କୋଟିଆ ଆମର; ଜନତା ମାରିବେ ମୋହର, ଆନ୍ଧ୍ର ନିର୍ବାଚନ କରିଥିବା ୱାର୍ଡରେ ବି ହେବ ଭୋଟ

The Sakala Picture
Published On

କୋରାପୁଟ: ଫେବ୍ରୁଆରୀ ୧୬ରୁ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ।  ଚଳିତ ଥର ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ପଟାଙ୍ଗି ବ୍ଲକର ବିବାଦୀୟ କୋଟିଆରେ ମଧ୍ୟ ପଞ୍ଚାୟତ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିବା କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦ୍ଦଲ ଅଖତର ସୂଚନା ଦେଇଛନ୍ତି। କୋଟିଆ ସମେତ ସମସ୍ତ ୧୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଏମିତିକି ଆନ୍ଧ୍ରପ୍ରଦେଶ ନିର୍ବାଚନ କରିଥିବା ୱାର୍ଡଗୁଡ଼ିକରେ ମଧ୍ୟ ମତଦାନ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା […]

କୋରାପୁଟ: ଫେବ୍ରୁଆରୀ ୧୬ରୁ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ।  ଚଳିତ ଥର ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ପଟାଙ୍ଗି ବ୍ଲକର ବିବାଦୀୟ କୋଟିଆରେ ମଧ୍ୟ ପଞ୍ଚାୟତ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିବା କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦ୍ଦଲ ଅଖତର ସୂଚନା ଦେଇଛନ୍ତି। କୋଟିଆ ସମେତ ସମସ୍ତ ୧୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଏମିତିକି ଆନ୍ଧ୍ରପ୍ରଦେଶ ନିର୍ବାଚନ କରିଥିବା ୱାର୍ଡଗୁଡ଼ିକରେ ମଧ୍ୟ ମତଦାନ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏଥିସହ କୋଟିଆରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଭର୍ଚ୍ୟୁଆଲ୍ ବୈଠକରେ ଯୋଗଦେଇ ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଏଥିରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ୨,୯୭୩ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତଥିବା ଜିଲ୍ଲାପାଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ମତଦାନ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ନିର୍ବାଚନରେ ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ଥିବା ବୁଥ୍‌ଗୁଡ଼ିକ ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନର ସ୍ଥିତି ଉପରେ ସମୀକ୍ଷା କରି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯିବା ସହ ତଦନୁଯାୟୀ ଭୋଟଗ୍ରହଣ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବୈଠକ ପରେ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଶେଷ କରି ଗତ ନିର୍ବାଚନ ସମୟ ଅପେକ୍ଷା ବର୍ତ୍ତମାନ ମାଓବାଦୀ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଥିବାରୁ ଉପାନ୍ତ ଅଞ୍ଚଳରେ ନିର୍ବାଚନ ପରିଚାଳନା ପୂର୍ବାପେକ୍ଷା ଅଧିକ ସୁବିଧା ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ଏସ୍‌ପିଙ୍କ ସହିତ ଆଲୋଚନା କରି  ସେହି ଅଞ୍ଚଳରେ ପୁଲିସ୍ ଫୋର୍ସ୍  ମୁତୟନ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ପ୍ରାର୍ଥୀ ଓ ସମର୍ଥକ ଯେପରି ଆଦର୍ଶ ଆଚରଣ ବିଧି ପାଳନ କରିବେ ସେଥିପ୍ରତି  ଜିଲ୍ଲା ପ୍ରଶାସନ ତୀକ୍ଷ୍ମ ଦୃଷ୍ଟି ରଖିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଚାରରେ ୫ଜଣ ଓ ଆବଶ୍ୟକ ସ୍ଥଳେ ସ୍ଥାନୀୟ  ଥାନା ଅଧିକାରୀଙ୍କଠାରୁ ଅନୁମତି ନେଇ ଦଳ କିମ୍ବା ପ୍ରାର୍ଥୀ ପ୍ରଚାରରେ ମାଇକ୍ରୋ ଫୋନ୍ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ଆଜିର ଭର୍ଚ୍ୟୁଆଲ୍ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସଏ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସାଖିଲା ଚନ୍ଦ୍ର ବାସ୍କେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

16 Jan 2022 By The Sakala

https://www.thesakala.in/latest-odisha-news/panchayat-elections-will-be-held-in-kotia/article-8466
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର