ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷା ପାଇଁ ୧୬ ପ୍ଲାଟୁନ ଫୋର୍ସ ମୁତୟନ

The Sakala Picture
Published On

ଭୁବନେଶ୍ୱର: ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟା ୬ଟାରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନକୁ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟସୂଚୀ ରହିଛି। ୨୭ ତାରିଖ ଆର୍ଥାତ୍‌‌ ସୋମବାର ଦିନ ପାରାଦୀପ ଯାଇ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ […]

ଭୁବନେଶ୍ୱର: ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟା ୬ଟାରେ ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନକୁ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟସୂଚୀ ରହିଛି। ୨୭ ତାରିଖ ଆର୍ଥାତ୍‌‌ ସୋମବାର ଦିନ ପାରାଦୀପ ଯାଇ କାର୍ଯ୍ୟକ୍ରମରେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ରୁଟ୍‌‌ ଲାଇନ୍‌‌ର ସୁରକ୍ଷାକୁ ଦି’ଗୁଣା କରାଯିବ। ଗତକାଲି କାରକେଡ୍‌‌ ରିହର୍ସାଲ କରାଯାଇଛି। ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ଡିସିପି ଓ ଅତିରିକ୍ତ ଡିସିପି ୫ଜଣ, ୧୧ଜଣ ଏସିପି, ୧୮ଜଣ ଇନ୍ସପେକ୍ଟର, ୭୧ଜଣ ଏସ୍‌‌ଆଇ/ଏଏସ୍‌‌ଆଇ, ହାବିଲଦାର ଓ କନଷ୍ଟେବଳ ମିଶାଇ ୧୪୭ଜଣ, ଦୁଇ ୟୁନିଟ୍‌‌ ଏସ୍‌‌ଟିୟୁ, ୫୬ଜଣ ଗୃହରକ୍ଷୀ ଓ ୨୦ ଜଣ ମହିଳା କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ଏୟାରପୋର୍ଟ ଓ ରାଜଭବନରେ ଆହୁରି ସୁରକ୍ଷାକୁ କଡାକଡି କରିବା ଲାଗି ଦୁଇଟି କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ପାରାଦୀପ କାର୍ଯ୍ୟକ୍ରମ ସାରି ସୋମବାର ଅପରାହ୍ଣରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି କାର୍ଯ୍ୟସୂଚୀରେ ସ୍ଥିର କରାଯାଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର