ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠି – କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  CAPF ଯବାନ ମୁତୟନ ବାବଦକୁ ଓଡ଼ିଶା ଠାରୁ ୪୫୬୧.୨୧ କୋଟି ଖର୍ଚ୍ଚ ଦାବି କରିଛି କେନ୍ଦ୍ର । ଦେଶ ପାଇଁ ମାଓ କାର୍ଯ୍ୟକଳାପ ଏକ ବଡ଼ ସମସ୍ୟା ହୋଇଥିବାବେଳେ ମାଓ ପ୍ରବଣ ରାଜ୍ୟରେ କେନ୍ଦ୍ର ସରକାର ସିଏପିଏଫ ଯବାନ ମୁତୟନ କରିଥାନ୍ତି। ତେବେ ଏହା ଏକ ଜାତୀୟ ପ୍ରସଙ୍ଗ ଓ ଆଭ୍ୟନ୍ତରୀଣ ସୁରକ୍ଷା […]

ଭୁବନେଶ୍ୱର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  CAPF ଯବାନ ମୁତୟନ ବାବଦକୁ ଓଡ଼ିଶା ଠାରୁ ୪୫୬୧.୨୧ କୋଟି ଖର୍ଚ୍ଚ ଦାବି କରିଛି କେନ୍ଦ୍ର । ଦେଶ ପାଇଁ ମାଓ କାର୍ଯ୍ୟକଳାପ ଏକ ବଡ଼ ସମସ୍ୟା ହୋଇଥିବାବେଳେ ମାଓ ପ୍ରବଣ ରାଜ୍ୟରେ କେନ୍ଦ୍ର ସରକାର ସିଏପିଏଫ ଯବାନ ମୁତୟନ କରିଥାନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ !

ତେବେ ଏହା ଏକ ଜାତୀୟ ପ୍ରସଙ୍ଗ ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟାପାର କହି ଏଥିରେ ଅର୍ଥ ଛାଡ କରିବାକୁ ଦାବି କରିଛି ଓଡ଼ିଶା । ଓଡ଼ିଶାର ଯୁକ୍ତି ହେଲା, ଉଭୟ କେନ୍ଦ୍ର ଓ ରାଜ୍ୟମାନେ ମିଳିତ ଭାବେ ମାଓ ମୁକାବିଲା କରୁଛନ୍ତି। ଓଡ଼ିଶା ସରକାର ସୀମିତ ସମ୍ବଳରେ ସୁରକ୍ଷା ବାହିନୀ ନିୟୋଜିତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ; କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ଆହୁରି ପଢ଼ନ୍ତୁ: ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ଲକ୍ଷ୍ୟ: ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଅନ୍ୟ ରୁଟ୍‌ ବସଙ୍କୁ ଅସ୍ଥାୟୀ ପରମିଟ୍‌

ମାଓ କାର୍ଯ୍ୟକଳାପ ରୋକିବାକୁ ୧୨ଟି ବାଟାଲିୟନ ପ୍ରତିଷ୍ଠା ହୋଇଛି। ପୋଲିସ କ୍ୟାଡରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି। ମାଓ ମୁକାବିଲା ପାଇଁ ସୁରକ୍ଷାବଳକୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ କେନ୍ଦ୍ର ସମ୍ମାନ ଦେଇ ଗୃହ ବିଭାଗ ପକ୍ଷରୁ ଦାବି ଅର୍ଥର ପୁନର୍ବିଚାର କରିବାକୁ କୁହାଯାଇଛି। ୨୦୧୫ରେ ଓଡ଼ିଶା ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିଥିଲା ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ଉତ୍ତରରେ କହିଥିଲେ ଯେ କେନ୍ଦ୍ରର ପ୍ରଚଳିତ ନୀତିରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । କିଛି ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟକୁ ଛାଡ଼ି ଅନ୍ୟମାନେ ଏହି ଭାର ବହନ କରନ୍ତି । ଦେଶର ସମ୍ବଳ ଅଭାବରୁ ଅନ୍ୟ ରାଜ୍ୟ ମାନଙ୍କୁ ଏହି ଖର୍ଚ୍ଚ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ତର ଦେଇଥିଲା । ଯାହାର ପୁନର୍ବିଚାର କରିବାକୁ ପୁଣି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

29 Apr 2021 By The Sakala

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠି – କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି

ଭୁବନେଶ୍ୱର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  CAPF ଯବାନ ମୁତୟନ ବାବଦକୁ ଓଡ଼ିଶା ଠାରୁ ୪୫୬୧.୨୧ କୋଟି ଖର୍ଚ୍ଚ ଦାବି କରିଛି କେନ୍ଦ୍ର । ଦେଶ ପାଇଁ ମାଓ କାର୍ଯ୍ୟକଳାପ ଏକ ବଡ଼ ସମସ୍ୟା ହୋଇଥିବାବେଳେ ମାଓ ପ୍ରବଣ ରାଜ୍ୟରେ କେନ୍ଦ୍ର ସରକାର ସିଏପିଏଫ ଯବାନ ମୁତୟନ କରିଥାନ୍ତି।

ତେବେ ଏହା ଏକ ଜାତୀୟ ପ୍ରସଙ୍ଗ ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟାପାର କହି ଏଥିରେ ଅର୍ଥ ଛାଡ କରିବାକୁ ଦାବି କରିଛି ଓଡ଼ିଶା । ଓଡ଼ିଶାର ଯୁକ୍ତି ହେଲା, ଉଭୟ କେନ୍ଦ୍ର ଓ ରାଜ୍ୟମାନେ ମିଳିତ ଭାବେ ମାଓ ମୁକାବିଲା କରୁଛନ୍ତି। ଓଡ଼ିଶା ସରକାର ସୀମିତ ସମ୍ବଳରେ ସୁରକ୍ଷା ବାହିନୀ ନିୟୋଜିତ କରୁଛନ୍ତି।

ମାଓ କାର୍ଯ୍ୟକଳାପ ରୋକିବାକୁ ୧୨ଟି ବାଟାଲିୟନ ପ୍ରତିଷ୍ଠା ହୋଇଛି। ପୋଲିସ କ୍ୟାଡରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି। ମାଓ ମୁକାବିଲା ପାଇଁ ସୁରକ୍ଷାବଳକୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ କେନ୍ଦ୍ର ସମ୍ମାନ ଦେଇ ଗୃହ ବିଭାଗ ପକ୍ଷରୁ ଦାବି ଅର୍ଥର ପୁନର୍ବିଚାର କରିବାକୁ କୁହାଯାଇଛି। ୨୦୧୫ରେ ଓଡ଼ିଶା ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିଥିଲା ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ଉତ୍ତରରେ କହିଥିଲେ ଯେ କେନ୍ଦ୍ରର ପ୍ରଚଳିତ ନୀତିରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । କିଛି ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟକୁ ଛାଡ଼ି ଅନ୍ୟମାନେ ଏହି ଭାର ବହନ କରନ୍ତି । ଦେଶର ସମ୍ବଳ ଅଭାବରୁ ଅନ୍ୟ ରାଜ୍ୟ ମାନଙ୍କୁ ଏହି ଖର୍ଚ୍ଚ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ତର ଦେଇଥିଲା । ଯାହାର ପୁନର୍ବିଚାର କରିବାକୁ ପୁଣି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର