ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ବିୟୋଗ

The Sakala Picture
Published On

କେନ୍ଦ୍ରାପଡ଼ା:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଆଜି ପରଲୋକ ଘଟିଛି। ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ ଓ ହସ୍ପିପିଟାଲରେ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି । କଟକରୁ ତାଙ୍କ ଦେହାବଶେଷ ତାଙ୍କ ପୈତୃକ ବାସଭବନ ଡେରାବିସ୍ ବ୍ଲକ୍ ଅନ୍ତର୍ଗତ ହାଟବାଣପୁର ଗ୍ରାମକୁ ଅଣାଯାଉଥୁବାର ସୂଚନା ଦେଇଛନ୍ତି ତାଙ୍କର ପୁତ୍ର ଶ୍ରୀ ପଞ୍ଚାନନ ଦାସ । ଗାର୍ଡ ଅଫ […]

କେନ୍ଦ୍ରାପଡ଼ା:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଆଜି ପରଲୋକ ଘଟିଛି। ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ ଓ ହସ୍ପିପିଟାଲରେ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି । କଟକରୁ ତାଙ୍କ ଦେହାବଶେଷ ତାଙ୍କ ପୈତୃକ ବାସଭବନ ଡେରାବିସ୍ ବ୍ଲକ୍ ଅନ୍ତର୍ଗତ ହାଟବାଣପୁର ଗ୍ରାମକୁ ଅଣାଯାଉଥୁବାର ସୂଚନା ଦେଇଛନ୍ତି ତାଙ୍କର ପୁତ୍ର ଶ୍ରୀ ପଞ୍ଚାନନ ଦାସ । ଗାର୍ଡ ଅଫ ଅନର ଦିଆଯାଇ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ଏକ ଶୋକ ବାର୍ତାରେ କହିଛନ୍ତି ଯେ, କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଓ ଗୌରବ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ବ୍ରିଟିଶ୍ ରାଜ୍ ବିରୁଦ୍ଧରେ ସଂଗ୍ରାମକରି କାରାବରଣ କରିଥିଲେ। ସେ ଜଣେ ସତ୍ୟନିଷ୍ଠ ପରୋପକାରୀ ବନ୍ଧୁବଚ୍ଛଳ ବ୍ୟକ୍ତି ଥିଲେ।  ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାହାଘରର ୨ ଦିନ ନପୁରୁଣୁ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

ଖବର ଅନୁଯୟୀ, କେନ୍ଦ୍ରାପଡ଼ାର ଗର୍ବ ଓ ଗୌରବ ବର୍ଷିୟାନ୍ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ମକର ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ୍ ହୋଇଥିଲେ ଓ ବ୍ରିଟିଶ୍ରାଜ୍ ବିରୁଦ୍ଧରେ ସଂଗ୍ରାମ କରି କାରାବରଣ କରିଥିଲେ ।

ଆହୁରି ପଢ଼ନ୍ତୁ: ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ: 'ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ, ନହେଲେ ଜେସାକୁ ତେସା ନୀତି ଆପଣାଇବ ଓଡିଶା ପୋଲିସ'

-ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରୀ ମକର ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ (୦୯-୦୮-୨୦୨୩) ଚଳିତ ବର୍ଷ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମ୍ବଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୀତାମ୍ବର ସାମଲ ରାଷ୍ଟ୍ରପତି ଭବନରୁ ଆସିଥୁବା ଅଙ୍ଗବସ୍ତ୍ର ଓ ସାଲ୍ ଏବଂ ପୁଷ୍ପଗୁଚ୍ଛ ଦେଇ ଏହି ସଂଗ୍ରାମୀ ବୀରଙ୍କୁ କ୍ରାନ୍ତି ଦିବସର ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp