କାଇ ଚଟଣିକୁ ଜିଆଇ ଟ୍ୟାଗ୍‍ ପାଇଁ ପ୍ରୟାସ, ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ୱର: ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍‍ ମିଳିପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି। ଥରେ ଏହା ସରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମୟୂରଭଞ୍ଜର ଆଦିବାସୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ […]

ଭୁବନେଶ୍ୱର: ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍‍ ମିଳିପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି। ଥରେ ଏହା ସରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ମୟୂରଭଞ୍ଜର ଆଦିବାସୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଥିବା ଏହି କାଇ (ଓଇକୋଫିଲା ସ୍ମାରାଗଡ଼ିନା) ଚଟଣି ସ୍ୱାସ୍ଥ୍ୟ ପାଇଁ ବି ଭଲ। କାରଣ ଏହି କାଇରେ ପ୍ରୋଟିନ୍‍, କ୍ୟାଲସିୟମ, ଜିଙ୍କ, ଭିଟାମିନ୍‍ ବି ୧୨, ଆଇରନ୍‍, ମ୍ୟାଗ୍ନେସିୟମ୍‍ ଆଦି ରହିଛି। ପୋଟାସିୟମ୍‍, ସୋଡିୟମ, କପର, ଫାଇବର ଓ ୧୮ ଆମିନୋ ଏସିଡ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବେଳେ ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ। ଏ ବାବଦରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଜଗନ୍ନାଥ ପାତ୍ର କହିଛନ୍ତି ଲାର୍ଭା ଓ କିଶୋରବସ୍ଥାରେ ଥିବା ନାଲି ଜନ୍ଦାମାନଙ୍କୁ ଚଟଣି କରିଥାନ୍ତି। ଯେଉଁଥିରେ ସେମାନେ ସ୍ୱାଦ ଅନୁସାରେ ଲୁଣ, ରସୁଣ, ଅଦା, ଲଙ୍କା ଦେଇ ଚଟଣି ପ୍ରସ୍ତୁତ କରନ୍ତି ଓ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି।

ଆହୁରି ପଢ଼ନ୍ତୁ: ପୋଲିସକୁ ନାହିଁ ଟିକେ ବି ଭୟ, ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼

କୃଷି ବିକାଶ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଦୀପକ କୁମାର ମହାନ୍ତି କହିଛନ୍ତି ସାଧାରଣ ଜ୍ୱର, ଥଣ୍ଡା, ହୁପିଙ୍ଗ କାଶ, ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଦୂର କରିବା ଓ ସୁସ୍ଥ ମସ୍ତିଷ୍କ ପାଇଁ ଏହା ବେଶ ଉପଯୋଗୀ। ଆଦିବାସୀ ବୈଦ୍ୟମାନେ କାଇକୁ ସଂଗ୍ରହ କରି ଏହାକୁ ସୋରିଷ ତେଲ ସହ ମିଶାଇ ପାରମ୍ପରିକ ଔଷଧ ପ୍ରସ୍ତୁତ କରିଥାନ୍ତି। ୩୦ ଦିନର ଏଭଳି ତେଲ ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବେଳେ ଗଣ୍ଠିବାତ ରୋଗ, ଚର୍ମରୋଗ ଭଳି ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ଦେଇଥାଏ।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ; ୩ଗିରଫ, ୧୫ ଗାଡି ଜବତ

05 Jul 2022 By The Sakala

କାଇ ଚଟଣିକୁ ଜିଆଇ ଟ୍ୟାଗ୍‍ ପାଇଁ ପ୍ରୟାସ, ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର: ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍‍ ମିଳିପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି। ଥରେ ଏହା ସରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ମୟୂରଭଞ୍ଜର ଆଦିବାସୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଥିବା ଏହି କାଇ (ଓଇକୋଫିଲା ସ୍ମାରାଗଡ଼ିନା) ଚଟଣି ସ୍ୱାସ୍ଥ୍ୟ ପାଇଁ ବି ଭଲ। କାରଣ ଏହି କାଇରେ ପ୍ରୋଟିନ୍‍, କ୍ୟାଲସିୟମ, ଜିଙ୍କ, ଭିଟାମିନ୍‍ ବି ୧୨, ଆଇରନ୍‍, ମ୍ୟାଗ୍ନେସିୟମ୍‍ ଆଦି ରହିଛି। ପୋଟାସିୟମ୍‍, ସୋଡିୟମ, କପର, ଫାଇବର ଓ ୧୮ ଆମିନୋ ଏସିଡ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବେଳେ ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ। ଏ ବାବଦରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଜଗନ୍ନାଥ ପାତ୍ର କହିଛନ୍ତି ଲାର୍ଭା ଓ କିଶୋରବସ୍ଥାରେ ଥିବା ନାଲି ଜନ୍ଦାମାନଙ୍କୁ ଚଟଣି କରିଥାନ୍ତି। ଯେଉଁଥିରେ ସେମାନେ ସ୍ୱାଦ ଅନୁସାରେ ଲୁଣ, ରସୁଣ, ଅଦା, ଲଙ୍କା ଦେଇ ଚଟଣି ପ୍ରସ୍ତୁତ କରନ୍ତି ଓ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି।

କୃଷି ବିକାଶ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଦୀପକ କୁମାର ମହାନ୍ତି କହିଛନ୍ତି ସାଧାରଣ ଜ୍ୱର, ଥଣ୍ଡା, ହୁପିଙ୍ଗ କାଶ, ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଦୂର କରିବା ଓ ସୁସ୍ଥ ମସ୍ତିଷ୍କ ପାଇଁ ଏହା ବେଶ ଉପଯୋଗୀ। ଆଦିବାସୀ ବୈଦ୍ୟମାନେ କାଇକୁ ସଂଗ୍ରହ କରି ଏହାକୁ ସୋରିଷ ତେଲ ସହ ମିଶାଇ ପାରମ୍ପରିକ ଔଷଧ ପ୍ରସ୍ତୁତ କରିଥାନ୍ତି। ୩୦ ଦିନର ଏଭଳି ତେଲ ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବେଳେ ଗଣ୍ଠିବାତ ରୋଗ, ଚର୍ମରୋଗ ଭଳି ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ଦେଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର