ଡିଗ୍ରି କଲେଜରେ ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର, ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ସିଲାବସରେ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବଢିବ ଶିକ୍ଷାର ମାନ । ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ  ରାଜ୍ୟସରକାର ନିରନ୍ତର ପ୍ରୟାସ ଜାରି ରହିଛି। ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ଦିଆଯାଇଛି ନିଯୁକ୍ତି । ଇଂରାଜୀରେ ୧୫୬, ରାଜନୀତି ବିଜ୍ଞାନ ୧୧୭ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି । ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଓରିଏଣ୍ଟେସନ୍‍ କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ […]

ଭୁବନେଶ୍ୱର: ରାଜ୍ୟରେ ବଢିବ ଶିକ୍ଷାର ମାନ । ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ  ରାଜ୍ୟସରକାର ନିରନ୍ତର ପ୍ରୟାସ ଜାରି ରହିଛି। ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ଦିଆଯାଇଛି ନିଯୁକ୍ତି । ଇଂରାଜୀରେ ୧୫୬, ରାଜନୀତି ବିଜ୍ଞାନ ୧୧୭ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି । ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଓରିଏଣ୍ଟେସନ୍‍ କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେଇଥିଲେ। ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ । କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ- ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ।

ଆହୁରି ପଢ଼ନ୍ତୁ: SCB ମେଡିକାଲରେ ୧.୪୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା: ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଆହୁରି ପଢ଼ନ୍ତୁ: ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ

କଲେଜ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକଙ୍କ ବଡ଼ ଭୂମିକା ରହିଥିବା କହିଛନ୍ତି ନବୀନ । ଇଂରାଜୀ ଜ୍ଞାନ ଥିଲେ ଆନ୍ତର୍ଜାତିକ ପ୍ରସଙ୍ଗ ବୁଝିପାରିବେ ପିଲା । ଏନେଇ ଇଂରାଜୀ ଭାଷା ଶିକ୍ଷାରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ବିଶ୍ୱରେ ଆମ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର