ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଜଣେ ମୃତ, ୩ ଗୁରୁତର

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୋଗ ଆନୁସାରେ, ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୋଗ ଆନୁସାରେ, ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଉକ୍ତ ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଅବିନାଶ ବରଡ଼, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପୋଲାଇ । ସମସ୍ତ ଗୁରୁତର ଆହତ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅବିନାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ନିର୍ବାଚନୀ ହିଂସା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

13 Mar 2022 By The Sakala

ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଜଣେ ମୃତ, ୩ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୋଗ ଆନୁସାରେ, ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।

ଉକ୍ତ ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଅବିନାଶ ବରଡ଼, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପୋଲାଇ । ସମସ୍ତ ଗୁରୁତର ଆହତ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅବିନାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ନିର୍ବାଚନୀ ହିଂସା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର