ଆରମ୍ଭ ହେବ ପର୍ଯ୍ୟଟନ ସମ୍ପଦ ମାନଚିତ୍ରଣ: ୫୦ ନୂଆ ପର୍ଯ୍ୟଟନସ୍ଥଳୀର ବିକାଶ ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗ ସାରା ରାଜ୍ୟରେ ପର୍ଯ୍ୟଟନ ସମ୍ପଦ ମାନଚିତ୍ରଣ( ଟୁରିଜିମ ରିସୋର୍ସ ମ୍ୟାପିଂ) କରିବ। ନୂଆନୂଆ ପର୍ଯ୍ୟଟନସ୍ଥଳୀ ସବୁର ଅନୁସନ୍ଧାନ କରାଯାଇ ସେଗୁଡ଼ିକର ବିକାଶ କରାଯିବ। ଏହା ଫଳରେ ରାଜ୍ୟର ପର୍ଯ୍ୟଟନ ମାନଚିତ୍ର ଆହୁରି ବିସ୍ତାରିତ ହେବ। ଏଥିରୁ ନିଯୁକ୍ତି ବୃଦ୍ଧି ସହ ଅର୍ଥନୀତିର ସମୃଦ୍ଧି ମଧ୍ୟ ହେବ। ଆସନ୍ତା ପର୍ଯ୍ୟଟନ ଋତୁ ବେଳକୁ ଆଉ କିଛି ନୂଆ ସ୍ଥାନ ଏହି ମାନଚିତ୍ରରେ ସ୍ଥାନ ପାଇଥିବ। ସବୁଜିମାରେ ପରିପୂର୍ଣ୍ଣ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ୫୦ଟି […]

ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗ ସାରା ରାଜ୍ୟରେ ପର୍ଯ୍ୟଟନ ସମ୍ପଦ ମାନଚିତ୍ରଣ( ଟୁରିଜିମ ରିସୋର୍ସ ମ୍ୟାପିଂ) କରିବ। ନୂଆନୂଆ ପର୍ଯ୍ୟଟନସ୍ଥଳୀ ସବୁର ଅନୁସନ୍ଧାନ କରାଯାଇ ସେଗୁଡ଼ିକର ବିକାଶ କରାଯିବ। ଏହା ଫଳରେ ରାଜ୍ୟର ପର୍ଯ୍ୟଟନ ମାନଚିତ୍ର ଆହୁରି ବିସ୍ତାରିତ ହେବ। ଏଥିରୁ ନିଯୁକ୍ତି ବୃଦ୍ଧି ସହ ଅର୍ଥନୀତିର ସମୃଦ୍ଧି ମଧ୍ୟ ହେବ। ଆସନ୍ତା ପର୍ଯ୍ୟଟନ ଋତୁ ବେଳକୁ ଆଉ କିଛି ନୂଆ ସ୍ଥାନ ଏହି ମାନଚିତ୍ରରେ ସ୍ଥାନ ପାଇଥିବ। ସବୁଜିମାରେ ପରିପୂର୍ଣ୍ଣ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ୫୦ଟି ପର୍ଯ୍ୟଟନ କ୍ଷେତ୍ର ବିକାଶ କରିବାକୁ ସରକାର ଯୋଜନା ରଖିଛନ୍ତି। ଲୋକପ୍ରିୟ ହୋଇ ପାରିନଥିବା ଯୋଗ୍ୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର କ୍ଷମତା ବୃଦ୍ଧି ସହ ତାହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ପର୍ଯ୍ୟଟନ ବିଭାଗ ପ୍ରୟାସ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ପର୍ଯ୍ୟଟନ ବିଭାଗରକୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସମ୍ପ୍ରତି ୪୮ଟି ଜଳପ୍ରପାତ ପର୍ଯ୍ୟଟନର ମାନ୍ୟତା ପାଇଛି। ଏହି ତାଲିକାରେ ନୃସିଂହନାଥ, ହରିଶଙ୍କର, ଦେଓଝର, ପ୍ରଧାନପାଟ୍‌‌, ଗଣ୍ଡାହାତୀ, ବୁଢ଼ାଖୋଲ, ଗୁଣ୍ଡିଚାଘାଇ, ସାନଘାଗରା ଓ ବଡ଼ଘାଗରା ପ୍ରମୁଖ ସାମିଲ ରହିଛନ୍ତି। ପର୍ଯ୍ୟଟନ ବିଭାଗ ୧୨ଟି ନୂଆ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ ଭାବେ ସ୍ଥାନିତ କରିବାକୁ ଯୋଜନା କରୁଛନ୍ତି। ସେଠାରେ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ସୁବିଧା ଯୋଗାଇ ଦିଆଯିବ। ସେହିଭଳି କୋରାପୁଟରେ ଅନେକ ଜଳପ୍ରପାତ ସମ୍ପର୍କରେ ପର୍ଯ୍ୟଟକମାନେ ଅବଗତ ନାହାଁନ୍ତି। ଏହି ସ୍ଥଳୀଗୁଡ଼ିକର ବିକାଶ କରାଯିବ ବୋଲି ବିଭାଗ ସ୍ପଷ୍ଟ କରିଛି। ତେବେ ଏହି ଟୁରିଜିମ୍‌‌ ରିସୋର୍ସ ମ୍ୟାପିଂ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ସବୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀମାନଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପର୍ଯ୍ୟଟନପ୍ରେମୀମାନଙ୍କ ସହାୟତାରେ ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ବିକଶିତ ହୋଇପାରି ନ ଥିବା ଧାର୍ମିକ ସ୍ଥଳୀ, ଗୁମ୍ପା, ଜଳପପ୍ରାତ ଓ ସବୁଜିମାରେ ଭରା ସ୍ୱତନ୍ତ ସ୍ଥଳୀଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏହି ତାଲିକା ପର୍ଯ୍ୟଟନ ବିଭାଗ ନିକଟରେ ପହଞ୍ଚିବା ପରେ ଏହି ସବୁ ସ୍ଥାନକୁ ବିଭାଗୀୟ ଯାଞ୍ଚ କମିଟି ଗସ୍ତ କରିବେ। ସମ୍ପୃକ୍ତ ସ୍ଥଳୀର ଲୋକପ୍ରିୟତା ଓ ସାମାଜିକ ଆର୍ଥିକ ଦିଗକୁ ଧ୍ୟାନ ଦେଇ ଭିତ୍ତିଭୂମି ବିକାଶ ଉପରେ ନିଷ୍ପତ୍ତି ନିଆଯିବ। ପର୍ଯ୍ୟଟନ ବିଭାଗ କମିଟିରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ସେଠାକୁ ପ୍ରତିବର୍ଷ ଆନୁମାନିକ କେତେ ପର୍ଯ୍ୟଟକଙ୍କର ଆଗମନ ହେଉଛି ତାହା ଜାଣିବାକୁ ଚେଷ୍ଟା କରାଯିବ। ସେହିଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ହୋଇପାରିବ। ସେହିଭଳି ରାଜ୍ୟର ଅନେକ ଅଭୟାରଣ୍ୟରେ ଜବରଦଖଲ କ୍ରମାଗତ ଭାବେ ବଢ଼଼ିବାରେ ଲାଗିଛି। ସେହି ସବୁ ସ୍ଥାନରେ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ବିଭାଗ ସହ ଆଲୋଚନା କରି ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀ ବିକାଶ କରିବ। ଯାହା ଫଳରେ ସମ୍ପୃକ୍ତ ସ୍ଥାନ ଅଧିକ ଗହଳଚହଳ ହୋଇପାରିବ। ଅନ୍ୟ ଏକ ଟିମ୍‌‌ ସୋସିଆଲ୍‌‌ ମିଡିଆ ଓ ବିଭିନ୍ନ ସର୍ଭେରୁ ତଥ୍ୟ ସଂଗ୍ରହ କରିବ। ଗଲା ୫ରୁ ୬ ବର୍ଷ ମଧ୍ୟରେ କେଉଁ ପର୍ଯ୍ୟଟନ ସ୍ଥଳୀର ଚାହିଦା ଅଧିକ ରହିଛି, ତାହା ଚିହ୍ନଟ କରିବେ। ଏସବୁର ଏକ ତାଲିକା କରି ସରକାରଙ୍କୁ ହସ୍ତାନ୍ତର କରିବେ। ବିଭାଗର ଜନୈକ ଅଧିକାରୀ ଉଦାହରଣ ଦେଇ କହିଛନ୍ତି ଯେ, ମହେନ୍ଦ୍ରଗିରି ଭଳି ସ୍ଥାନକୁ ଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୫ ଗୁଣାରୁ ଅଧିକ ହୋଇଯାଇଥିବା ଦେଖିବାକୁ ମିଳୁଛି। ମାତ୍ର ସେଠାରେ ପର୍ଯ୍ୟଟନ ବିଭାଗର ଅନୁପସ୍ଥିତି ହେତୁ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି। ଏଭଳି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସରକାର ପ୍ରାଥମିକତା ଦେଇ ବିକାଶ କରିବେ। ସେହିଭଳି ଚିଲିକା ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି ଓ ଭିତରକନିକାରେ ବନ୍ୟଜନ୍ତୁ ଫଟୋଗ୍ରାଫି ଭଳି ବ୍ୟବସ୍ଥା ଉପରେ ମଧ୍ୟ ବିଭାଗ ଆଲୋଚନା କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର