ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ଡିଜି ଅଭୟ

The Sakala Picture
Published On

ପୁରୀ: ପୁରୀଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ କାମ କରୁଥିବା କହିଛନ୍ତି ପୁଲିସ ଡିଜି । ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଛନ୍ତି ପୁଲିସ ଡିଜି । କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୁଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ […]

ପୁରୀ: ପୁରୀଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ କାମ କରୁଥିବା କହିଛନ୍ତି ପୁଲିସ ଡିଜି । ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଛନ୍ତି ପୁଲିସ ଡିଜି । କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୁଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ । ଘରେ ରୁହନ୍ତୁ, ମୋବାଇଲ ଓ ଟିଭିରେ ଭଗବାନଙ୍କୁ ଦର୍ଶନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଅଭୟ । ସରକାରଙ୍କ ରଥଯାତ୍ରା ଗାଇଡଲାଇନ ପାଳନ୍ତୁ ପୁରୀବାସୀ । ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ । ପୁରୀ ଏସପି ଓ ବରିଷ୍ଠ ଅଧିକାରୀ , ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

04 Jul 2021 By The Sakala

ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ଡିଜି ଅଭୟ

ପୁରୀ: ପୁରୀଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ କାମ କରୁଥିବା କହିଛନ୍ତି ପୁଲିସ ଡିଜି । ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଛନ୍ତି ପୁଲିସ ଡିଜି । କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୁଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ । ଘରେ ରୁହନ୍ତୁ, ମୋବାଇଲ ଓ ଟିଭିରେ ଭଗବାନଙ୍କୁ ଦର୍ଶନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଅଭୟ । ସରକାରଙ୍କ ରଥଯାତ୍ରା ଗାଇଡଲାଇନ ପାଳନ୍ତୁ ପୁରୀବାସୀ । ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ । ପୁରୀ ଏସପି ଓ ବରିଷ୍ଠ ଅଧିକାରୀ , ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

https://www.thesakala.in/latest-odisha-news/odisha-police-dg-review-arrangement-amid-of-ratha-yatra/article-3482
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର