୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଶକ୍ତି ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଓଡିଶା ଯଥେଷ୍ଟ ବିନିଯୋଗ କରୁଛି । ଆଜି OPTCL ରେ ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ପ୍ରଦାନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓପିଟିସିଏଲରେ ୨୩୫ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ […]

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଶକ୍ତି ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଓଡିଶା ଯଥେଷ୍ଟ ବିନିଯୋଗ କରୁଛି । ଆଜି OPTCL ରେ ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ପ୍ରଦାନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଓପିଟିସିଏଲରେ ୨୩୫ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସମୁଦାୟ ୨୩୫ ଜଣଙ୍କ ମଧ୍ୟରୁ ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକ୍ନିସିଆନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନବ ନିଯୁକ୍ତ କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଥିଲେ । ବିଦ୍ୟୁତ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ । ତେଣୁ ନିରବଛିନ୍ନ ଭାବରେ ବିଦ୍ୟୁତ ସରବରାହ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଲୋକସେବା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ତତଲା ଖରାରେ ସିଝୁଛି ପଶ୍ଚିମ ଓଡିଶା, ୨୨ ତାରିଖ ଯାଏଁ ଭୀଷଣ ତାତି ଓ ଗୁଳୁଗୁଳି ଆଶଙ୍କା

ଏହି ଅବସରରେ ନବନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟଶୈଳୀ ନେଇ ଅନେକ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁ ଆଜି ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ପାଲଟିଛି । ରାଜ୍ୟର ବିଦ୍ୟୁତ ବଣ୍ଟନ ନେଟୱାର୍କକୁ ମଜବୁତ କରିବା ପାଇଁ ୯୯ଟି ୩୩ କେଭି ସବଷ୍ଟେସନ ନିର୍ମାଣ ପାଇଁ ନିକଟରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।  OPTCL ରେ ନୂତନ ଭାବେ ଯୋଗଦେଇଥିବା କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି ଯେ ଆମର କୃଷକ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ଶିଳ୍ପଗୁଡିକ ନିରବଚ୍ଛିନ୍ନ ଭାବରେ ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ପାଇବାକୁ ନିଶ୍ଚିତ କରିବା ପାଇଁ ଆପଣ ସମସ୍ତେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ନବନିଯୁକ୍ତ କର୍ମଚାରୀ ମାନେ ୫-ଟି ଆଧାରରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡିରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

06 Jan 2022 By The Sakala

୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଶକ୍ତି ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଓଡିଶା ଯଥେଷ୍ଟ ବିନିଯୋଗ କରୁଛି । ଆଜି OPTCL ରେ ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ପ୍ରଦାନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓପିଟିସିଏଲରେ ୨୩୫ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସମୁଦାୟ ୨୩୫ ଜଣଙ୍କ ମଧ୍ୟରୁ ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକ୍ନିସିଆନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନବ ନିଯୁକ୍ତ କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଥିଲେ । ବିଦ୍ୟୁତ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ । ତେଣୁ ନିରବଛିନ୍ନ ଭାବରେ ବିଦ୍ୟୁତ ସରବରାହ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଲୋକସେବା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ନବନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟଶୈଳୀ ନେଇ ଅନେକ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସୁଚିନ୍ତିତ ଯୋଜନା ଯୋଗୁ ଆଜି ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ପାଲଟିଛି । ରାଜ୍ୟର ବିଦ୍ୟୁତ ବଣ୍ଟନ ନେଟୱାର୍କକୁ ମଜବୁତ କରିବା ପାଇଁ ୯୯ଟି ୩୩ କେଭି ସବଷ୍ଟେସନ ନିର୍ମାଣ ପାଇଁ ନିକଟରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।  OPTCL ରେ ନୂତନ ଭାବେ ଯୋଗଦେଇଥିବା କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି ଯେ ଆମର କୃଷକ, ଉଦ୍ୟୋଗୀ ଏବଂ କ୍ଷୁଦ୍ର ଶିଳ୍ପଗୁଡିକ ନିରବଚ୍ଛିନ୍ନ ଭାବରେ ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ପାଇବାକୁ ନିଶ୍ଚିତ କରିବା ପାଇଁ ଆପଣ ସମସ୍ତେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ନବନିଯୁକ୍ତ କର୍ମଚାରୀ ମାନେ ୫-ଟି ଆଧାରରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡିରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର