ବଢୁଛି ବିଜୁ ଜନତା ଦଳର ଲୋକପ୍ରିୟତା, ଦୁର୍ବଳ ହେଉଛି ବିରୋଧୀଙ୍କ କ୍ୟାମ୍ପ

The Sakala Picture
Published On

ଭୁବନେଶ୍ବର: ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିର ଖାଲି ହେଉଛି। ଅନ୍ୟପକ୍ଷେ ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ପ୍ରତିଦିନ କଂଗ୍ରେସ, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଜଣଙ୍କ ପରେ ଜଣେ ନେତା ବିରୋଧୀ ଦଳରୁ ଆସି ବିଜେଡିରେ ଯୋଗ ଦେଉଛନ୍ତି। ଯାହା ଫଳରେ ବିଜେଡି ନିଜକୁ ଆହୁରି ସଶକ୍ତ କରୁଛି। ସମସ୍ତଙ୍କର ପସନ୍ଦର ଦଳ […]

ଭୁବନେଶ୍ବର: ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିର ଖାଲି ହେଉଛି। ଅନ୍ୟପକ୍ଷେ ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ପ୍ରତିଦିନ କଂଗ୍ରେସ, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଜଣଙ୍କ ପରେ ଜଣେ ନେତା ବିରୋଧୀ ଦଳରୁ ଆସି ବିଜେଡିରେ ଯୋଗ ଦେଉଛନ୍ତି। ଯାହା ଫଳରେ ବିଜେଡି ନିଜକୁ ଆହୁରି ସଶକ୍ତ କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ସମସ୍ତଙ୍କର ପସନ୍ଦର ଦଳ ପାଲଟିଛି ବିଜୁ ଜନତା ଦଳ। ପ୍ରିୟ ନେତା ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଏକଥା ଆମେ କହୁନୁ ଦଳ ଛାଡୁଥିବା କଂଗ୍ରେସ ଓ ବିଜେପିର ନେତାମାନେ କହିଛନ୍ତି।ଜଣଙ୍କ ପରେ ଜଣେ ବିରୋଧୀ ଦଳର ଟାଣୁଆ ନେତା ବିଜେଡିରେ ମିଶିବା ପରେ ବେଶ ଉତ୍ସାହିତ ଶାସକ ଦଳ। ନବୀନଙ୍କ ସ୍ୱଚ୍ଛ ଶାସନ ଓ ଲୋକପ୍ରିୟତା ଆଧାରରେ ବିଜେଡି ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରୁଥିବା ବେଳେ ବିରୋଧୀ ଶିବିରରେ କିନ୍ତୁ ଭାଲେଣି ପଡ଼ିଛି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ଏହି କ୍ରମରେ ଆଜି ବିଜେଡିରେ ମିଶିଛନ୍ତି ସିପିଏମ୍‌ ନେତା ନବକିଶୋର ମହାନ୍ତି । ସେ ୪୦ବର୍ଷ ଧରି ସିପିଏମ୍‌ରେ କାମ କରିଥିଲେ । ତାଙ୍କ ସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି, ବାହାରେ ରହି ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିଲୁ । ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଥିଲୁ । ଯଦି ସରକାରଙ୍କ ସହ ଆଲୋଚନା କରିବା ପରେ ସବୁ ସମସ୍ୟାର ସମାଧାନ ହୁଏ, ତାହେଲେ ସରକାରଙ୍କ ସହ ରହି ଏଭଳି ସମସ୍ୟାର ସମାଧାନ ହୋଇପାରିବ । ସେଥିପାଇଁ ସେ ବିଜେଡିରେ ସାମିଲ ହୋଇଛନ୍ତି । ନବ ମହାନ୍ତି ବିଜେଡିରେ ମିଶିବା ଦ୍ବାରା ବିଜେଡିର ଶ୍ରମିକ ସାମୁଖ୍ୟର ଆହୁରି ଶକ୍ତିଶାଳୀ ହୋଇଛି ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ସେହିପରି ବିଜେଡିରେ ମିଶିଲେ କଂଗ୍ରେସ ନେତା ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରୀତିରଞ୍ଜନ ରାୟ ତାଙ୍କର ୭୦ ଜଣ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଆଜି ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା ପ୍ରୀତି ରଞ୍ଜନ ରାୟ କହିଛନ୍ତି ।

ଅନ୍ୟପଟେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ନାନ୍ଦପୁର ପଞ୍ଚାୟତରେ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି ବହୁ କର୍ମୀ । ବାଲିଗୁଡ଼ା ତୁମୁଡିବନ୍ଧରେ ମଧ୍ୟ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ କର୍ମୀ।

30 Oct 2021 By The Sakala

ବଢୁଛି ବିଜୁ ଜନତା ଦଳର ଲୋକପ୍ରିୟତା, ଦୁର୍ବଳ ହେଉଛି ବିରୋଧୀଙ୍କ କ୍ୟାମ୍ପ

ଭୁବନେଶ୍ବର: ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିର ଖାଲି ହେଉଛି। ଅନ୍ୟପକ୍ଷେ ବଢ଼ୁଛି ବିଜୁ ଜନତା ଦଳର ଲୋକପ୍ରିୟତା । ପ୍ରତିଦିନ କଂଗ୍ରେସ, ବିଜେପି ସମେତ ଅନେକ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ଜଣଙ୍କ ପରେ ଜଣେ ନେତା ବିରୋଧୀ ଦଳରୁ ଆସି ବିଜେଡିରେ ଯୋଗ ଦେଉଛନ୍ତି। ଯାହା ଫଳରେ ବିଜେଡି ନିଜକୁ ଆହୁରି ସଶକ୍ତ କରୁଛି।

ସମସ୍ତଙ୍କର ପସନ୍ଦର ଦଳ ପାଲଟିଛି ବିଜୁ ଜନତା ଦଳ। ପ୍ରିୟ ନେତା ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଏକଥା ଆମେ କହୁନୁ ଦଳ ଛାଡୁଥିବା କଂଗ୍ରେସ ଓ ବିଜେପିର ନେତାମାନେ କହିଛନ୍ତି।ଜଣଙ୍କ ପରେ ଜଣେ ବିରୋଧୀ ଦଳର ଟାଣୁଆ ନେତା ବିଜେଡିରେ ମିଶିବା ପରେ ବେଶ ଉତ୍ସାହିତ ଶାସକ ଦଳ। ନବୀନଙ୍କ ସ୍ୱଚ୍ଛ ଶାସନ ଓ ଲୋକପ୍ରିୟତା ଆଧାରରେ ବିଜେଡି ପ୍ରତି ସମସ୍ତେ ଆଗ୍ରହ ପ୍ରକାଶ କରୁଥିବା ବେଳେ ବିରୋଧୀ ଶିବିରରେ କିନ୍ତୁ ଭାଲେଣି ପଡ଼ିଛି।

ଏହି କ୍ରମରେ ଆଜି ବିଜେଡିରେ ମିଶିଛନ୍ତି ସିପିଏମ୍‌ ନେତା ନବକିଶୋର ମହାନ୍ତି । ସେ ୪୦ବର୍ଷ ଧରି ସିପିଏମ୍‌ରେ କାମ କରିଥିଲେ । ତାଙ୍କ ସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି, ବାହାରେ ରହି ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିଲୁ । ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଥିଲୁ । ଯଦି ସରକାରଙ୍କ ସହ ଆଲୋଚନା କରିବା ପରେ ସବୁ ସମସ୍ୟାର ସମାଧାନ ହୁଏ, ତାହେଲେ ସରକାରଙ୍କ ସହ ରହି ଏଭଳି ସମସ୍ୟାର ସମାଧାନ ହୋଇପାରିବ । ସେଥିପାଇଁ ସେ ବିଜେଡିରେ ସାମିଲ ହୋଇଛନ୍ତି । ନବ ମହାନ୍ତି ବିଜେଡିରେ ମିଶିବା ଦ୍ବାରା ବିଜେଡିର ଶ୍ରମିକ ସାମୁଖ୍ୟର ଆହୁରି ଶକ୍ତିଶାଳୀ ହୋଇଛି ।

ସେହିପରି ବିଜେଡିରେ ମିଶିଲେ କଂଗ୍ରେସ ନେତା ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରୀତିରଞ୍ଜନ ରାୟ ତାଙ୍କର ୭୦ ଜଣ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଆଜି ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା ପ୍ରୀତି ରଞ୍ଜନ ରାୟ କହିଛନ୍ତି ।

ଅନ୍ୟପଟେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ନାନ୍ଦପୁର ପଞ୍ଚାୟତରେ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି ବହୁ କର୍ମୀ । ବାଲିଗୁଡ଼ା ତୁମୁଡିବନ୍ଧରେ ମଧ୍ୟ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ କର୍ମୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର