କୁବେର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ନିଲମ୍ବିତ, ଭିଜିଲାନ୍ସ ଠାବ କରିଥିଲା ୧୪ କୋଟି ୮୭ ଲକ୍ଷ ସମ୍ପତ୍ତି
ଭୁବନେଶ୍ବର : ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲ ନିଲମ୍ବିତ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଯାହା ପରେ ଆଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୂରୁପ ତାଙ୍କୁ ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ (OPWHC)ରୁ ନିଲମ୍ବିତ କରାଯାଇଛି। ଏନେଇ OPWHC ସିଏମ୍ଡି ସଂଜୀବ ପଣ୍ଡା ସୂଚନାଦେଇଛନ୍ତି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର […]
ଭୁବନେଶ୍ବର : ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲ ନିଲମ୍ବିତ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଯାହା ପରେ ଆଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୂରୁପ ତାଙ୍କୁ ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ (OPWHC)ରୁ ନିଲମ୍ବିତ କରାଯାଇଛି। ଏନେଇ OPWHC ସିଏମ୍ଡି ସଂଜୀବ ପଣ୍ଡା ସୂଚନାଦେଇଛନ୍ତି।
ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଗତକାଲି ଭିଜିଲାନ୍ସ ଗିରଫ କରିଥିଲା । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ ପତ୍ନୀଙ୍କୁ ଦୀର୍ଘ ସମୟ ଧରି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ। ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଥିଲା। ବୁଧବାର ଗିରଫ କରାଯାଇ ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ପରେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ପ୍ରତାପଙ୍କ ଆୟବର୍ହିଭୁତ ସମ୍ପତ୍ତି ହେଉଛି ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କା । ଯାହା ତାଙ୍କ ଆୟ ଠାରୁ ୧୦୨୧ ପ୍ରତିଶତ ଅଧିକ। ମଙ୍ଗଳବାର ଠାରୁ ଅଟକ ଥିବା ପ୍ରତାପଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ତାଙ୍କ ବିରୁଦ୍ଧରେ ୟୁ/ଏସ୍ ୧୨(୨), ଆର/ଡବ୍ଲ୍ୟୁ ୧୩(୧), ବି/୧୨ ପିସି ଆକ୍ଟ ୧୯୮୮ରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ସେହି ଭଳି ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ଏସ.ପି ଆର. ପ୍ରକାଶ କହିଛନ୍ତି, “ପ୍ରତାପଙ୍କ ଘରେ ୨୨ ଘଣ୍ଟା ଧରି ଭିଜିଲାନ୍ସ ଚଢ଼ାଉ କରିଥିଲା । ଏବେ ସୁଦ୍ଧା ତାଙ୍କ ପାଖରୁ ଠାବ ହୋଇଛି ୧୪ କୋଟି, ୮୭ ଲକ୍ଷ, ୪୧ ହଜାର ୧୯୪ ଟଙ୍କା ଆୟବର୍ହିଭୁତ ସମ୍ପତ୍ତି। ଯାହା ତାଙ୍କ ଆୟ ଠାରୁ ୧୦୨୧ ପ୍ରତିଶତ ଅଧିକ । ମଙ୍ଗଳବାର ଠାରୁ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଠାବ ହୋଇଥିବା ସମ୍ପତ୍ତିକୁ ନେଇ ସେ ସଠିକ୍ ତଥ୍ୟ ଦେଇ ପାରି ନଥିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ତାଙ୍କ ପତ୍ନିଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।”
ମଙ୍ଗଳବାର ପ୍ରତାପଙ୍କ ଘର ସମେତ ୧୧ଟି ସ୍ଥାନରେ ଏକ କାଳିନ ଚଢ଼ାଉ କରିଥିଲା ଭିଜଲାନ୍ସ ବିଭାଗ । ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବ୍ୟାଙ୍କରେ ଜମା ରହିଛି ୧ କୋଟି, ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ବୀମା ପ୍ରିମିୟମ ରାଶି ରହିଛି ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କା । ଗୋଠପାଟଣାରେ ଥିବା ୫ ମହଲା ଘରର ସରକାରୀ ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ୨୫ଟି ପ୍ଲଟର ରେଜଷ୍ଟ୍ରସନ୍ ଓ ଷ୍ଟାମ୍ପ ମୂଲ୍ୟ ସରକାରୀ ଭାବେ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କ । ବାସ୍ତବରେ ଏ ସବୁ ସମ୍ପତ୍ତିର ବଜାର ଦର ଢ଼େର ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ।
ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା କହିଛନ୍ତି, “ଯେଉଁମାନେ ଦୁର୍ନୀତି ଖୋର କର୍ମଚାରୀ ସେମାନଙ୍କ ବିରୁଦ୍ଧରେ ଆମେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ପୂର୍ବରୁ ମଧ୍ୟ ଏକାଧିକ ଦୁର୍ନୀତି ଖୋର କର୍ମଚାରୀଙ୍କ ବିରୁଦ୍ଧରେ ଆମେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିସାରୁଛି । ଆଗକୁ ମଧ୍ୟ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିବ ସେମାନଙ୍କ ବିରୁଦ୍ଧରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।” ସୂଚନା ଅନୁସାରେ, ମଙ୍ଗଳବାର ଆୟବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ପ୍ରତାପଙ୍କ ଅଫିସ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଘରୁ ଜବତ ହୋଇଛି ନଗଦ ୩୮ଲକ୍ଷ ୧୨ହଜାର ଟଙ୍କା । ସେହିଭଳି ପ୍ରତାପଙ୍କ ଠାରୁ ଠାବ ହୋଇଛି ୨୫ଟି ଅସ୍ଥାବର ସମ୍ପତି । ଯେଉଁଥିରେ ରହିଛି ୨୨ଟି ପ୍ଲଟ । ଭଦ୍ରକରେ ପ୍ରତାପଙ୍କ ନାମରେ ରହିଛି ୫ଟି ପ୍ଲଟ ସାଙ୍ଗକୁ ଏକ ୪ ମହଲା ବିଶିଷ୍ଟ ଘର । ସ୍ତ୍ରୀ ସସ୍ମିତା ସାମଲଙ୍କ ନାମରେ ରହିଛି ୧୪ଟି ପ୍ଳଟ ଓ ଗୋଠପାଟଣାରେ ୩ କୋଟି ୨୫ ଲକ୍ଷ ୬୦ ହଜାର ମୂଲ୍ୟର ୫ ମହଲା ଘର । ଖାଲି ଏତିକି ନୁହେଁ ସରକାନ୍ତରାରେ ମଧ୍ୟ ପତ୍ନୀ ସସ୍ମିତାଙ୍କ ନାମେର ରହିଛି ଏକ ମହଲା ବିଶିଷ୍ଟ ଘର । ପୁଅ ପ୍ରୀତମ ନାମରେ ଖୋର୍ଦ୍ଧାରେ ରହିଛି ୪ଟି ପ୍ଲଟ । ଜୟଦେବ ବିହାରରେ ଥିବା ନରେନ୍ଦ୍ର ଭିଲ୍ଲା ଆପାର୍ଟମେଣ୍ଟରେ ରହିଛି ଏକ ଫ୍ଲାଟ ।
ଅନ୍ୟପଟେ ପୁଲିସ ହାଉସିଂବୋର୍ଡରେ ଡେପୁଟୀ ମ୍ୟାନେଜର ଭାବେ କାମ କରୁଥିବା ପ୍ରତାପ ସାମଲ, ସିନେମାରେ ଟଙ୍କା ଲଗାଉଥିବା ନେଇ ତଥ୍ୟ ଆଗକୁ ଆସିଛି । ଏହି ଫିଲ୍ମରେ ଆଉ ଜଣଙ୍କ ସହ ପ୍ରଯୋଜକ ଅଛନ୍ତି ପ୍ରତାପ ସାମଲଙ୍କ ପତ୍ନୀ ସସ୍ମିତା ସାମଲ । ତେଣୁ ସନ୍ଦେହ ହେଉଛି, କଳା ଟଙ୍କାକୁ ସିନେମାରେ ଲଗାଉଥିଲେ କୁବେର ସରକାରୀ ବାବୁ ପ୍ରତାପ ସାମଲ । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ୟ୍ୟକାରୀ ପ୍ରଯୋଜକ ।






