ବିଶ୍ୱ ଦେଖିବ ଓଡ଼ିଶାର ମହନୀୟତାର ଛବି, ଅମ୍ଳଜାନ ଯୋଗାଣ ନେଇ ନ୍ୟାସନାଲ ଜିଓଗ୍ରାଫିର ବୃତ୍ତଚିତ୍ର

The Sakala Picture
Published On

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଦେଶର ସବୁଠାରୁ ବଡ଼ ସମସ୍ୟା ପାଲଟିଥିଲା ଅମ୍ଳଜାନ ସଙ୍କଟ। ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଆର୍ଥିକ ରାଜଧାନୀ ମୁମ୍ବାଇ, ପର୍ଯ୍ୟଟନ ରାଜଧାନୀ କୁହାଯାଉଥିବା ଗୋଆ ସମେତ ଦେଶର ପ୍ରାୟ ଅର୍ଦ୍ଧାଧିକ ରାଜ୍ୟରେ ଅମ୍ଲଜାନ ସଙ୍କଟ ଗୁରୁତର ରୂପ ଧାରଣ କରିଥିଲା। ନିଶ୍ୱାସ ଅଭାବରେ ଲୋକେ ପୋକମାଛି ପରି ପ୍ରାଣ ହରାଇଥିଲେ। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ‘ଅମ୍ଲଜାନ’ ନେତୃତ୍ୱ। ଅନ୍ୟରାଜ୍ୟକୁ ଅମ୍ଳଜାନ ଯୋଗାଇ ସଙ୍କଟମୋଚକ ସାଜିଥିଲା ଓଡ଼ିଶା। ରକ୍ଷା […]

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଦେଶର ସବୁଠାରୁ ବଡ଼ ସମସ୍ୟା ପାଲଟିଥିଲା ଅମ୍ଳଜାନ ସଙ୍କଟ। ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଆର୍ଥିକ ରାଜଧାନୀ ମୁମ୍ବାଇ, ପର୍ଯ୍ୟଟନ ରାଜଧାନୀ କୁହାଯାଉଥିବା ଗୋଆ ସମେତ ଦେଶର ପ୍ରାୟ ଅର୍ଦ୍ଧାଧିକ ରାଜ୍ୟରେ ଅମ୍ଲଜାନ ସଙ୍କଟ ଗୁରୁତର ରୂପ ଧାରଣ କରିଥିଲା। ନିଶ୍ୱାସ ଅଭାବରେ ଲୋକେ ପୋକମାଛି ପରି ପ୍ରାଣ ହରାଇଥିଲେ। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ‘ଅମ୍ଲଜାନ’ ନେତୃତ୍ୱ। ଅନ୍ୟରାଜ୍ୟକୁ ଅମ୍ଳଜାନ ଯୋଗାଇ ସଙ୍କଟମୋଚକ ସାଜିଥିଲା ଓଡ଼ିଶା। ରକ୍ଷା ପାଇଯାଇଥିଲା ବହୁ ଅମୂଲ୍ୟ ଜୀବନ। ଦଳମତ ନିର୍ବିଶେଷରେ ସାରା ଦେଶରେ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିଲା ଅଜସ୍ର ପ୍ରଶଂସା। ଏହି ପରିପ୍ରେକ୍ଷୀରେ ନ୍ୟାସନାଲ ଜିଓଗ୍ରାଫିକ ଇଣ୍ଡିଆ ଏହା ଉପରେ ଏକ ୧୧ ମିନିଟ ୪୧ ସେକେଣ୍ଡ ଅବଧି ବିଶିଷ୍ଟ ବୃତ୍ତଚିତ୍ର ପ୍ରସ୍ତୁତି କରିଛି। ଓଡ଼ିଶାରେ ତରଳ ମେଡିକାଲ ଅମ୍ଳଜାନ ପ୍ରସ୍ତୁତି, ଅନ୍ୟରାଜ୍ୟକୁ ପ୍ରେରଣ ପାଇଁ ଗ୍ରୀନ କରିଡର, ଅମ୍ଲଜାନ ଯୋଗାଣକୁ ସୁରକ୍ଷିତ ରଖିବାକୁ ଟାସ୍କଫୋର୍ସ ଗଠନ ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକତା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଡକ୍ୟୁମେଣ୍ଟାରୀର ନାମ ‘ଫାଇଟିଂ ଦି କ୍ରାଇସିସ୍‍ ଟୁଗେଦର’ ରହିଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବ୍ୟାସନଗର କଲେଜରେ ବୋମାମାଡ଼: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଓ ହଷ୍ଟେଲକୁ ଟାର୍ଗେଟ, ଛାତ୍ରଛାତ୍ରୀ ଭୟଭୀତ

ଏହି ବୃତ୍ତଚିତ୍ରରେ ରାଜ୍ୟରେ କିପରି ଅମ୍ଳଜାନ ଉତ୍ପାଦନ ପ୍ରକ୍ରିୟା ସହ ତାହା ଅନ୍ୟରାଜ୍ୟକୁ ପଠାଗଲା ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାରମ୍ଭରେ ସୂଚନା ଦେଇଛନ୍ତି। ଏପ୍ରିଲ ମାସରେ ଦେଶବ୍ୟାପୀ ପ୍ରାୟ ୩ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ। ଏତିକି ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଓଡ଼ିଶା ପକ୍ଷରୁ ସହାୟତା ପ୍ରଦାନ ନେଇ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ପରଠାରୁ ଓଡ଼ିଶାରେ ମେଡିକାଲ ଅମ୍ଳଜାନ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‍ ତ୍ରିପାଠୀଙ୍କୁ ଏହାର ଅଧ୍ୟକ୍ଷ କରାଯାଇଥିବା ବେଳେ ଡ. ନୀତିନ ଜୱାଲେଙ୍କୁ ଟାସ୍କଫୋର୍ସର ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବୃତ୍ତଚିତ୍ରରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବିଗତ ୨୦ ବର୍ଷରେ ଷ୍ଟିଲ ଉତ୍ପାଦନ ୧୦ ଗୁଣା ଉତ୍ପାଦନ ବୃଦ୍ଧି ପାଇଛି। ଯାହା ଆମକୁ ଅମ୍ଳଜାନ ବିତରଣ କରିବାରେ ସାହାଯ୍ୟ କରିଥିଲା। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ପ୍ରାୟ ୭୦ଟି ଶିଳ୍ପାନୁଷ୍ଠାନ ଥିଲା ବେଳେ ଏଥିରେ ବଡ଼ ବଡ଼ ଷ୍ଟିଲ କାରଖାନା ମଧ୍ୟ ସାମିଲ ରହିଛି। ଯେଉଁଥିରୁ ୪ଟି ସ୍ଥାନ ଯଥା ରାଉରକେଲା, ଢେଙ୍କାନାଳ, ଅନୁଗୁଳ ଏବଂ ଯାଜପୁରରୁ ମେଡିକାଲ ଅମ୍ଳଜାନ ପ୍ରସ୍ତୁତ ହୋଇପାରିଥିଲା। ମେଡିକାଲ ଅମ୍ଳଜାନକୁ ଯେପରି ସୁରୁଖୁରୁରେ ଅନ୍ୟରାଜ୍ୟକୁ ପଠାଯାଇପାରିବ ସେନେଇ ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗ୍ରୀନ କରିଡର ପ୍ରସ୍ତୁତ ହେବା ସହ ବରିଷ୍ଠ ଆଇପିଏସ ଅଧିକାରୀ ଯଶୱନ୍ତ ଜେଠୱାଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏପରିକି କୋଭିଡ ଟାଇମରେ କିପରି ନିରବଚ୍ଛିନ୍ନ ଭାବେ ଅନ୍ୟ ରାଜ୍ୟକୁ ଅମ୍ଳଜାନ ପ୍ରେରଣ କରାଯାଇଥିଲା ସେନେଇ ଚଳଚ୍ଚିତ୍ରରେ ଏହାର ଟାସ୍କଫୋର୍ସ ଚେୟାରମ୍ୟାନ ଅସିତ୍‍ ତ୍ରିପାଠୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦୦୦ କେଜି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ

ମେଡିକାଲ ଅମ୍ଳଜାନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ୨୦୨୦ ସୁଦ୍ଧା ରାଜ୍ୟରେ ଷ୍ଟିଲ ଉତ୍ପାଦନ ୨୦ ମିଲିୟନ ଟନ୍‍ ଛୁଇଁସାରିଛି। ୨୦୩୦ ସୁଦ୍ଧା ଏହାକୁ ୧୦୦ ମିଲିୟନ ଟନ୍‍ରେ ପହଞ୍ଚାଇବା ପାଇଁ ରାଜ୍ୟ ଲକ୍ଷ୍ୟରଖିଛି। ଦେଶବ୍ୟାପୀ ଅମ୍ଳଜାନ ସଂକଟ ପରିପ୍ରେକ୍ଷୀରେ ଦେଶରେ ଶିଳ୍ପ ପାଇଁ ବ୍ୟବହୃତ ଅମ୍ଳଜାନକୁ ମେଡିକାଲ ଅକ୍ସିଜେନରେ ପରିବର୍ତ୍ତିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଥିଲେ। ଓଡ଼ିଶାରେ ଏହି ପ୍ରକ୍ରିୟା ତତ୍‍କ୍ଷଣାତ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ସଇଁନ୍ତଳା ଆରଆଇ, ମାଡ଼ିବସିଲା ଭିଜିଲାନ୍ସ

ସୂଚନାଯୋଗ୍ୟ ଯେ ଓଡ଼ିଶା ପକ୍ଷରୁ ୧୬୬୫ଟି ଟ୍ୟାଙ୍କର ଯୋଗେ ପାଖାପାଖି ୩୨ ହଜାର ମେଟ୍ରିକ ଟନ୍‍ ଅକ୍ସିଜେନ ଅନ୍ୟ ରାଜ୍ୟକୁ ପ୍ରେରଣ କରାଯାଇଛି। ଆବଶ୍ୟକତା ଥିବା ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଅମ୍ଳଜାନ ଯୋଗାଣ କରାଯାଇଛି। ଏ ସମ୍ପର୍କରେ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ପରି ବିପତ୍ତି ସମୟରେ ଓଡ଼ିଶା ଦେଶବ୍ୟାପୀ ଅନ୍ୟରାଜ୍ୟଙ୍କୁ ଅମ୍ଳଜାନ ପ୍ରେରଣ କରି ଜୀବନ ରକ୍ଷା ଦିଗରେ ନିଜର ଯୋଗଦାନ ଦେଇପାରିଥିଲା। ଆବଶ୍ୟକ ସମୟରେ ଜୀବନରକ୍ଷାକାରୀ ଅମ୍ଳଜାନକୁ ଅନ୍ୟ ରାଜ୍ୟକୁ ନିରନ୍ତର ସୁନିଶ୍ଚିତ କରିଥିବା ସଭିଏଁ ପ୍ରଶଂସାର ପାତ୍ର ଅଟନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର