ନ୍ୟାୟପାଳିକା ସହ ଯୋଡ଼ି ହେଲା ନୂଆ ଅଧ୍ୟାୟ, ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

The Sakala Picture
Published On

କଟକ: ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଉପସ୍ଥିତ ଥିଲେ । ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା […]

କଟକ: ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଉପସ୍ଥିତ ଥିଲେ । ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯାଇପାରିବା ସହ ଗଛକଟାକୁ ରୋକାଯାଇପାରିବ । ଏହି କୋର୍ଟ ଶୁଭାରମ୍ଭ ହେବା ପରେ ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ: ୪୦ ବର୍ଷର ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ରହିବେ ୧୯ ବର୍ଷୀୟା ପତ୍ନୀ

କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଓଡିଶାର ୩୦ଟି ଜିଲ୍ଲାରେ ଏହି ସେବା ଶୁଭାରମ୍ଭ କରିଥିବାରୁ ଏହା ପ୍ରଶଂସା ଯୋଗ୍ୟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ କହିଛନ୍ତି । ଏହି ଅବସରରେ ଚିଫ୍ ପିଏମଜି ଶୁଭେନ୍ଦୁ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ ପୋଷ୍ଟକାର୍ଡର ଶୁଭାରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି

17 Sep 2022 By The Sakala

ନ୍ୟାୟପାଳିକା ସହ ଯୋଡ଼ି ହେଲା ନୂଆ ଅଧ୍ୟାୟ, ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ

କଟକ: ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଉପସ୍ଥିତ ଥିଲେ । ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯାଇପାରିବା ସହ ଗଛକଟାକୁ ରୋକାଯାଇପାରିବ । ଏହି କୋର୍ଟ ଶୁଭାରମ୍ଭ ହେବା ପରେ ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ ।

କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଓଡିଶାର ୩୦ଟି ଜିଲ୍ଲାରେ ଏହି ସେବା ଶୁଭାରମ୍ଭ କରିଥିବାରୁ ଏହା ପ୍ରଶଂସା ଯୋଗ୍ୟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ କହିଛନ୍ତି । ଏହି ଅବସରରେ ଚିଫ୍ ପିଏମଜି ଶୁଭେନ୍ଦୁ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ ପୋଷ୍ଟକାର୍ଡର ଶୁଭାରମ୍ଭ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର