ଆଜି ଭାରତ ବନ୍ଦ: କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ, ଯାନବାହନ ଚଳାଚଳ ବନ୍ଦ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ୩ଟି କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ୨୧ ଦଫା ଦାବି ନେଇ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ଭାରତ ବର୍ଷର ବହୁ ରଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ଓଡ଼ିଶାରେ ମଧ୍ଯ କଂଗ୍ରେସ , ବାମଦଳ ସମୂହ, ସମାଜବାଦୀ ପର୍ଟି, ଆମ ଆଦମୀ ପାର୍ଟି ପରି ପ୍ରମୁଖ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସକାଳ ୬ଟାରୁ ଅପରାହ୍ଣ ୪ଟା […]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ୩ଟି କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ୨୧ ଦଫା ଦାବି ନେଇ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ଭାରତ ବର୍ଷର ବହୁ ରଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ଓଡ଼ିଶାରେ ମଧ୍ଯ କଂଗ୍ରେସ , ବାମଦଳ ସମୂହ, ସମାଜବାଦୀ ପର୍ଟି, ଆମ ଆଦମୀ ପାର୍ଟି ପରି ପ୍ରମୁଖ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ଯନ୍ତ ବନ୍ଦ ପାଳନ କରାଯିବ । ଏହି ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ଯାଳୟ, ଶିକ୍ଷାନୁଷ୍ଠାନ, ଦୋକାନ. ବଜାର, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଜରୁରୀ ସେବା ଜାରି ରହିବ । ଦିଲ୍ଲୀ ବର୍ଡରରେ ଧାରଣା ଚାଷୀ ଧାରଣା ଦେବା ସହ ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆଜି ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ । ସାରା ଦେଶରେ ଚକାଜାମ ହେବ ବୋଲି ଚାଷୀ ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି । ସେପଟେ ଭାରତ ବନ୍ଦକୁ ନଜରରେ ରଖି ଆଜି ଗଡ଼ିବନି ଓଏସଆରଟିସି ବସ । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ଯନ୍ତ ବନ୍ଦ ରହିବ ବସ୍ ।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର