କାହିଁକି ଜୀବନ ହାରିଦେଲେ ରାଇମୋହନ? ବାସଭବନରେ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍ ଖୋଜୁଛି ଆତ୍ମହତ୍ୟାର କାରଣ

The Sakala Picture
Published On

ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି କମିସନରେଟ ପୁଲିସ। ଅନେକ ଲୋକଙ୍କ ଭିନ୍ନ ମତ ଏବଂ କାରଣ ଯୋଗୁଁ ଏବେ ସନ୍ଦେହ ଘେରକୁ ଆସିଛି ରାଇମୋହନଙ୍କ ମୃତ୍ୟୁ […]

ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି କମିସନରେଟ ପୁଲିସ। ଅନେକ ଲୋକଙ୍କ ଭିନ୍ନ ମତ ଏବଂ କାରଣ ଯୋଗୁଁ ଏବେ ସନ୍ଦେହ ଘେରକୁ ଆସିଛି ରାଇମୋହନଙ୍କ ମୃତ୍ୟୁ ମାମଲା ।ତେଣୁ ତଦନ୍ତ ପାଇଁ ଆଜି ଅଭିନେତାଙ୍କ ଘରେ ପହଞ୍ଚିଛି ମହିଳା ପୁଲିସ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପ୍ରାଚୀ ବିହାର ବାସଭବନରେ ମହିଳା ପୁଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି। ରାଇମୋହନ ଆତ୍ମହତ୍ୟା ଘଟଣାରେ କମିସନରେଟ୍‌ ପୁଲିସ ସସସ୍ପେନ୍ସ ଉପରୁ ପରଦା ହଟାଇବାକୁ ଉଦ୍ୟମ କରୁଛି। କମିସନରରେଟ ପୁଲିସର ଏକ ମହିଳା ଟିମ୍‌ ଆଜି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀବିହାରସ୍ଥିତ ରାଇମୋହନ ପରିଡାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହି ସ୍ବତନ୍ତ୍ର ମହିଳା ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁଲିସ ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟାର କାରଣ ଖୋଜୁଛି। ଏଥି ପାଇଁ ରାଇମୋହନଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? ସେ କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ଖୋଳତାଡ଼ କରାଯିବ । କୌଣସି ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? ଏ ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛି କମିଶନରେଟ ପୁଲିସ ।ତେବେ ଘଟଣା ଏବେ କେଉଁ ମୋଡ ନେଉଛି ନା ପୁଲିସକୁ କିଛି ସୁରାଗ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର