ନିମାପଡ଼ାରେ ବର୍ଷକ ମଧ୍ୟରେ ମାଟି ମୁଠାଏ ପଡ଼ିନି, ପିସି କାରବାର ବଢ଼ିଛି: ସମୀର

The Sakala Picture
Published On

ପୁରୀ: ବର୍ଷକ ମଧ୍ୟରେ ଘଟିଛି ମୋହଭଙ୍ଗ । ନିମାପଡ଼ାରେ ଅପା ଓରଫ୍‌ ପ୍ରଭାତୀ ପରିଡ଼ା ଓ ଭାଇନା ଓରଫ୍‌ ସମୀର ରଞ୍ଜନ ଦାସଙ୍କ ମଧ୍ୟରେ ରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ବିଜେପିର ବର୍ଷ ପୂର୍ତ୍ତି ଅବସରରେ ନିମାପଡ଼ାରେ ‘ଉତ୍କର୍ଷ ନିମାପଡ଼ା’ ଆୟୋଜନ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପିର ନୂଆ ନେତା ସମୀର ରଞ୍ଜନ ଦାଶ। ଅପା-ଭାଇନାଙ୍କ ମଧ୍ୟରେ ଫାଟ ନେଇ ଦୀର୍ଘଦିନ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଏବେ ହାଟରେ […]

ପୁରୀ: ବର୍ଷକ ମଧ୍ୟରେ ଘଟିଛି ମୋହଭଙ୍ଗ । ନିମାପଡ଼ାରେ ଅପା ଓରଫ୍‌ ପ୍ରଭାତୀ ପରିଡ଼ା ଓ ଭାଇନା ଓରଫ୍‌ ସମୀର ରଞ୍ଜନ ଦାସଙ୍କ ମଧ୍ୟରେ ରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ବିଜେପିର ବର୍ଷ ପୂର୍ତ୍ତି ଅବସରରେ ନିମାପଡ଼ାରେ ‘ଉତ୍କର୍ଷ ନିମାପଡ଼ା’ ଆୟୋଜନ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପିର ନୂଆ ନେତା ସମୀର ରଞ୍ଜନ ଦାଶ। ଅପା-ଭାଇନାଙ୍କ ମଧ୍ୟରେ ଫାଟ ନେଇ ଦୀର୍ଘଦିନ ଧରି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି। ନିମାପଡ଼ାର ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରେ ବୁଲେଇ ବଙ୍କେଇ ବର୍ଷିଛନ୍ତି ସମୀର। ନିମାପଡ଼ାର ବିକାଶ ନେଇ ଅପାଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଭାଇନା।

ଆହୁରି ପଢ଼ନ୍ତୁ: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସମୀର କହିଛନ୍ତି ଯେ ୧୫ ବର୍ଷ ଭିତରେ ଯାହା ସମସ୍ୟା ଦେଖିଥିଲି ସେ ସବୁର ସମାଧାନ ପାଇଁ ଚେଷ୍ଟା କରିଛି। ଆଉ ଯାହା ବି ରହିଛି ତାହା ଉତ୍କର୍ଷ ନିମାପଡ଼ା ହେଉ ବା ଯେ କୌଣସି ମାଧ୍ୟମରେ ହେଉ ଆସନ୍ତା ୪ ବର୍ଷ ମଧ୍ୟରେ ଏହା ହେବ ଆମେ କେବଳ ପ୍ରଚଣ୍ଡ ଆଶାବାଦୀ ନୁହେଁ, ତୁରନ୍ତ କରିବାକୁ ଦାବି କରୁଛୁ। ବର୍ଷେ ପଳାଇଲା ହେଲେ କିଛି ବି ହୋଇ ପାରିଲା ନାହିଁ। ବର୍ଷେ ପରେ ବି ନିମାପଡ଼ାରେ ମାଟି ମୁଠାଏ ପକାଇ ନାହଁ, ଯାହା ବି ହୋଇଛି ତାହା ମୋ ସମୟର ଅର୍ଥାତ୍‌ ପୂର୍ବ ସରକାରର ଅର୍ଥରେ ହୋଇଛି। ଯେଉଁ କାମର ଶୁଭ ଦିଆଯାଇଛି ସେ ଟଙ୍କା ୨୦୨୨-୨୩ ଓ ୨୦୨୩-୨୪ରେ ମଞ୍ଜୁର ହୋଇଥିଲା। ନୂଆ ଯୋଜନା କି କାମ କିଛି ବି ମଞ୍ଜୁର ହୋଇନି।

ଆହୁରି ପଢ଼ନ୍ତୁ: 'କମଲ କା ଫୁଲ, ହମାରା ଭୁଲ', ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ଆରମ୍ଭ କରିବ ଯୁବ ବିଜେଡି

ଏତଦ୍‌ବ୍ୟତୀତ ନିମାପଡ଼ା ଏବଂ ଗୋପରେ ପିସି କାରବାର ବଢ଼ିଯାଇଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସମୀର। ସେ କହିଛନ୍ତି, ୧୫ ବର୍ଷ ଭିତରେ ନିମାପଡ଼ା ଓ ଗୋପରେ ଏମ୍‌ଏଲ୍‌ଏ ଏବଂ ଏମ୍‌ପି ଲ୍ୟାଡ୍‌ରେ ପିସି ଯାଉ ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ଏବଂ ଯେତେ କମ୍ୟୁନିଟି ସେଣ୍ଟର ହେଉଥିଲା ସେଥିରେ ବି ପିସି ଯାଉ ନ ଥିଲା। ଅଫିସରମାନେ ପିସି ମାଗିବାକୁ ସାହସ କରୁ ନ ଥିଲେ। ମୁଁ ରୋକ୍‌ଠୋକ୍‌ ମନା କରି ଦେଇଥିଲି। ଏବେ ବର୍ଷକ ଭିତରେ ବିନା ପିସିରେ ଏମ୍‌ଏଲ୍‌ଏ ଲ୍ୟାଡ୍‌ର ବିଲ୍‌ ହେଉନି ବୋଲି ତାତ୍ସଲ୍ୟ କରିଛନ୍ତି ସମୀର।

ଆହୁରି ପଢ଼ନ୍ତୁ: ପୁରୀ ଭକ୍ତନିବାସରେ ବଢ଼ିଲା ପାର୍କିଂ ଫି: ଏଣିକି ପ୍ରତି କାର ପିଛା ଦେବାକୁ ପଡିବ ୫୦୦ଟଙ୍କା

ଦୁଇ ଗୋଷ୍ଠୀ ପାଳନ କଲେ ଭିନ୍ନଭିନ୍ନ ଉତ୍ସ

କେନ୍ଦ୍ରରେ ବିଜେପି ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରର ୧ବର୍ଷ ପୂର୍ତ୍ତି ଉତ୍ସବ ନିମାପଡ଼ା ବିଜେପିରେ ରହିଥିବା ନୂଆ-ପୁରୁଣା ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟକୁ ଆହୁରି ମେଲାଇ ଦେଇଛି । ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ବିଜେପିର ପୁରୁଣା ଗୋଷ୍ଠୀର ନେତାମାନେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରୁଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁଗତ ଗୋଷ୍ଠୀ ପକ୍ଷରୁ ମଧ୍ୟ ସମାନ୍ତରାଳ ବନ୍ଧୁମିଳନ ଓ ସମାବେଶ ଅନୁଷ୍ଠିତ ହେଉଛି। ବିଜେପିର ଦୁଇ ଗୋଷ୍ଠୀର ସମାନ୍ତରାଳ ସମାବେଶ ଦଳରେ ଥିବା ନୂଆ-ପୁରୁଣା ପାର୍ଥକ୍ୟକୁ ସ୍ପଷ୍ଟ କରି ଦେଇଛି ।

ଗୋଟିଏ ଦିନରେ ନିମାପଡ଼ା ନୂତନ ବାରବାଟୀ ପଡ଼ିଆରେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ଉତ୍କର୍ଷ ନିମାପଡ଼ା-୨୦୨୫’ ମହାସମାରୋହରେ ପାଳନ କରୁଥିବାବେଳେ ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତରେ ଆଉ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଶେଷ କରି ସମୀରଙ୍କ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା, ବ୍ଲକ୍‌ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଅଶୋକ ସାହୁ, ଜୀବନାନନ୍ଦ ମହାପାତ୍ର, ଅଜୟ ସ୍ୱାଇଁ, ରମାରମଣ ଦେବ ପାତ୍ର, ଅମ୍‌ଜାଦ ଖାଁ, ସେକ୍‌ ଚାନ୍ଦ, ପ୍ରକାଶ ସାହୁ, ସୂର୍ଯ୍ୟନାରାୟଣ ପରିଡ଼ା, ରାକେଶ ବେହେରା, ପ୍ରଫୁଲ୍ଲ ପାତ୍ର, ନଳିନୀକାନ୍ତ ନାୟକ, ରଚିତାନନ୍ଦ ଖଟୋଇ, ମହେନ୍ଦ୍ର ମହାପାତ୍ର, ଦୀନବନ୍ଧୁ ସାହୁ, ଅରକ୍ଷିତ ଭୋଇ, ସମିତିସଭ୍ୟା ସସ୍ମିତା ପାତ୍ର, ସନ୍ଦୀପ ପାଇକାରାୟଙ୍କ ସମେତ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ କର୍ମୀ ଅଂଶ ଗ୍ରହଣ କରିବା ପରୋକ୍ଷରେ ପ୍ରଭାତୀଙ୍କ ପତିଆରା ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp