୩୦ ହଜାର ଲାଞ୍ଚ ନେଇ ଧରାପଡିଲେ ଖଣି ଉପନିର୍ଦ୍ଦେଶକ: ଘରୁ ମିଳିଲା ୪ କୋଟି ଟଙ୍କା, ଟ୍ରଲି ବ୍ୟାଗ୍ ଓ ଆଲମିରାରେ ଥାକ ଥାକ ନୋଟ୍

Suryakanta Picture
Published On

ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଜଣେ ଖଣି ଅଧିକାରୀଙ୍କ ଘରୁ ନଗଦ ୪ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କ ଭୁବନେଶ୍ୱରସ୍ଥିତ ଫ୍ଲାଟରୁ ଏହି ବିପୁଳ ପରିମାଣର ଅର୍ଥ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଟ୍ରଲି ବ୍ୟାଗ୍ ଓ ଆଲମିରାରୁ ମିଳିଲା କୋଟି କୋଟି ଟଙ୍କା

ସୂଚନା ଅନୁଯାୟୀ, ଦେବବ୍ରତ ମହାନ୍ତି ଜଣେ କୋଇଲା ବ୍ୟବସାୟୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାପରେ ଭୁବନେଶ୍ୱରର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ତାଙ୍କ ଫ୍ଲାଟରେ (ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟ) ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଘରର ଆଲମିରା ଏବଂ ବିଭିନ୍ନ ଟ୍ରଲି ବ୍ୟାଗରେ ଥାକ ଥାକ ହୋଇ ରଖାଯାଇଥିବା ପ୍ରାୟ ୪ କୋଟି ଟଙ୍କା ମିଳିଥିଲା। ଭିଜିଲାନ୍ସ ଇତିହାସରେ କୌଣସି 'ଟ୍ରାପ୍ କେସ୍' ବା ଲାଞ୍ଚ ମାମଲାରେ ଏହା ସବୁଠାରୁ ବଡ଼ ନଗଦ ଜବତ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

କାହିଁକି ନେଉଥିଲେ ଲାଞ୍ଚ?

ଅଭିଯୋଗ ଅନୁଯାୟୀ, କୋଇଲା ଡିପୋର ସୁରୁଖୁରୁରେ ପରିଚାଳନା ଏବଂ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ କରିବା ବାବଦକୁ ଦେବବ୍ରତ ବ୍ୟବସାୟୀଙ୍କ ଠାରୁ ଏହି ଲାଞ୍ଚ ଦାବି କରିଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ କାବୁ କରିଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଆହୁରି ମିଳିଲା ସମ୍ପତ୍ତିର ତାଲିକା

କେବଳ ନଗଦ ଟଙ୍କା ନୁହେଁ, ଚଢ଼ଉ ବେଳେ ଅନ୍ୟାନ୍ୟ ସମ୍ପତ୍ତିର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି:

* ଭୁବନେଶ୍ୱରର ପାହାଳ ଠାରେ ୨୪୦୦ ବର୍ଗଫୁଟର ଏକ ବିଶାଳ ଦୁଇ ମହଲା କୋଠା।

* ପ୍ରାୟ ୧୩୦ ଗ୍ରାମର ସୁନା ଅଳଙ୍କାର।

* କାର୍ଯ୍ୟାଳୟ ଡ୍ରୟରରୁ ୧.୨୦ ଲକ୍ଷ ଟଙ୍କା।

* ଭଦ୍ରକ ଜିଲ୍ଲା ମଠସାହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ ଜାରି ରହିଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା ଏହାକୁ ଏକ ରେକର୍ଡ ଜବତ ବୋଲି ଅଭିହିତ କରିଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର