ପଡ଼ୋଶୀ ରାଜ୍ଯ ପାଇଁ ବନ୍ୟାରେ ଉବୁଟୁବୁ ଓଡ଼ିଶା: କର୍ଭରୁଲ୍‍ ମାନୁନାହାନ୍ତି ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାର

The Sakala Picture
Published On

ଭୁବନେଶ୍ୱର: ବନ୍ୟାରେ ଉବୁଟୁବୁ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ସାରା ଓଡ଼ିଶାରେ ବନ୍ୟାର ତାଣ୍ଡବ। ହଜାର ହଜାର ଗାଁ ଜଳମଗ୍ନ, ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ। ବିଡ଼ମ୍ବନା ହେଉଛି ପ୍ରାକୃତିକ ବିପର୍ଯ୍ୟୟ, ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶା ଯେତେ ଯାତନା ଭୋଗୁନାହିଁ; ପଡ଼ୋଶୀଙ୍କ ପାଇଁ ଓଡ଼ିଶା ଅଧିକ ସମସ୍ୟାର ସମ୍ମୁଖୀନ ହେଉଛି। ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ଜଳ ପରିଚାଳନା ନୀତି ଓଡ଼ିଶା ପାଇଁ ଉଭୟ ମୌସୁମୀ ଓ ଅଣମୌସୁମୀ କାଳରେ ବିପଦ ସୃଷ୍ଟି କରିଛି। […]

ଭୁବନେଶ୍ୱର: ବନ୍ୟାରେ ଉବୁଟୁବୁ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ସାରା ଓଡ଼ିଶାରେ ବନ୍ୟାର ତାଣ୍ଡବ। ହଜାର ହଜାର ଗାଁ ଜଳମଗ୍ନ, ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ। ବିଡ଼ମ୍ବନା ହେଉଛି ପ୍ରାକୃତିକ ବିପର୍ଯ୍ୟୟ, ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶା ଯେତେ ଯାତନା ଭୋଗୁନାହିଁ; ପଡ଼ୋଶୀଙ୍କ ପାଇଁ ଓଡ଼ିଶା ଅଧିକ ସମସ୍ୟାର ସମ୍ମୁଖୀନ ହେଉଛି। ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ଜଳ ପରିଚାଳନା ନୀତି ଓଡ଼ିଶା ପାଇଁ ଉଭୟ ମୌସୁମୀ ଓ ଅଣମୌସୁମୀ କାଳରେ ବିପଦ ସୃଷ୍ଟି କରିଛି। ମହାନଦୀ, ବ୍ରାହ୍ମଣୀ ଉପରମୁଣ୍ଡରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ବନ୍ଧ ବାନ୍ଧିବା ଯୋଗୁ ଅଣ ମୌସୁମୀ କାଳରେ ଓଡ଼ିଶାକୁ ଜଳ ପ୍ରବାହ ହ୍ରାସ ପାଉଛି ଏବଂ ମୌସୁମୀ କାଳରେ ଆବଶ୍ୟକତାରୁ ଅଧିକ ଜଳ ଛାଡ଼ିବା ଯୋଗୁଁ ଉଭୟ ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ପୋଲାଭରମ୍‍ ପ୍ରକଳ୍ପ ମଧ୍ୟ ଭବିଷ୍ୟତରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କାହିଁକି ପାଳନ କରାଯାଏ ଦୋଳ ପୂର୍ଣ୍ଣିମା? ଜାଣନ୍ତୁ ଏହାର ପୌରାଣିକ ଓ ସାମାଜିକ ମହତ୍ତ୍ୱ

ଝାଡ଼ଖଣ୍ଡ ସରକାର ଉପରମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ ଯୋଗୁଁ ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ତଟବର୍ତ୍ତୀ ଜିଲାଗୁଡ଼ିକରେ ଅଣମୌସୁମୀ କାଳରେ ଯେପରି ଜଳସଙ୍କଟ ଦେଖା ଦେଇଛି, ଅନୁରୂପ ଭାବରେ ମୌସୁମୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରାହ୍ମଣୀର ଦୁଇ ମୁଖ୍ୟ ଜଳସ୍ରୋତ ତଥା ଉପନଦୀ ଶଙ୍ଖ ଓ କୋଏଲ ଉପରେ ଝାଡ଼ଖଣ୍ଡ ସରକାର ୧୮ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏହାମଧ୍ୟରୁ ୧୫ଟି ପ୍ରକଳ୍ପ ଶେଷ ହୋଇ ସାରିଛି। ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀ ନଦୀ ଉପତ୍ୟକାରେ ସିମ୍‍ଡ଼େଗା, ଗୁମଲା, ରାଞ୍ଚି, ଲୋହରଡ଼େଗା,ପଶ୍ଚିମ ସିଂହଭୂମ ଜିଲାଗୁଡ଼ିକରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ କରିଛନ୍ତି। ସ୍ଥଳବିଶେଷରେ ପ୍ରକଳ୍ପଗୁଡ଼ିକର ଉଚ୍ଚତା ୧୭ ମିଟରରୁ ୩୯ ମିଟର ପର୍ଯ୍ୟନ୍ତ କରାଯାଇଛି। ସବୁଠାରୁ ଛୋଟ ସେତୁ ଛିଣ୍ଡାର ଦୈର୍ଘ୍ୟ ୧୨୧.୩୪ ମିଟର ହୋଇଥିବାବେଳେ କାଟ୍ରି ଡ଼୍ୟାମ୍‍ର ଦୈର୍ଘ୍ୟ୧୮୯୦ ମିଟର। ଏହାବ୍ୟତୀତ ଲରୁଆ, ତପ୍‍କରା, ଗୁଚ୍ଚାଓପା, ଧନଶିଙ୍ଗ୍‍ଟୋଲି, ଜୟପୁର, ଲାଟ୍ରାଟୁ, ମଶାରିଆ, ନନ୍ଦିନୀ ଓ ପରାସ ଡ୍ୟାମ୍‍ ନିର୍ମାଣ କରାଯାଇଛି। ଏହାଛଡ଼ା ପଶ୍ଚିମ ସିଂହଭୂମି ଜିଲାରେ ସତ୍‍ପୋଟ୍‍କା, ଗୁମ୍‍ଲା ଜିଲାରେ କାନ୍ସ ଓ ରାଞ୍ଚି ଜିଲାରେ ନିର୍ମାଣାଧୀନ ବାସୁକୀ ଡ଼୍ୟାମ ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଛି। ବନ୍ୟାଜଳ ପରିଚାଳନା କ୍ଷେତ୍ରରେ ଝାଡ଼ଖଣ୍ଡର ଉଦାସୀନତା ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଛି। ଗାଲୁଡ଼ିହି ବ୍ୟାରେଜ୍‍ ଦେଇ ୬ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହ ଉତ୍ତର ଓଡ଼ିଶାକୁ ଜଳପ୍ଲାବିତ କରିଛି। ଏହି ବ୍ୟାରେଜ୍‍ର ସମସ୍ତ ୧୮ଟି ଫାଟକ ଖୋଲି ଦିଆଯିବା ଯୋଗୁଁ ପରିସ୍ଥିତି ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି। ଜାମଶେଳା ଘାଟରେ ସୁବର୍ଣ୍ଣରେଖା ବିପଦସଙ୍କେତଠାରୁ ୪ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଓଡ଼ିଶା ପାଇଁ କାଳ ପାଲଟିଛି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର କଲମା ବ୍ୟାରେଜ। ଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ଅଣମୌସୁମୀ ସମୟରେ ମହାନଦୀକୁ ଜଳ ପ୍ରବାହ ବର୍ଷକୁ ବର୍ଷ କମୁଛି ଏବଂ ନଭେମ୍ବରରୁ ମେ ମାସ ମଧ୍ୟରେ ଏହା ସର୍ବନିମ୍ନ ୨୭%ରୁ ସର୍ବାଧିକ ୭୭.୮% ପର୍ଯ୍ୟନ୍ତ ପାଣି କମ୍‍ ଆସିଛି। ୨୦୧୬ ନଭେମ୍ବର ମାସରୁ କଲମା ବ୍ୟାରେଜ୍‍ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶା ଉଭୟ ମୌସୁମୀ ଓ ଅଣମୌସୁମୀରେ ପ୍ରଭାବିତ ହୋଇ ଆସୁଛି। ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଅଣମୌସୁମୀ କାଳରେ ମହାନଦୀରେ ଜଳପ୍ରବାହ ୭୯.୩୭% କମିଛି। ଅନ୍ୟପକ୍ଷରେ ମୌସୁମୀ କାଳରେ ଅକସ୍ମାତ ବନ୍ୟା ଜଳ ଛାଡ଼ିବା ଯୋଗୁଁ ହୀରାକୁଦ ଉପରେ ଅଧିକ ଚାପ ପଡ଼ୁଛି ଓ ଜଳ ପରିଚାଳନା କଷ୍ଟକର ହେଉଛି। ବର୍ଷା ଯୋଗୁଁ ଛତିଶଗଡ଼ ସରକାର କଲମା ଓ ଅନ୍ୟାନ୍ୟ ବ୍ୟାରେଜ୍‍ର ଫାଟକ ଖୋଲି ଦେବା ପରେ ଦୁଇ ଦିନ ତଳେ ମହାନଦୀ ଅବବାହିକାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅତ୍ୟନ୍ତ ସ୍ପର୍ଶକାତର। ମୁଣ୍ଡଳୀରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହ ସମ୍ପୂର୍ଣ୍ଣ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ତିନିଦିନ ପରେ ମଧ୍ୟ ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି। ହଜାର ହଜାର ହେକ୍ଟର ଅଞ୍ଚଳର ଫସଲ ନଷ୍ଟ ହୋଇଛି, ଶହଶହ ଗାଁ ପାଣି ଘେରରେ ରହିଛି। ଅଣମୌସୁମୀ କାଳରେମହାନଦୀ ତଟବର୍ତ୍ତୀ ୧୪ ଜିଲାରେ ଜଳସେଚନ, ପାନୀୟ ଜଳ ଏବଂ ଜୈବମଣ୍ଡଳ ଗୁରୁତର ପ୍ରଭାବିତ ହେଉଥିବାବେଳେ ମୌସୁମୀ କାଳରେ ମହାନଦୀ ଅବବାହିକାର ଅଧା ଓଡ଼ିଶା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

ପୋଲାଭରମ ଯୋଗୁଁ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଓଡ଼ିଶାର ବାରମ୍ବାର ଆପତ୍ତି ସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ମାତ୍ର ଏ କ୍ଷେତ୍ରରେ ଓଡ଼ିଶାର ପ୍ରସ୍ତାବ ଓ ଆପତ୍ତିକୁ ଗ୍ରହଣ କରାଯାଇ ନାହିଁ। ଏହି ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଥିବା ସତ୍ତ୍ବେ ଆନ୍ଧ୍ର ପ୍ରଦେଶ ସରକାର ଓ କେନ୍ଦ୍ର ଉଭୟ ଏ କ୍ଷେତ୍ରରେ ନିଦାବିଷ୍ଣୁ ସାଜିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp