ଧର୍ମେନ୍ଦ୍ରଙ୍କ ‘ସୁଆଙ୍ଗ’କୁ ପ୍ରଣବଙ୍କ ‘ଅହଂକାରୀ’ ତୀର: ମହାପ୍ରଭୁ ଜଗନ୍ନାଥ ଓଡ଼ିଶାରୁ ଅହଙ୍କାରୀଙ୍କୁ କେବେ ଜିତିବାକୁ ଦେବେ ନାହିଁ

The Sakala Picture
Published On

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅକସ୍ମାତ ତୀବ୍ର ହୋଇଛି ବିଜେପି-ବିଜେଡି ଶବ୍ଦଯୁଦ୍ଧ। ସ୍ୱଚ୍ଛ ଓ ପାରଦର୍ଶୀ ରାଜ୍ୟ ସରକାର ନାଁରେ ‘ସୁଆଙ୍ଗ’ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ତତ୍‍କ୍ଷଣାତ୍‍ ଜବାବ ଦେଇଛି ବିଜେଡି। ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଭାଈ ବୋଲି ତ ସମ୍ବୋଧନ ତ କରିଛନ୍ତି; କିନ୍ତୁ ଯେଉଁ ‘ଅହଂକାରୀ’ ତୀର ମାରିଛନ୍ତି ସେଥିରେ ଏକ ସମୟରେ ଘାଇଲା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ତାଙ୍କ ଦଳ ବିଜେପି। […]

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅକସ୍ମାତ ତୀବ୍ର ହୋଇଛି ବିଜେପି-ବିଜେଡି ଶବ୍ଦଯୁଦ୍ଧ। ସ୍ୱଚ୍ଛ ଓ ପାରଦର୍ଶୀ ରାଜ୍ୟ ସରକାର ନାଁରେ ‘ସୁଆଙ୍ଗ’ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ତତ୍‍କ୍ଷଣାତ୍‍ ଜବାବ ଦେଇଛି ବିଜେଡି। ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଭାଈ ବୋଲି ତ ସମ୍ବୋଧନ ତ କରିଛନ୍ତି; କିନ୍ତୁ ଯେଉଁ ‘ଅହଂକାରୀ’ ତୀର ମାରିଛନ୍ତି ସେଥିରେ ଏକ ସମୟରେ ଘାଇଲା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ତାଙ୍କ ଦଳ ବିଜେପି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏହି ବାଦ ବିସମ୍ବାଦର ଆରମ୍ଭ ହୋଇଥିଲା ଆଜି ସକାଳେ। ମାହାଙ୍ଗାରେ ଦଳୀୟ ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ କଟୁ ଟିପ୍ପଣୀ ଦେଇଥିଲେ। ରାଜ୍ୟ ସରକାର ପାରଦର୍ଶୀ ସରକାର କହି ସୁଆଙ୍ଗ ରଚୁଛନ୍ତି। ସରକାରୀ କଳର ଅପବ୍ୟବହାର କରି ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି। ଜୋର ଜବରଦସ୍ତ ଶାସନ ଚଳାଇବା ରାଜ୍ୟ ସରକାରଙ୍କ ନୀତି ହୋଇ ଯାଇଛି। ଅବ୍ୟବସ୍ଥା, ଅତ୍ୟାଚାର ଓ ଅନ୍ୟାୟକୁ ଗଣତନ୍ତ୍ରରେ ନାଗରିକମାନେ ସହ୍ୟ କରନ୍ତି ନାହିଁ। ଆପଣଙ୍କ ଦମ୍ଭକୁ ମହାପ୍ରଭୁ ଜଗନ୍ନାଥ ଦେଖୁଛନ୍ତି। କେତେ ବଡ଼ ବଡ଼ ଲୋକଙ୍କ ଦର୍ପକୁ ମହାପ୍ରଭୁ ଓଡ଼ିଶାରେ ନୁଆଁଇଛନ୍ତି ବୋଲି ଧର୍ମେନ୍ଦ୍ର ଟିପ୍ପଣୀ କରିଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ମାତ୍ର ଏହାର କିଛି ସମୟ ମଧ୍ୟରେ ଧର୍ମେନ୍ଦ୍ରଙ୍କ କଟ୍ୟୁକ୍ତିର ପାଲଟା ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ। ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱାହି ଦେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ନିଶାଣ କରିଥିଲେ, ସେହି ମହାପ୍ରଭୁଙ୍କ ଦ୍ୱାହି ଦେଇ ପ୍ରଣବ ପ୍ରକାଶ କେନ୍ଦ୍ରମନ୍ତ୍ରୀଙ୍କୁ ତେରଛା ତୀର ମାରିଛନ୍ତି। ଟ୍ୱିଟ୍‍ କରି ପ୍ରଣବପ୍ରକାଶ କହିଛନ୍ତି ଯେ କେବଳ ପ୍ରଭୁ ଜଗନ୍ନାଥଙ୍କ ଉପରେ ଭରସା ନୁହେଁ, ତାଙ୍କର ବିଶ୍ୱାସ ମଧ୍ୟ ରହିଛି। ଅହଂକାରୀ ଲୋକଙ୍କୁ ମହାପ୍ରଭୁ ଓଡ଼ିଶା ମାଟିରୁ କେବେ ବି ଜିତିବାକୁ ଦେବେ ନାହିଁ। ଆପଣ ବି ଏହା ଅନୁଭବ କରିଛନ୍ତି ବୋଲି ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରଣବପ୍ରକାଶ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଧର୍ମେନ୍ଦ୍ରଙ୍କ କଟ୍ୟୁକ୍ତି ଓ ପ୍ରଣବପ୍ରକାଶଙ୍କ ପାଲଟା ଟ୍ୱିଟ୍‍ ପରେ ଶୀତରେ ବି ଅକସ୍ମାତ ତତଲା ହୋଇଛି ରାଜ୍ୟ ରାଜନୀତି। ପଞ୍ଚାୟତ ନିର୍ବାଚନ ଉଷ୍ଣତା ରାଜ୍ୟ ରାଜନୀତିକୁ ଉଷ୍ଣ କରୁଥିବାବେଳେ ଦୁଇ ଦଳର ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଶୀତଳ ବାକଯୁଦ୍ଧ ରାଜନୀତିରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର