ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ, ସିଂହଦ୍ୱାରରେ ଜଗିବେ ପ୍ରତିହାରୀ ସେବକ

The Sakala Picture
Published On

ପୁରୀ: ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଛନ୍ତି। ଯାହା ବିଧି ପରମ୍ପରା ବିରୋଧୀ। ପ୍ରତିଟି ଦ୍ୱାରରେ ସୁରକ୍ଷା କର୍ମୀ ନିୟୋଜିତ ହେଉଥିଲେ ହେଁ ସୁରକ୍ଷା ବ୍ୟବସ୍ଥାକୁ କାଟି ମନ୍ଦିରକୁ ଅଣହିନ୍ଦୁ ପଶୁଛନ୍ତି। ନିକଟରେ ଶ୍ରୀମନ୍ଦିରକୁ ଏକାଧିକଥର ଅଣହିନ୍ଦୁଙ୍କ ପ୍ରବେଶ ପରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ବଡ଼ଦେଉଳକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ସେବାୟତ। ଆସନ୍ତା ୧୪ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ୱାରରେ ୨ଜଣ ଲେଖାଏଁ ପ୍ରତିହାରୀ ସେବକଙ୍କୁ ମୁତୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ […]

ପୁରୀ: ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଛନ୍ତି। ଯାହା ବିଧି ପରମ୍ପରା ବିରୋଧୀ। ପ୍ରତିଟି ଦ୍ୱାରରେ ସୁରକ୍ଷା କର୍ମୀ ନିୟୋଜିତ ହେଉଥିଲେ ହେଁ ସୁରକ୍ଷା ବ୍ୟବସ୍ଥାକୁ କାଟି ମନ୍ଦିରକୁ ଅଣହିନ୍ଦୁ ପଶୁଛନ୍ତି। ନିକଟରେ ଶ୍ରୀମନ୍ଦିରକୁ ଏକାଧିକଥର ଅଣହିନ୍ଦୁଙ୍କ ପ୍ରବେଶ ପରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ବଡ଼ଦେଉଳକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ସେବାୟତ। ଆସନ୍ତା ୧୪ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ୱାରରେ ୨ଜଣ ଲେଖାଏଁ ପ୍ରତିହାରୀ ସେବକଙ୍କୁ ମୁତୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ ୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୨ ଜଣ ପ୍ରତିହାରୀ ସେବାୟତ ସିଂହଦ୍ୱାରରେ ରହିବେ। ପରବର୍ତ୍ତୀ ସମୟରେ ଚାରିଦ୍ୱାରରେ ପ୍ରତିହାରୀ ସେବକ ଜଗିବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ସିଂହଦ୍ୱାରରେ ପ୍ରତିହାରୀ ସେବା ରହିଥିଲା। ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା। କେବଳ ରଥଯାତ୍ରା ବେଳେ ସାମୟିକ ଭାବେ ଏହି ସେବା କରାଯାଉଥିଲା। ଏବେ ସିଂହଦ୍ୱାର ପ୍ରତିହାରୀ ସେବାକୁ ପୁନଃ ପ୍ରଚଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପ୍ରଶାସନ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଆଲୋଚନା କରାଯାଇଛି। ମଝିରେ ମଝିରେ ଶ୍ରୀମନ୍ଦିରରେ ଅଣହିନ୍ଦୁମାନେ ପଶି ଯାଉଛନ୍ତି। ସେମାନଙ୍କୁ କେବଳ ସେବାୟତମାନେ ଚିହ୍ନଟ କରିପାରୁଛନ୍ତି। ଅଣହିନ୍ଦୁଙ୍କୁ ଚିହ୍ନଟ କରିବାରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ପୁଲିସ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଟିକେ କଷ୍ଟ ହେଉଛି। କିନ୍ତୁ ପ୍ରତିହାରୀ ସେବାୟତମାନେ ସଙ୍ଗେସଙ୍ଗେ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିପାରିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନାଥାଉ କି, ଶ୍ରୀମନ୍ଦିର ଭିତରକୁ କେବଳ ହିନ୍ଦୁ ହିଁ ପ୍ରବେଶ କରିପାରିବେ। ହେଲେ ଗତ ମାର୍ଚ୍ଚ ୨୩ ତାରିଖରେ ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ମହିଳା ପ୍ରବେଶ କରିଥିଲେ। ବାଇଶିପାହଚରେ ତାଙ୍କୁ ଜଣେ ସେବାୟତ ଚିହ୍ନଟ କରି ଧରିଥିଲେ। ସେହିପରି ଗତ ମାର୍ଚ୍ଚ ୩ ତାରିଖରେ ୪ ଜଣ ଅଣହିନ୍ଦୁ ବାଂଲାଦେଶୀ ପ୍ରବେଶ କରିଥିଲେ। ସେମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପ୍ରସାଦ ଧରି ଫେରିଥିଲେ। ନିକଟରେ ଆଉ ଜଣେ ଅଣହିନ୍ଦୁଙ୍କୁ ବେହେରଣ ଦ୍ୱାର ନିକଟରେ ସେବାୟତ ଧରିଥିଲେ। ତେଣୁ ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ମନ୍ଦିର ପ୍ରଶାସନ ଏବଂ ପ୍ରତିହାରୀ ସେବକଙ୍କ ମଧ୍ୟରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର