ମନୋରଞ୍ଜନ
ଓଡ଼ିଶା
ପଞ୍ଚାୟତ ନିର୍ବାଚନ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୀତ ସାଜିଛି ପ୍ରମୁଖ ମାଧ୍ୟମ
ବରଗଡ଼: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଭିଡ଼ କଟକଣା ଅବଲମ୍ବନ ପୂର୍ବକ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ଅନୁସାରେ ଅଳ୍ପସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରିପାରିବେ ବୋଲି ନିୟମ ରହିଛି। ଏହି ଅଳ୍ପସଂଖ୍ୟକଙ୍କୁ ନେଇ ପ୍ରାର୍ଥୀ ମାନଙ୍କ ଘରକୁ ଘର ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ କଟକଣାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର ପ୍ରସାର ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲିଣି। ପ୍ରାର୍ଥୀ ଓ ସମର୍ଥକ ହ୍ବାଟସଆପ ଗୃପ ତଥା […]
ବରଗଡ଼: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଭିଡ଼ କଟକଣା ଅବଲମ୍ବନ ପୂର୍ବକ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମାବଳୀ ଅନୁସାରେ ଅଳ୍ପସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରିପାରିବେ ବୋଲି ନିୟମ ରହିଛି। ଏହି ଅଳ୍ପସଂଖ୍ୟକଙ୍କୁ ନେଇ ପ୍ରାର୍ଥୀ ମାନଙ୍କ ଘରକୁ ଘର ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ କଟକଣାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର ପ୍ରସାର ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲିଣି। ପ୍ରାର୍ଥୀ ଓ ସମର୍ଥକ ହ୍ବାଟସଆପ ଗୃପ ତଥା ନିଜ ନିଜ ଷ୍ଟାଟସରେ ଦେଉଛନ୍ତି। ଏଥିସହ ରେକଡ଼ିଂ ଷ୍ଟୁଡ଼ିଓ ଗୁଡିକରେ ପ୍ରାର୍ଥୀଙ୍କ ସପକ୍ଷରେ ସୁନ୍ଦର ସୁନ୍ଦର ଭାବେ ସଙ୍ଗୀତ ସାଙ୍ଗକୁ ଭିନ୍ନ ଭିନ୍ନ ସ୍ୱରରେ ଗୀତ ରେକଡ଼ିଂ କରୁଥିବାର ଦେଖିବାକୁ ମିଳିଛି। କେତେକ ପ୍ରାର୍ଥୀ ଛୋଟ ଛୋଟ ପୁସିଂ କାର୍ଡ଼ ମଧ୍ୟ ବରାଦ କରିଛନ୍ତି।ଆଗାମୀ ଦିନରେ କେତେକ ରାଜନୈତିକ ଦଳ ପକ୍ଷରୁ ଷ୍ଟାର କେମ୍ପେନର ଆସୁଥିବା ଜଣାପଡ଼ିଛି ଓ ବିଭିନ୍ନ ସିନେଷ୍ଟାର ସଙ୍ଗେ ଯୋଗାଯୋଗ କରୁଥିବା ସୂଚନା ମିଳୁଛି। ତେବେ ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଗୀତ ମାଧ୍ୟମରେ ନିର୍ବାଚନ ପ୍ରଚାର ବହୁଳ ଭାବରେ ବ୍ୟବହାର କରିବାର ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି।