ନକଲି ଔଷଧ କାରବାର ମାମଲାରେ ଗିରଫ ୨ ଅଭିଯୁକ୍ତଙ୍କୁ ପୁରୀଘାଟ ଥାନା ପୋଲିସର ପଚରାଉଚରା

The Sakala Picture
Published On

କଟକ: କଟକରେ ନକଲି ଔଷଧ କାରବାର ଘଟଣାରେ ବିହାରରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣି ଟ୍ରାଂଜିଟ୍ ରିମାଣ୍ଡରେ ଆଜି ପଚରାଉଚରା କରିଛି ପୁରୀଘାଟ ଥାନା ପୋଲିସ । ଓଡ଼ିଶାକୁ ଆସୁଥିବା ନକଲି ମେଡିସିନ୍ ଘଟଣାରେ ଏମାନଙ୍କ ସଂପୃକ୍ତି ରହିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ନକଲି ଔଷଧ ଯୋଗାଇ ଦେଉଥିବା ଦୁଇ ବ୍ୟବସାୟୀଙ୍କୁ ବିହାରରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହାସହ ନକଲି ଔଷଧର […]

କଟକ: କଟକରେ ନକଲି ଔଷଧ କାରବାର ଘଟଣାରେ ବିହାରରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣି ଟ୍ରାଂଜିଟ୍ ରିମାଣ୍ଡରେ ଆଜି ପଚରାଉଚରା କରିଛି ପୁରୀଘାଟ ଥାନା ପୋଲିସ । ଓଡ଼ିଶାକୁ ଆସୁଥିବା ନକଲି ମେଡିସିନ୍ ଘଟଣାରେ ଏମାନଙ୍କ ସଂପୃକ୍ତି ରହିଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ନକଲି ଔଷଧ ଯୋଗାଇ ଦେଉଥିବା ଦୁଇ ବ୍ୟବସାୟୀଙ୍କୁ ବିହାରରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହାସହ ନକଲି ଔଷଧର ଉତ୍ପାଦନ କେଉଁଠି ହେଉଛି ତାହାକୁ ନେଇ ତଦନ୍ତ ଜାରି ରହିଛି । ନକଲି ଔଷଧ ମାମଲାରେ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗସ୍ କମ୍ପାନିରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସୂଚନା ଅନୁଯାୟୀ, ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କ ନିକଟରୁ ୫୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାରେ ବିହାର ଯାଇଥିବା ୪ ଜଣିଆ ଟିମ୍ ଶନିବାର ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା। ଗୟା ପୁଲିସର ଏକ ଟିମ୍ ଏବେ ପୁରୀଘାଟ ଥାନା ପୋଲିସ ସହିତ ମିଶି ଏହି ତଦନ୍ତ କରୁଛି। ବାଲାଜୀ ଡ୍ରଗସ୍ କମ୍ପାନିର କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ଏହି କମ୍ପାନିକୁ ଡ୍ରଗସ୍ ପକ୍ଷରୁ କୌଣସି ଲାଇସେନ୍ସ ମିଳିଛି କି ନାହିଁ ଏବଂ କଟକରେ କେବଳ ରାହୁଲ ଓ ସଞ୍ଜୟକୁ ଏମାନେ ନକଲି ଔଷଧ ଚାଲାଣ କରୁଥିଲେ ନା ଅନ୍ୟ କେଉଁମାନଙ୍କୁ ଚାଲାଣ କରୁଥିଲେ, ସେ ନେଇ କାଗଜପତ୍ର ପୋଲିସ ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର