ନିଆରା ପରମ୍ପରା: ଟୋକେଇରେ ମହାଦେବଙ୍କ ପ୍ରତିମାକୁ ନିଆଯାଇଥାଏ ଓ ପୂଜା ସରିଲେ ଅଣାଯାଇଥାଏ

The Sakala Picture
Published On

ପୁରୀ (ପ୍ରଦୀପ ରଞ୍ଜନ ବିଶ୍ୱାଳ): କାହିଁ ପୁରାତନ କାଳରୁ ଡେଲାଙ୍ଗ ଅଞ୍ଚଳରେ ଦଣ୍ଡାୟମାନ ବିଶ୍ୱନାଥ ପାହାଡ଼ରେ ଅବସ୍ଥିତ ଶ୍ରୀବିଶ୍ୱନାଥ ଦେବଙ୍କ ମନ୍ଦିର। ସେଠାରେ ଅନାଦିକାଳରୁ ପୂଜାପାଇ ଆସୁଛନ୍ତି ମହାଦେବ। ଅନ୍ୟ ଶୈବପୀଠ ତୁଳନାରେ ଏଠାରେ ନିଆରା ନିତିକାନ୍ତି ଦେଖିବାକୁ ମିଳେ। ଯେଉଁଠି ଠାକୁରଙ୍କୁ ମହାଦେବଙ୍କ ପ୍ରତିମାକୁ ବେତ ଟୋକେଇରେ ପ୍ରତିଦିନ ପାହାଡ଼ ଉପର ମନ୍ଦିରକୁ ନିଆଯାଇଥାଏ ଓ ପୂଜା ସରିଲା ପରେ ସନ୍ଧ୍ୟାରେ ପୁଣି ଟୋକେଇରେ ଭର୍ତ୍ତି କରି ତଳକୁ ଅଣାଯାଇଥାଏ। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର […]

ପୁରୀ (ପ୍ରଦୀପ ରଞ୍ଜନ ବିଶ୍ୱାଳ): କାହିଁ ପୁରାତନ କାଳରୁ ଡେଲାଙ୍ଗ ଅଞ୍ଚଳରେ ଦଣ୍ଡାୟମାନ ବିଶ୍ୱନାଥ ପାହାଡ଼ରେ ଅବସ୍ଥିତ ଶ୍ରୀବିଶ୍ୱନାଥ ଦେବଙ୍କ ମନ୍ଦିର। ସେଠାରେ ଅନାଦିକାଳରୁ ପୂଜାପାଇ ଆସୁଛନ୍ତି ମହାଦେବ। ଅନ୍ୟ ଶୈବପୀଠ ତୁଳନାରେ ଏଠାରେ ନିଆରା ନିତିକାନ୍ତି ଦେଖିବାକୁ ମିଳେ। ଯେଉଁଠି ଠାକୁରଙ୍କୁ ମହାଦେବଙ୍କ ପ୍ରତିମାକୁ ବେତ ଟୋକେଇରେ ପ୍ରତିଦିନ ପାହାଡ଼ ଉପର ମନ୍ଦିରକୁ ନିଆଯାଇଥାଏ ଓ ପୂଜା ସରିଲା ପରେ ସନ୍ଧ୍ୟାରେ ପୁଣି ଟୋକେଇରେ ଭର୍ତ୍ତି କରି ତଳକୁ ଅଣାଯାଇଥାଏ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଡେଲାଙ୍ଗ ହାଟବଜାର ଛକଠାରୁ ଖୋର୍ଦ୍ଧା ଅଭିମୁଖେ ଜଗଦଳପୁର ଗ୍ରାମଦେଇ ପ୍ରାୟ ତିନିକିଲୋମିଟର ଯାତ୍ରାକଲେ ପଡ଼ିଥାଏ ଶୈବପୀଠ ଶ୍ରୀବିଶ୍ୱନାଥ ପାହାଡ଼। ପାହାଡ଼ ତଳୁ ପ୍ରାୟ ଦେଢ଼କିଲୋମିଟର ଉପରକୁ ପାହାଡ଼ ଦେଇ ଯିବାପରେ ପଡ଼ିଥାଏ ଶ୍ରୀବିଶ୍ୱନାଥଙ୍କ ଶିବ ମନ୍ଦିର। ମନ୍ଦିରର ଅବସ୍ଥିତି ଯେତିକି ମନୋରମ, ସେତିକି ଆକର୍ଷଣୀୟ ଓ ପ୍ରାକୃତିକ ପରିବେଶଭରା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାହିଁ କେଉଁ ପୁରାତନ କାଳରୁ ଠାକୁରଙ୍କ କେତେକ ନିଆରା ନିତିକାନ୍ତି ପ୍ରଚଳିତ ହୋଇ ଆସୁଅଛି। ସାଧାରଣତଃ ଶିବ ମନ୍ଦିରଗୁଡ଼ିକରେ ମହାଦେବଙ୍କ ପ୍ରତିମା ସମେତ ମା’ ପାର୍ବତୀ ପୂଜା ପାଉଥିବା ବେଳେ ଏହି ମନ୍ଦିରରେ କେବଳ ମହାଦେବ ପୂଜାପାଇ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ନିତି ଅନୁଯାୟୀ ଠାକୁରଙ୍କ ସେବା କରିଆସୁଥିବା ମାର୍ଫତଦାରଙ୍କ ପରିବାର ଲୋକେ ପ୍ରତିଦିନ ସକାଳୁ ଠାକୁରଙ୍କୁ ଘଣ୍ଟ ଭିତରେ ରଖି ଏକ ବେତରେ ତିଆରି ଟୋକେଇରେ ପାହାଡ଼ ଉପରକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି ଓ ସନ୍ଧ୍ୟା ହେଲେ ଠାକୁରଙ୍କୁ ସେହି ଟୋକେଇରେ ଭର୍ତ୍ତି କରି ନିଜ ଅଗଣାରେ ଥିବା ମନ୍ଦିର ଭିତରେ ସ୍ଥାପନ କରି ରାତ୍ର ପୂଜା ସମ୍ପନ୍ନ କରିଥାନ୍ତି। ତେବେ ୮୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମାର୍ଫତଦାର ବାଳକୃଷ୍ଣ ପଣ୍ଡାଙ୍କ ଦେହାନ୍ତ ପରେ ଜୟକୃଷ୍ଣ ପଣ୍ଡାଙ୍କ ପରିବାର ଲୋକେ ଠାକୁରଙ୍କ ଏହି ରୀତିନୀତି ଯଥାବିଧି ସମ୍ପନ୍ନ କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏହା ସହିତ କେବଳ ଜାଗର ଓ ମାଘସପ୍ତମୀରେ ୭ଦିନ ଧରି ହେଉଥିବା ମହାଯଜ୍ଞରେ ଠାକୁର ପାହାଡ଼ ଉପରେ ରାତିରେ ପୂଜା ପାଆନ୍ତି। ମାନସିକଧାରୀମାନେ ନିଜନିଜର ମାନସିକ ପୂରଣ ହେବା ପାଇଁ ପାହାଡ଼ ଉପରେ ଥିବା ଛୋଟଛୋଟ ପଥରରେ ମନ୍ଦିର ନିର୍ମାଣ କରିଥାଆନ୍ତି। ସେହିପରି ପାହାଡ଼ ଉପରେ ଛିଡ଼ାହୋଇ ଦେଖିଲେ ପୁରୀ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ବାନା ଦେଖାଯାଏ। ଏହି ମନ୍ଦିରର ଚତୁଃପାର୍ଶ୍ବରେ ମା’ ସର୍ବମଙ୍ଗଳା, ଭୈରବୀ ଓ ଲକ୍ଷ୍ମୀଙ୍କ ସହିତ ଶ୍ରୀ ଗଣେଶ, ମହାବୀର, ତ୍ରୀନାଥ ଗୋସାଇଁ ପୂଜା ପାଉଛନ୍ତି। ପହାଡ଼ ଉପର ମନୋରମ ଦୃଶ୍ୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଯେଉଁଠିକି ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ପୂଜକଙ୍କ କହିବାନୁଯାୟୀ ପ୍ରତି ସଂକ୍ରାନ୍ତିରେ ଏଠାରୁ ୫ ହଜାରରୁ ଅଧିକ ଭକ୍ତ ମହାଦେବଙ୍କ ଦର୍ଶନ ପାଇଁ ଆସିଥାନ୍ତି।

ସେହିଭଳି କାର୍ତ୍ତିକମାସ ଚାଲିଥିବା ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି। ଅପରପକ୍ଷେ ମାନସିକ ରଖି ଅନେକ ଏଠାରେ ଭୋଜିଭାତ ଜଳଲାଗି କରିଥାଆନ୍ତି ଓ ମନ୍ଦିର ପରିସରରେ ଗୁହାରିଆ କୋଠରିମାନ ରହିଛି, ଯେଉଁଠାରେ ମନସ୍କାମନା ରଖି ଗୁହାରିଆ ପଡ଼ିଥାଆନ୍ତି। ଏଠାରେ ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ ବୋଲି କୁହନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବନ୍ଧୁ ବାରିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର