ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

The Sakala Picture
Published On

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ୍ (୨୪)। ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୧ ଜଣ ପୁରୀ ବୁଲିବାକୁ ଆସି ଚକ୍ରତୀର୍ଥ ଅଞ୍ଚଳର ଜାନାଡୁ ହୋଟେଲରେ ରହିଥିଲେ। ବୁଧବାର ଅପରାହ୍ନରେ ସମସ୍ତେ ଶଙ୍କର ଇଣ୍ଟରନାଶନାଲ ହୋଟେଲ ନିକଟ ବେଳାଭୂମିରେ ସ୍ନାନ କରୁଥିଲେ । କରେଣ୍ଟରେ ପଡି ବିଶାଲ ଭାସିଯାଇଥିଲେ । […]

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ୍ (୨୪)। ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୧ ଜଣ ପୁରୀ ବୁଲିବାକୁ ଆସି ଚକ୍ରତୀର୍ଥ ଅଞ୍ଚଳର ଜାନାଡୁ ହୋଟେଲରେ ରହିଥିଲେ। ବୁଧବାର ଅପରାହ୍ନରେ ସମସ୍ତେ ଶଙ୍କର ଇଣ୍ଟରନାଶନାଲ ହୋଟେଲ ନିକଟ ବେଳାଭୂମିରେ ସ୍ନାନ କରୁଥିଲେ । କରେଣ୍ଟରେ ପଡି ବିଶାଲ ଭାସିଯାଇଥିଲେ । ଏ ନେଇ ୧୧୨କୁ କଲ୍ ଆସିବା ପରେ ଲାଇ୍‌ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ହେଲେ ସେତେବେଳକୁ ବିଶାଲଙ୍କ ମୃତ ଘଟିସାରିଥିଲା । ଏ ନେଇ ସମୁଦ୍ରକୁଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର