ଓଡ଼ିଶା ପାଇବ ଆଉ ୧୦ ଲକ୍ଷ ଆବାସ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟବାସୀ ପାଇବେ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ। ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ପରେ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ ସିଂ । ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଦିଲ୍ଲୀ କୃଷି ଭବନଠାରେ ଏନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।। […]

ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟବାସୀ ପାଇବେ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ। ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ପରେ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ ସିଂ । ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଦିଲ୍ଲୀ କୃଷି ଭବନଠାରେ ଏନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବୈଠକ ପରେ ରାଜ୍ୟ- କେନ୍ଦ୍ର ମଧ୍ୟରେ ଆବାସ ଯୋଜନାକୁ ନେଇ ସହମତି ପ୍ରକାଶ ପାଇଛି। ଫନିରେ ପ୍ରଭାବିତ ୨ଲକ୍ଷ ହିତାଧିକାରୀଙ୍କ ସମେତ ବର୍ତ୍ତମାନ ରାଜ୍ୟର ପାଖାପାଖି ୧୦ ଲକ୍ଷ ଲୋକ ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧିକୁ ୨୦୨୪ ପର୍ୟ୍ୟନ୍ତ ବଢ଼ାଇବା ସହ ସ୍ୱତନ୍ତ୍ର ବ୍ୟୟ ଅଟକଳ ହୋଇଛି । ଦେଶ ପାଇଁ ୪୮ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଓଡିଶା ପାଇଁ ୭ ହଜାର କୋଟି ଟଙ୍କା ଦେବାକୁ ସ୍ଥିର ହୋଇଛି । ଏହି କାର୍ୟ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରୂପାୟନ ହେବ ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର