ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ, ବିମାନରେ ଥିଲେ ୪ ଓଡ଼ିଆ

The Sakala Picture
Published On

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମି ସୂଚନା ଦେଇଛନ୍ତି। ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି। ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ପରିବାର ଥିବା କୁହାଯାଇଛି। ଭୁବନେଶ୍ବର ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକଙ୍କ କେୟାର ଟେକର କହିଛନ୍ତି ଅଶୋକ […]

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମି ସୂଚନା ଦେଇଛନ୍ତି। ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି। ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ପରିବାର ଥିବା କୁହାଯାଇଛି। ଭୁବନେଶ୍ବର ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକଙ୍କ କେୟାର ଟେକର କହିଛନ୍ତି ଅଶୋକ ଗତ ୨୬ ତାରିଖରେ ପତ୍ନୀଙ୍କୁ ସାକ୍ଷାତ କରିବା ଲାଗି ମୁମ୍ବାଇ ଯାଇଥିଲେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସେଠାରୁ ପରିବାରର ଅନ୍ୟ ସଦସ୍ୟ ଧନୁଷ ତ୍ରିପାଠୀ, ଋତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀଙ୍କ ସହ ସେମାନେ ଯାଇଥିଲେ ନେପାଳ । ମାତ୍ର ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ବିମାନର ସନ୍ଧାନ ଲାଗି ନେପାଳ ସେନାର MI-୧୭ ହେଲିକପ୍ଟର ନିୟୋଜିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର