ବ୍ରାଉନସୁଗର ବେପାରୀଙ୍କ ଅଭିନବ ଉପାୟ: ପୁଲିସକୁ ଚକମା ଦେବା ପାଇଁ ବେସରକାରୀ ଗାଡିରେ ସରକାରୀ ଗାଡି ଲେଖି କରୁଥିଲେ ବ୍ରାଉନସୁଗର ଚାଲାଣ

The Sakala Picture
Published On

ପୁରୀ: ପୁଲିସକୁ ଚକମା ଦେଇ ଖସିଯିବା ପାଇଁ ଅଭିନବ ଉପାୟ ଅପାଣାଉଛନ୍ତି ବ୍ରାଉନସୁଗର ବେପାରୀ।  ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ବ୍ରାଉନସୁଗର ଚାଲାଣକାରୀ। ଏକ ବେସରକାରୀ ଗାଡିରେ ଭାରତ ସରକାର ଲେଖି ବ୍ରାଉନସୁଗର ଚାଲାଣ କରୁଥିବା ବେଳେ ପୁଲିସ ଉକ୍ତ ଅଭିଯୁକ୍ତମାନକୁ ଗିରଫ କରିବା ସହ ବ୍ରାଉନସୁଗର ଜବତ କରିଛି। ଗିରଫ ତିନି ବ୍ରାଉନସୁଗର ବେପାରୀ ମାନେ ହେଲେ ଦେବ ପ୍ରସାଦ ମିଶ୍ର (୩୪), ସେକ୍ କରିମ୍ ଉଲ୍ଲା (୩୮) ଓ ସେକ୍ ଅନୁ (୩୪)। […]

ପୁରୀ: ପୁଲିସକୁ ଚକମା ଦେଇ ଖସିଯିବା ପାଇଁ ଅଭିନବ ଉପାୟ ଅପାଣାଉଛନ୍ତି ବ୍ରାଉନସୁଗର ବେପାରୀ।  ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ବ୍ରାଉନସୁଗର ଚାଲାଣକାରୀ। ଏକ ବେସରକାରୀ ଗାଡିରେ ଭାରତ ସରକାର ଲେଖି ବ୍ରାଉନସୁଗର ଚାଲାଣ କରୁଥିବା ବେଳେ ପୁଲିସ ଉକ୍ତ ଅଭିଯୁକ୍ତମାନକୁ ଗିରଫ କରିବା ସହ ବ୍ରାଉନସୁଗର ଜବତ କରିଛି। ଗିରଫ ତିନି ବ୍ରାଉନସୁଗର ବେପାରୀ ମାନେ ହେଲେ ଦେବ ପ୍ରସାଦ ମିଶ୍ର (୩୪), ସେକ୍ କରିମ୍ ଉଲ୍ଲା (୩୮) ଓ ସେକ୍ ଅନୁ (୩୪)।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଦେବଙ୍କ ଘର ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ରାଇଚକ୍ରଧରପୁରରେ ହୋଇଥିବା ବେଳେ ସେକ୍‌ କରିମଙ୍କ ଘର ସେହି ଥାନା ଅନ୍ତର୍ଗତ ପଟିଆର ଶିଖରଚଣ୍ଡି ନଗରରେ। ସେହିଭଳି ଅନୁଙ୍କ ଘର ଇନଫୋସିଟି ଥାନା ଅନ୍ତର୍ଗତ ସିନ୍ଦୁରିଆରେ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ସୂଚନା ଅନୁଯାୟୀ, ଏକ କାର୍‌ରେ ବ୍ରାଉନ୍ ସୁଗର ନେଇ କିଛି ଯୁବକ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୀ ସଦର ଥାନା ଆଇଆଇସି ଏସ୍‌.କେ ମହାନ୍ତି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ସେ ଓ ତାଙ୍କ ଟିମ୍‌ କାର୍‌ଟିକୁ ମାଳତିପୁର ବସଷ୍ଟାଣ୍ଡ ନିକଟରେ ଧରିଥିଲେ। କାର୍‌ଟିକୁ ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଭିଯୁକ୍ତମାନେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ୍ ସୁଗର କିଣି ପୁରୀରେ ବିକ୍ରି କରୁଥିଲେ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

23 Sep 2021 By The Sakala

ବ୍ରାଉନସୁଗର ବେପାରୀଙ୍କ ଅଭିନବ ଉପାୟ: ପୁଲିସକୁ ଚକମା ଦେବା ପାଇଁ ବେସରକାରୀ ଗାଡିରେ ସରକାରୀ ଗାଡି ଲେଖି କରୁଥିଲେ ବ୍ରାଉନସୁଗର ଚାଲାଣ

ପୁରୀ: ପୁଲିସକୁ ଚକମା ଦେଇ ଖସିଯିବା ପାଇଁ ଅଭିନବ ଉପାୟ ଅପାଣାଉଛନ୍ତି ବ୍ରାଉନସୁଗର ବେପାରୀ।  ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ବ୍ରାଉନସୁଗର ଚାଲାଣକାରୀ। ଏକ ବେସରକାରୀ ଗାଡିରେ ଭାରତ ସରକାର ଲେଖି ବ୍ରାଉନସୁଗର ଚାଲାଣ କରୁଥିବା ବେଳେ ପୁଲିସ ଉକ୍ତ ଅଭିଯୁକ୍ତମାନକୁ ଗିରଫ କରିବା ସହ ବ୍ରାଉନସୁଗର ଜବତ କରିଛି। ଗିରଫ ତିନି ବ୍ରାଉନସୁଗର ବେପାରୀ ମାନେ ହେଲେ ଦେବ ପ୍ରସାଦ ମିଶ୍ର (୩୪), ସେକ୍ କରିମ୍ ଉଲ୍ଲା (୩୮) ଓ ସେକ୍ ଅନୁ (୩୪)।

ଦେବଙ୍କ ଘର ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ରାଇଚକ୍ରଧରପୁରରେ ହୋଇଥିବା ବେଳେ ସେକ୍‌ କରିମଙ୍କ ଘର ସେହି ଥାନା ଅନ୍ତର୍ଗତ ପଟିଆର ଶିଖରଚଣ୍ଡି ନଗରରେ। ସେହିଭଳି ଅନୁଙ୍କ ଘର ଇନଫୋସିଟି ଥାନା ଅନ୍ତର୍ଗତ ସିନ୍ଦୁରିଆରେ।

ସୂଚନା ଅନୁଯାୟୀ, ଏକ କାର୍‌ରେ ବ୍ରାଉନ୍ ସୁଗର ନେଇ କିଛି ଯୁବକ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୀ ସଦର ଥାନା ଆଇଆଇସି ଏସ୍‌.କେ ମହାନ୍ତି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ସେ ଓ ତାଙ୍କ ଟିମ୍‌ କାର୍‌ଟିକୁ ମାଳତିପୁର ବସଷ୍ଟାଣ୍ଡ ନିକଟରେ ଧରିଥିଲେ। କାର୍‌ଟିକୁ ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଭିଯୁକ୍ତମାନେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ୍ ସୁଗର କିଣି ପୁରୀରେ ବିକ୍ରି କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର