ ବାଙ୍କଚୁଡା ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି ହେବ । ୧୭ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ, ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଆଜିର ଏହ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବେଳେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ । ଛତିଶାନିଯୋଗ ବୈଠକ ପୂର୍ବରୁ ଅର୍ଥ ଓ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର