ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ଯନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ହେଉଛି। ୩ଟି ସିଫ୍ଟରେ ପରୀକ୍ଷା କରାଯାଉଛି। ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ ୬୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ […]

ଭୁବନେଶ୍ୱର: ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ଯନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ହେଉଛି। ୩ଟି ସିଫ୍ଟରେ ପରୀକ୍ଷା କରାଯାଉଛି। ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ ୬୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ଏଥର ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଛି ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କଣ୍ଟାକ୍ଟ ଲେସ୍ କରାଯାଇଛି। ବିନା ପେନ୍ ପେପର୍‌ରେ କେବଳ ଅନଲାଇନ ମୋଡ୍‌ରେ ପରୀକ୍ଷା ହେଉଛି । କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

06 Sep 2021 By The Sakala

ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ଯନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ହେଉଛି। ୩ଟି ସିଫ୍ଟରେ ପରୀକ୍ଷା କରାଯାଉଛି। ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ ୬୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ଏଥର ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଛି ।

ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କଣ୍ଟାକ୍ଟ ଲେସ୍ କରାଯାଇଛି। ବିନା ପେନ୍ ପେପର୍‌ରେ କେବଳ ଅନଲାଇନ ମୋଡ୍‌ରେ ପରୀକ୍ଷା ହେଉଛି । କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର