ଆଜି ଆଡ଼ପ ମଣ୍ଡପ ବିଜେ, ଦିନତମାମ୍‌‌ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବିଗ୍ରହ

The Sakala Picture
Published On

ପୁରୀ: ନବଦିନାତ୍ମକ ଯାତ୍ରାରେ ବାହାରି ବଡ଼ଦାଣ୍ଡରେ ଭଉଣୀ ସହ ଅଟକି ଥିଲେ କାଳିଆ ଠାକୁର। ବୁଧବାର ସକାଳେ ପୁନଶ୍ଚ ନନ୍ଦିଘୋଷ ଏବଂ ଦେବଦଳନ ରଥ ଟଣାଯାଇଥିଲା। ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ଯାଇଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଗୁରୁବାର ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିବେ। ମଙ୍ଗଳ ଆଷାଢ ଶୁକ୍ଳ ଦ୍ୱିତୀୟା ଥିଲା ମହାପ୍ରଭୁଙ୍କ […]

ପୁରୀ: ନବଦିନାତ୍ମକ ଯାତ୍ରାରେ ବାହାରି ବଡ଼ଦାଣ୍ଡରେ ଭଉଣୀ ସହ ଅଟକି ଥିଲେ କାଳିଆ ଠାକୁର। ବୁଧବାର ସକାଳେ ପୁନଶ୍ଚ ନନ୍ଦିଘୋଷ ଏବଂ ଦେବଦଳନ ରଥ ଟଣାଯାଇଥିଲା। ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ଯାଇଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଗୁରୁବାର ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିବେ। ମଙ୍ଗଳ ଆଷାଢ ଶୁକ୍ଳ ଦ୍ୱିତୀୟା ଥିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ସଅଳ ନୀତିକାନ୍ତି ଓ ସଅଳ ରଥଟଣା ହୋଇଥିଲା। ହେଲେ ବଡଠାକୁରଙ୍କ ତାଳଧ୍ୱଜ ରଥ ବାଟସାରା ବିଭିନ୍ନ ସ୍ଥାନରେ ମୋଡ଼ ନେବାରୁ ବିଳମ୍ବ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସଞ୍ଜ ଗଡ଼ିଗଲା ସିନା କୌଣସି ରଥ ଶରଧାବାଲିରେ ପହଞ୍ଚି ନ ଥିଲା। ତେଣୁ ଲାଇଟ୍‌‌ ଲଗାଯାଇ ଟଣାଯାଇଥିଲା ରଥ। ତାଳଧ୍ୱଜ ରଥ ରାତି ୮ଟା ୫ରେ ଶରଧାବାଲିରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ରଥଟଣା ବନ୍ଦ ରହିଥିଲା। ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ନନ୍ଦିଘୋଷ ଏବଂ ବଡ଼ଶଙ୍ଖଠାରେ ଦେବଦଳନ ରଥ ଅଟକି ରହିଥିଲା। ରଥାରୂଢ ଠାକୁରଙ୍କୁ ବିଳମ୍ବିତ ରାତି ଯାଏ ମନଭରି ଦର୍ଶନ କରିଥିଲେ ଭକ୍ତ। ବୁଧବାର ପ୍ରାତଃରେ ରଥ ଉପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ସକାଳ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ଡାହୁକର ଡାକ ଓ ଘଣ୍ଟୁଆଙ୍କ ଘଣ୍ଟର ତାଳେ ତାଳେ ନନ୍ଦିଘୋଷ ଓ ଦେବଦଳନ ରଥ ଆଗକୁ ଆଗକୁ ମାଡି ଚାଲିଥିଲା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବାଟରେ ଅଝଟ ହୋଇ ନ ଥିଲେ ଭାଇଭଉଣୀ। ପ୍ରଥମେ ପୂର୍ବାହ୍ନ ୧୦ଟା ୧୦ରେ ଦେବଦଳନ ଏବଂ ୧୦ଟା ୩୫ରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା। ସଙ୍ଗେ ସଙ୍ଗେ ଉଭୟ ରଥ ଚତୁଃପାର୍ଶ୍ବରେ ବ୍ୟାରିକେଡିଂ କରାଯାଇଥିଲା। ଏହାପରେ ରଥ ଉପରେ ଠାକୁରଙ୍କର ଅନ୍ୟାନ ନୀତି ଚାଲିଥିବା ବେଳେ ଦର୍ଶନ ପାଇଁ ଶରଧାବାଲି ମଧ୍ୟ ଲୋକାରଣ୍ୟ ହୋଇପଡ଼ିଥିଲା। ଗୁରୁବାର ଦିନତମାମ୍‌‌ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବିଗ୍ରହ। ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ୱନିୟନ୍ତା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଶୁକ୍ରବାରଠାରୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡପ ଅବଢ଼଼଼ା। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସୁରୁଖୁରରେ ତିନିରଥ ଶରଧାବାଲିରେ ପହଞ୍ଚିଯାଇଛି। ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଭକ୍ତମାନେ ରଥାରୁଢ ଠାକୁରଙ୍କୁ ଦର୍ଶନ କରିପାରିବେ। ଏହାପରେ ପହଣ୍ଡି ହୋଇ ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଥମଥର ପାଇଁ ଗର୍ଭଗୃହରେ ଏସି ଲାଗିଛି। ସେହିପରି ଠାକୁରଙ୍କ ପହଣ୍ଡି ରାସ୍ତାରେ ଖଣ୍ଡେଲାଇଟ୍‌‌ ପଥର ପକାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର