ଆଜି ପଦ୍ମପୁରକୁ ମିଳିବ ନେତା, ଆରମ୍ଭ ହେଲା ଭୋଟ ଗଣତି

The Sakala Picture
Published On

ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି।ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ଚାଲିଛି। ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍‌ ଗଣତି କରାଯାଉଛି। ଗତ ୫ ତାରିଖରେ ମତଦାତା ସେମାନଙ୍କର ପସନ୍ଦର ପାର୍ଥୀଙ୍କୁ ଭୋଟ […]

ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି।ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ଚାଲିଛି। ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍‌ ଗଣତି କରାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗତ ୫ ତାରିଖରେ ମତଦାତା ସେମାନଙ୍କର ପସନ୍ଦର ପାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଆଜି ନିଜର ନୂଆ ବିଧାୟକ ପାଇବାକୁ ଯାଉଛନ୍ତି।ସିଇଓଙ୍କ ସୂଚନା ଅନୁଯାୟୀ ଭୋଟଗ୍ରହଣ ପରେ ୩୧୯ଗୋଟି ବୁଥ୍‍ରୁ ଫେରିଥିବା ଇଭିଏମ୍‍ ଭୋଟଗୁଡ଼ିକୁ ସମୁଦାୟ ୨୩ଟି ରାଉଣ୍ଡରେ ଗଣତି କରାଯିବ ଏବଂ ସର୍ବଶେଷରେ ୫ଟି ବୁଥ୍‍ର ଭିଭିପ୍ୟାଟ୍‍ ସ୍ଲିପ୍‍ଗୁଡ଼ିକୁ ଗଣତି କରାଯିବ। ଉପ ନିର୍ବାଚନରେ ମୋଟ ୨୯୬ଟି ପୋଷ୍ଟାଲ ବାଲାଟ ରହିଥିବା ସେ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ତ୍ୟେକ କାଉଣ୍ଟିଂ ଟେବୁଲ୍‍ ପାଇଁ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି। ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟମାନେ ଭୋଟଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେହିପରି ଭୋଟଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଇଓ ସୂଚନା ଦେଇଛନ୍ତି। ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ପଳାଫଳ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍‍ସାଇଟ୍‍ ମାଧ୍ୟମରେ ଜନସାଧାରଣ ପାଇପାରିବେ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

08 Dec 2022 By The Sakala

ଆଜି ପଦ୍ମପୁରକୁ ମିଳିବ ନେତା, ଆରମ୍ଭ ହେଲା ଭୋଟ ଗଣତି

ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି।ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ଚାଲିଛି। ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍‌ ଗଣତି କରାଯାଉଛି।

ଗତ ୫ ତାରିଖରେ ମତଦାତା ସେମାନଙ୍କର ପସନ୍ଦର ପାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଆଜି ନିଜର ନୂଆ ବିଧାୟକ ପାଇବାକୁ ଯାଉଛନ୍ତି।ସିଇଓଙ୍କ ସୂଚନା ଅନୁଯାୟୀ ଭୋଟଗ୍ରହଣ ପରେ ୩୧୯ଗୋଟି ବୁଥ୍‍ରୁ ଫେରିଥିବା ଇଭିଏମ୍‍ ଭୋଟଗୁଡ଼ିକୁ ସମୁଦାୟ ୨୩ଟି ରାଉଣ୍ଡରେ ଗଣତି କରାଯିବ ଏବଂ ସର୍ବଶେଷରେ ୫ଟି ବୁଥ୍‍ର ଭିଭିପ୍ୟାଟ୍‍ ସ୍ଲିପ୍‍ଗୁଡ଼ିକୁ ଗଣତି କରାଯିବ। ଉପ ନିର୍ବାଚନରେ ମୋଟ ୨୯୬ଟି ପୋଷ୍ଟାଲ ବାଲାଟ ରହିଥିବା ସେ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯାଉଛି।

ତ୍ୟେକ କାଉଣ୍ଟିଂ ଟେବୁଲ୍‍ ପାଇଁ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି। ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟମାନେ ଭୋଟଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେହିପରି ଭୋଟଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଇଓ ସୂଚନା ଦେଇଛନ୍ତି। ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ପଳାଫଳ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍‍ସାଇଟ୍‍ ମାଧ୍ୟମରେ ଜନସାଧାରଣ ପାଇପାରିବେ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର