କରୋନା ଭଳି ଲକ୍ଷଣ ଦେଖାଗଲେ ବି ଲୋକମାନେ ଟେଷ୍ଟିଂ କରୁନାହାନ୍ତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ୱର: କରୋନାର ଲକ୍ଷଣ ଦେଖାଗଲେ ମଧ୍ୟ ଅନେକ ଲୋକ ଟେଷ୍ଟ ପାଇଁ ଆସୁନାହାନ୍ତି । ଏଥିଯୋଗୁଁ କଂଟ୍ରାକ୍ଟ ଟ୍ରେସିଂ ହୋଇପାରୁନାହିଁ ଓ ଅନେକ ମାମଲା ଲୁଚି ରହିଯାଉଛି । ସର୍ଭେଲାନ୍ସ କରି ହିଡେନ କେସ ବାହାର କଲେ ସଂକ୍ରମଣ ରୋକିହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଅଗଷ୍ଟ ମାସ ଯାଏଁ ସର୍ଭେଲାନ୍ସ ଜାରି ରହିବ । ଆଶାକର୍ମୀଙ୍କ ଦ୍ୱାରା ସର୍ଭେରେ ୧ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ, […]

ଭୁବନେଶ୍ୱର: କରୋନାର ଲକ୍ଷଣ ଦେଖାଗଲେ ମଧ୍ୟ ଅନେକ ଲୋକ ଟେଷ୍ଟ ପାଇଁ ଆସୁନାହାନ୍ତି । ଏଥିଯୋଗୁଁ କଂଟ୍ରାକ୍ଟ ଟ୍ରେସିଂ ହୋଇପାରୁନାହିଁ ଓ ଅନେକ ମାମଲା ଲୁଚି ରହିଯାଉଛି । ସର୍ଭେଲାନ୍ସ କରି ହିଡେନ କେସ ବାହାର କଲେ ସଂକ୍ରମଣ ରୋକିହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଅଗଷ୍ଟ ମାସ ଯାଏଁ ସର୍ଭେଲାନ୍ସ ଜାରି ରହିବ । ଆଶାକର୍ମୀଙ୍କ ଦ୍ୱାରା ସର୍ଭେରେ ୧ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଜା ଫୋକସରେ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

ଅଗଷ୍ଟ ମାସ ଶେଷ ସପ୍ତାହ ବେଳକୁ କରୋନାର ତୃତୀୟ ଲହର ଆସିବା ଆଶଙ୍କା ରହିଛି । ଏହି ତଥ୍ୟ ଦେଇଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ-ICMR । କରୋନାର ପ୍ରଥମ ଲହର ପରି ତୃତୀୟ ଲହର ସମୟରେ ଦୈନିକ ସଂକ୍ରମଣ ୧ ଲକ୍ଷ ହୋଇପାରେ । କମ ଟିକାକରଣ ଓ ଅନଲକ ଯୋଗୁ ଏଭିଳି ହେବାର ଆଶଙ୍କା ରହିଛି। ହେଲେ ଏବେ ବି ଲୋକମାନେ ସଚେତନ ହେଉନାହାଁନ୍ତି ।

ଆହୁରି ପଢ଼ନ୍ତୁ: ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଭୋଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର