ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

The Sakala Picture
Published On

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ରହ୍ମପୁର ଗସ୍ତ ରହିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ହେଲିପ୍ୟାଡରେ ପହଞ୍ଚିବେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ ସହ ୪୩ […]

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ରହ୍ମପୁର ଗସ୍ତ ରହିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ହେଲିପ୍ୟାଡରେ ପହଞ୍ଚିବେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ ସହ ୪୩ ଛାତ୍ରଛାତ୍ରୀଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରିବେ ରାଷ୍ଟ୍ରପତି। ଏହାପରେ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛ।ତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ରାଷ୍ଟ୍ରପତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଡ଼କ ପଥରେ ସେଠାରୁ କଟକରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଟକରେ ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରି ଆସିବେ। ଆସନ୍ତାକାଲି ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

01 Mar 2024 By The Sakala

ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ରହ୍ମପୁର ଗସ୍ତ ରହିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ହେଲିପ୍ୟାଡରେ ପହଞ୍ଚିବେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ ସହ ୪୩ ଛାତ୍ରଛାତ୍ରୀଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରିବେ ରାଷ୍ଟ୍ରପତି। ଏହାପରେ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛ।ତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ରାଷ୍ଟ୍ରପତି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଡ଼କ ପଥରେ ସେଠାରୁ କଟକରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଟକରେ ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରି ଆସିବେ। ଆସନ୍ତାକାଲି ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର