ପୁଲିସ-ସିଆରପିଏଫର ମିଳିତ କମ୍ବିଂ ଅପରେସନ୍‌ : ଠାବ ହେଲା ମାଓକ୍ୟାମ୍ପ, ଜବତ ହେଲା ବିପୁଳ ମାଓ ସାମଗ୍ରୀ

The Sakala Picture
Published On

ନୂଆପଡା : ନୂଆପଡା ପୁଲିସ, ସିଆରପିଏଫର ମିଳିତ କମ୍ବିଂ ଅପରେସନବେଳେ ସିନାପାଲି ଥାନା ପାଟଦର୍ହା ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଝୋଲପଡା ନିକଟରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବାବେଳେ ସେଠାରୁ ବହୁ ମାଓବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏଥିରେ ୧୫ରୁ ୨୦ଜଣ ମାଓବାଦୀ ଥିବା ଅନୁମାନ କରାଯାଉଥିବାବେଳେ କୌଣସି ମୃତାହତ ଖବର ମିଳିନଥିବା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶୁକ୍ରବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତ୍ୟୁଷ ଦିବାକର […]

ନୂଆପଡା : ନୂଆପଡା ପୁଲିସ, ସିଆରପିଏଫର ମିଳିତ କମ୍ବିଂ ଅପରେସନବେଳେ ସିନାପାଲି ଥାନା ପାଟଦର୍ହା ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଝୋଲପଡା ନିକଟରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବାବେଳେ ସେଠାରୁ ବହୁ ମାଓବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏଥିରେ ୧୫ରୁ ୨୦ଜଣ ମାଓବାଦୀ ଥିବା ଅନୁମାନ କରାଯାଉଥିବାବେଳେ କୌଣସି ମୃତାହତ ଖବର ମିଳିନଥିବା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ଶୁକ୍ରବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତ୍ୟୁଷ ଦିବାକର ଏବଂ ସିଆରପିଏଫ କମାଣ୍ଡାଣ୍ଟ ରାଜେଶ ବତ୍ସ ସୂଚନା ଦେଇ କହିଛନ୍ତି ଯେ ଗତ ୧୪ତାରିଖଠାରୁ ପୁଲିସର ଏସଓଜି, ଡିଭିଏଫ ଏବଂ ସିଆରପିଏଫର ଏକ ମିଳିତ ଟିମ କୌଣସି ସୂତ୍ରରୁ ଖବର ପାଇ ପାଟଦର୍ହା ଜଙ୍ଗଲରେ ଛାନଭିନ ଆରମ୍ଭ କରିଥିଲେ । ଗୁରୁବାର ଦିନ ଝୋଲାପଥର ନିକଟରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୁଲିସ ତରଫରୁ ପାଖାପାଖି ୪୦ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ ।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

ସେଠାରୁ ମାଓବାଦୀମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବ୍ୟାଗ, ବ୍ଲାଙ୍କେଟ, ସ୍ୱେଟର, ବୁଟ, ଛତା, ଛୁରୀ, ସୋଲାର ପ୍ଲେଟ, ରେଡିଓ, ଚାର୍ଜର, ମହିଳାଙ୍କ ବସ୍ତ୍ର, ମାଓବାଦୀଙ୍କ ସାହିତ୍ୟ ପୁସ୍ତିକା, ଡାଲି, ଚାଉଳ ଆଦି ମିଳିଥିଲା । ପୁଲିସ ଏସବୁକୁ ସଂଗ୍ରହ କରି ଆଣିଥିଲା । ସେଠାରେ ବର୍ତମାନ ବଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ଏସପି ଦିବାକର କହିଛନ୍ତି । ସଂପୃକ୍ତ ଅନଚଳରେ ମାଓବାଦୀଙ୍କ ଗତିବିଧି ରହିଛି । ଏହାକୁ ଦୃଷ୍ଟିରେ ରଖି ସର୍ଚ୍ଚଅପରେସନକୁ ଦ୍ୱିଗୁଣିତ କରାଯାଇଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

17 Dec 2021 By The Sakala

ପୁଲିସ-ସିଆରପିଏଫର ମିଳିତ କମ୍ବିଂ ଅପରେସନ୍‌ : ଠାବ ହେଲା ମାଓକ୍ୟାମ୍ପ, ଜବତ ହେଲା ବିପୁଳ ମାଓ ସାମଗ୍ରୀ

ନୂଆପଡା : ନୂଆପଡା ପୁଲିସ, ସିଆରପିଏଫର ମିଳିତ କମ୍ବିଂ ଅପରେସନବେଳେ ସିନାପାଲି ଥାନା ପାଟଦର୍ହା ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଝୋଲପଡା ନିକଟରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବାବେଳେ ସେଠାରୁ ବହୁ ମାଓବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏଥିରେ ୧୫ରୁ ୨୦ଜଣ ମାଓବାଦୀ ଥିବା ଅନୁମାନ କରାଯାଉଥିବାବେଳେ କୌଣସି ମୃତାହତ ଖବର ମିଳିନଥିବା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଶୁକ୍ରବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତ୍ୟୁଷ ଦିବାକର ଏବଂ ସିଆରପିଏଫ କମାଣ୍ଡାଣ୍ଟ ରାଜେଶ ବତ୍ସ ସୂଚନା ଦେଇ କହିଛନ୍ତି ଯେ ଗତ ୧୪ତାରିଖଠାରୁ ପୁଲିସର ଏସଓଜି, ଡିଭିଏଫ ଏବଂ ସିଆରପିଏଫର ଏକ ମିଳିତ ଟିମ କୌଣସି ସୂତ୍ରରୁ ଖବର ପାଇ ପାଟଦର୍ହା ଜଙ୍ଗଲରେ ଛାନଭିନ ଆରମ୍ଭ କରିଥିଲେ । ଗୁରୁବାର ଦିନ ଝୋଲାପଥର ନିକଟରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୁଲିସ ତରଫରୁ ପାଖାପାଖି ୪୦ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ ।

ସେଠାରୁ ମାଓବାଦୀମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବ୍ୟାଗ, ବ୍ଲାଙ୍କେଟ, ସ୍ୱେଟର, ବୁଟ, ଛତା, ଛୁରୀ, ସୋଲାର ପ୍ଲେଟ, ରେଡିଓ, ଚାର୍ଜର, ମହିଳାଙ୍କ ବସ୍ତ୍ର, ମାଓବାଦୀଙ୍କ ସାହିତ୍ୟ ପୁସ୍ତିକା, ଡାଲି, ଚାଉଳ ଆଦି ମିଳିଥିଲା । ପୁଲିସ ଏସବୁକୁ ସଂଗ୍ରହ କରି ଆଣିଥିଲା । ସେଠାରେ ବର୍ତମାନ ବଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ଏସପି ଦିବାକର କହିଛନ୍ତି । ସଂପୃକ୍ତ ଅନଚଳରେ ମାଓବାଦୀଙ୍କ ଗତିବିଧି ରହିଛି । ଏହାକୁ ଦୃଷ୍ଟିରେ ରଖି ସର୍ଚ୍ଚଅପରେସନକୁ ଦ୍ୱିଗୁଣିତ କରାଯାଇଥିବା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର