ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ୧୦ ଜିଲ୍ଲାକୁ ଗଲେ ଉଦ୍ଧାରକାରୀ ଦଳ

The Sakala Picture
Published On

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୦ ଜିଲ୍ଲାକୁ ଉଦ୍ଧାରକାରୀ ଦଳ ପଠାଇଛି। ଏହାସହିତ ପ୍ରାଥମିକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଜିଲ୍ଲାକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏନଡିଆର୍‍ଏଫ, ଓଡ୍ରାଫ୍‍ ଓ ଅଗ୍ନିଶମ ବାହୀନୀକୁ ମିଶାଇ ୨୬୬ ଟି ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ ମଧ୍ୟରୁ ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ୩୩ଟି ଓଡ୍ରାଫ ଟିମ୍‍କୁ ମୁତୟନ କରାଯାଇଛି ଓ ବାକି ୨୭ଟି […]

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୦ ଜିଲ୍ଲାକୁ ଉଦ୍ଧାରକାରୀ ଦଳ ପଠାଇଛି। ଏହାସହିତ ପ୍ରାଥମିକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଜିଲ୍ଲାକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏନଡିଆର୍‍ଏଫ, ଓଡ୍ରାଫ୍‍ ଓ ଅଗ୍ନିଶମ ବାହୀନୀକୁ ମିଶାଇ ୨୬୬ ଟି ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ ମଧ୍ୟରୁ ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ୩୩ଟି ଓଡ୍ରାଫ ଟିମ୍‍କୁ ମୁତୟନ କରାଯାଇଛି ଓ ବାକି ୨୭ଟି ଟିମ୍‍ କୁ ରିଜର୍ଭ ରଖାଯାଇଛି। ସେହିପରି ୨୪ଟି ଏନଡିଆରଏଫ ଟିମ୍‍କୁ ମଧ୍ୟ ମତୟନ କରାଯାଇଥିବା ବେଳେ ୧୦ଟି ଟିମ୍‍ ରିଜର୍ଭ ରଖାଯାଇଛି। ୧୫୮ଟି ଅଗ୍ନିଶମ ସେବା ଟିମକୁ ମୁତୟନ କରାଯାଇ ୧୪ଟି ଟିମକୁ ରିଜର୍ଭ ରଖାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ବାତ୍ୟାର ଗତିପଥ ଆଜି ଅର୍ଥାତ ଶୁକ୍ରବାର ସ୍ପଷ୍ଟ ଜଣାପଡ଼ିବ। ଏହା ପରେ ଜିଲ୍ଲାପାଳମାନଙ୍କୁ ସେହି ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯିବ। ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ସ୍କୁଲ, ପଞ୍ଚାୟତ ଗୃହ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୃହକୁ ଖୋଲା ରଖିବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏହାବ୍ୟତୀତ ଆସନ୍ନପ୍ରସବା ମହିଳାମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ଏବାତ୍ୟା ପରେ ବିଦ୍ୟୁତ ଓ ଟେଲିକମ୍‍ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ଏସ୍‍ାରସି କହିଛନ୍ତି। ଯେଉଁଠି ଟେଲିଫୋନ୍‍ ଟାୱାର କ୍ଷତିଗ୍ରସ୍ତ ହେବ, ସେଠାରେ ଥିବା ଅନ୍ୟ କମ୍ପାନୀର ଟାୱାର ମାଧ୍ୟମରେ ଟେଲିଫୋନ୍‍ ସେବାକୁ ତତ୍କାଳ ଯୋଗାଯୋଗ ସମ୍ପନ୍ନ କରାଯିବ। ଏଥିପାଇଁ ଆଇଟି ସଚିବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପଟେ ଆଗକୁ ସମୁଦ୍ର ଅଶନ୍ତ ହେବାକୁ ଥିବାରୁ ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିବାରେ ଲାଗିଛନ୍ତି। ତାଙ୍କ କହିବା ଅନୁଯାୟୀ ୩-୫ ତାରିଖ ପର୍ଯ୍ୟନ୍ତ ମାଛ ଧରା ଉପରେ ମତ୍ସ୍ୟସମ୍ପଦ ବିଭାଗ କଟକଣା ଲାଗିଛି। କେବଳ ଚିଲିକାକୁ ଛାଡ଼ି ଦେଲେ ବାକି ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଫେରି ଆସିଥିବା ଏସ୍‍ଆରସି କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ, ଜଙ୍ଗଲ ଛାଡ଼ି ଜନବସତି ନିକଟରେ ବୁଲୁଛି ହାତୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର