ଓଡ଼ିଶାକୁ ଗ୍ରୀଷ୍ମ କୋପ, ଆଗକୁ ଘୋର ବିପଦ!

The Sakala Picture
Published On

ଭୁବନେଶ୍ୱର,୮ା୬(ସମିସ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଭଳି ସ୍ଥ଄ତି ଜାରି ରହିଛି। ବନ୍ୟା, ବାତ୍ୟା ଭଳି ଗ୍ରୀଷ୍ମ କୋପ ଓଡ଼ିଶା ପାଇଁ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ରାଜ୍ୟର ଅଧÒକାଂଶ ଜିଲ୍ଲାରେ ରୌଦ୍ରତାପ ଯୋଗୁଁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏହି ସମୟର ତାପମାତ୍ରା ପୂର୍ବବର୍ଷ ମାନଙ୍କ ତୁଳନାରେ ଅହେତୁକ ଭାବେ ଅଧÒକ ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକ୍‌ ମୌସୁମୀ ବୃଷ୍ଟିର ଅଭାବ ସହିତ ସବୁଜ ବଳୟର ଦ୍ରୁତ ହ୍ରାସ ଏହି ତାପମାତ୍ରା […]

ଭୁବନେଶ୍ୱର,୮ା୬(ସମିସ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଭଳି ସ୍ଥ଄ତି ଜାରି ରହିଛି। ବନ୍ୟା, ବାତ୍ୟା ଭଳି ଗ୍ରୀଷ୍ମ କୋପ ଓଡ଼ିଶା ପାଇଁ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ରାଜ୍ୟର ଅଧÒକାଂଶ ଜିଲ୍ଲାରେ ରୌଦ୍ରତାପ ଯୋଗୁଁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏହି ସମୟର ତାପମାତ୍ରା ପୂର୍ବବର୍ଷ ମାନଙ୍କ ତୁଳନାରେ ଅହେତୁକ ଭାବେ ଅଧÒକ ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକ୍‌ ମୌସୁମୀ ବୃଷ୍ଟିର ଅଭାବ ସହିତ ସବୁଜ ବଳୟର ଦ୍ରୁତ ହ୍ରାସ ଏହି ତାପମାତ୍ରା ବୃଦ୍ଧ଄ର ପ୍ରମୁଖ କାରଣ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କ୍ରମାଗତ ତାପମାତ୍ରା ବୃଦ୍ଧ଄ ହେତୁ ଦେଶର ଉଷ୍ଣ ସହର ମଧ୍ୟରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ଟିଟିଲାଗଡ଼଼ ଆଦି ସହର ସ୍ଥାନ ପାଇଛନ୍ତି। ଏହି ସହରଗୁଡ଼ିକର ତାପମାତ୍ରା ବିଭିନ୍ନ ସମୟରେ ସାରା ଦେଶରେ ମଧ୍ୟ ଶୀର୍ଷରେ ପହଞ୍ଚୁଛି। ଜଳବାୟୁ ପରିବର୍ତ୍ତନ ଜନିତ ପାଣିପାଗ ସମସ୍ୟା ଯୋଗୁଁ ଏହି ଅଞ୍ଚଳଗୁଡ଼ିକ ଭୟଙ୍କର ଭାବରେ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଏସପିଙ୍କ ଅତର୍କିତ ଚଢ଼ାଉ: ବିପୁଳ ନିଶାଦ୍ରବ୍ୟ ଓ ନିଷିଦ୍ଧ ସାମଗ୍ରୀ ଜବତ

ପୂର୍ବରୁ ଟିଟିଲାଗଡ଼଼ର ତାପମାତ୍ରା ୪୫.୪ ଡ଼ିଗ୍ରୀ ଛୁଇଁଥିବାବେଳେ ଚଳିତ ବର୍ଷ ଦ୍ୱିତୀୟଥର ପାଇଁ ଟିଟିଲାଗଡ଼଼ରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟର ୯ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବାବେଳେ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇ ‘ହିଟ୍‍ ଆଲର୍ଟ’ ଜାରି କରାଯାଇଛି। ତେବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା କାହିଁକି ଊର୍ଦ୍ଧ୍ବରେ ରହୁଛି ସେ ସମ୍ପର୍କରେ ବିଶେଷଜ୍ଞମାନେ ଭିନ୍ନଭିନ୍ନ ମତ ପୋଷଣ କରିଛନ୍ତି। ସବୁଜ ବଳୟ ହ୍ରାସ, ଦ୍ରୁତ ସହରୀକରଣ, ଅଙ୍ଗାରକାମ୍ଳ ଗ୍ୟାସ ଶୋଷକ ପାରିପାର୍ଶ୍ବର ଅଭାବ ଆଦିକୁ ଏଥିପାଇଁ ଯଦିଓ ମୁଖ୍ୟ କାରଣ ବୋଲି କୁହାଯାଉଛି ତଥାପି ପଶ୍ଚିମ ଭାରତରୁ ପ୍ରବାହିତ ଉଷ୍ଣ ବାୟୁ ପଶ୍ଚିମ ଓଡ଼ିଶାର ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ବୋଲି ଅନେକ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ

ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଉପରେ ଗ୍ରୀଷ୍ମ ଋତୁରେ ସୃଷ୍ଟି ହେଉଥିବା ଗୁରୁଚାପ ବଳୟ ଓ ତଜ୍ଜନିତ ଉଷ୍ଣ ବାୟୁ ପ୍ରବାହ ପଶ୍ଚିମ ଓଡ଼ିଶାର ସ୍ଥିତିକୁ ବିଭିନ୍ନ ସମୟରେ ଜଟିଳ କରିଛି। ଏକପକ୍ଷରେ ଜଳବାୟୁ ଭାରସାମ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସବୁଜ ବଳୟ ହ୍ରାସ ତାପମାତ୍ରା ବୃଦ୍ଧିର ଗୋଟିଏ କାରଣ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ପଶ୍ଚିମ ଭାରତରୁ ଓଡ଼ିଶା ଦିଗରେ ପ୍ରବହମାନ ଉଷ୍ଣ ବାୟୁ ପଥରେ ବାଧକ ପଡ଼ୋଶୀ ରାଜ୍ୟର ଘଞ୍ଚ ଜଙ୍ଗଲ କ୍ରମଶ ଉଭାନ ହୋଇ ଯିବାରୁ ସିଧାସଳଖ ଏହା ପଶ୍ଚିମ ଓଡ଼ିଶାରେ ପହଞ୍ଚୁଥିବା କୁହାଯାଉଛି। ଏହି ସ୍ଥିତି ଲାଗି ରହିଲେ ଭବିଷ୍ୟତରେ ପରିସ୍ଥିତି ଭୟଙ୍କର ହେବା ଆକଳନ କରାଯାଉଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ଜୀବନଧାରା କୁହାଯାଉଥିବା ମହାନଦୀ, ଏହାର ଶାଖା ନଦୀ ସହ ଅନ୍ୟାନ୍ୟ ଛୋଟଛୋଟ ନଦୀଗୁଡ଼ିକରେ ଜଳସ୍ରୋତ ହ୍ରାସ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ

ଜଳସ୍ରୋତ ଅଭାବରୁ ନଦୀଗୁଡ଼ିକ ସମ୍ପୂର୍ଣ୍ଣ ଶୁଖିଲା ପଡ଼ୁଛି, ଫଳରେ ଜୈବ ସମ୍ପଦ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ଭୂତଳ ଜଳସ୍ତର ହ୍ରାସ ସହ କଟା, ବନ୍ଧ ଶୁଖିଯିବା ଦ୍ୱାରା ଜଳବାୟୁରେ ଭାରସାମ୍ୟ ରହୁନାହିଁ। ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଥିବା ବଡ଼ବଡ଼ ବନ୍ଧ ବା ବିଶାଳ ପୋଖରୀଗୁଡ଼ିକ ଏକପ୍ରକାର ଅସ୍ତିତ୍ୱ ହରାଇଛନ୍ତି। ଜଳ ସଂରକ୍ଷଣ, ଜଳସେଚନ, ପାନୀୟ ଜଳ, ଭୂତଳ ଜଳସ୍ତର ବୃଦ୍ଧି ଆଦି ବିଭିନ୍ନ କାର୍ଯ୍ୟ ନିମନ୍ତେ ଉପଯୋଗୀ ହେଉଥିବା ବନ୍ଧ ଓ କଟାଗୁଡ଼ିକ ଜବରଦଖଲ ହୋଇ ସାରିଛି କିମ୍ବା ମୃତ ଘୋଷିତ ହୋଇ ସାରିଛି। ନଦୀ ଉପତ୍ୟକାରେ ଜଙ୍ଗଲଗୁଡ଼ିକ ଜଳାଭାବରୁ କ୍ଷୀଣ ହେଉଛି ଏବଂ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ସୂର୍ଯ୍ୟତାପ ବୃଦ୍ଧି, ଉଷ୍ଣ ବାୟୁ ପ୍ରବାହ ଜନିତ ବର୍ଦ୍ଧିତ ତାପମାତ୍ରାକୁ ଯେଉଁ ଘଞ୍ଚ ସବୁଜିମା ରୋକି ପାରିବ ତାହାର ଉପଯୁକ୍ତ ଅଭାବ ସମସ୍ୟାକୁ ତୀବ୍ର କରିଛି। ଉଷ୍ଣ ବାୟୁ ପ୍ରବାହ, ତାପମାତ୍ରା ବୃଦ୍ଧି ଯୋଗୁଁ ମଣିଷର ଜୀବନଯାତ୍ରା ବ୍ୟାହତ ହୋଇଛି, କର୍ମକୁଶଳତା ହ୍ରାସ ପାଉଛି।

ରାଜ୍ୟରେ ସବୁଜିମା ବୃଦ୍ଧି ଓ ସବୁଜ ବଳୟ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ‘ସବୁଜ ମହାନଦୀ ମିଶନ’ ଆରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶାର ସୋନପୁର ନିକଟରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ନଦୀ ଉପକୂଳ, କେନାଲ ବନ୍ଧ ଓ ଅନ୍ୟାନ୍ୟ ଖୋଲା ସ୍ଥାନରେ ବୃକ୍ଷରୋପଣ କରାଯିବାକୁ ଯୋଜନା କରାଯାଇଛି। ମାତ୍ର ଅନେକ କ୍ଷେତ୍ରରେ ସ୍ଥାନୀୟ ଅଧିକାରୀଙ୍କ ଉଦାସୀନତା ଓ ଜନସାଧାରଣଙ୍କ ସହଭାଗିତା ଅଭାବରୁ ଏହା ସମ୍ପୂର୍ଣର୍ ସଫଳ ହୋଇପାରୁ ନାହିଁ। ଅନ୍ୟ ରାଜ୍ୟ ତୁଳନାରେ ନୂତନ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଯଦିଓ ଓଡ଼ିଶା ଆଗରେ ରହିଛି, ତଥାପି ଓଡ଼ିଶା ପାଣିପାଗରେ ପରିପୁଷ୍ଟ ଓ ଦୀର୍ଘଜୀବୀ ହେବା ପରି ବର, ଅଶ୍ୱସ୍ଥ, ନିମ୍ବ, ଅଶନ ପରି ବୃକ୍ଷରୋପଣର ଆବଶ୍ୟକତା ଥିବା ପରିବେଶ ବିଜ୍ଞାନୀମାନେ ମନେ କରୁଛନ୍ତି।

ଅନ୍ୟପକ୍ଷରେ ଅନିୟମିତ ମୌସୁମୀ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି। ସାଧାରଣତଃ ଜୁନ୍‍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥାଏ। ଏହାବ୍ୟତୀତ ଏପ୍ରିଲ୍‍ ଓ ମେ ମାସରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ କିଛି ପରିମାଣରେ ଉଷ୍ଣତା ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ। ମାତ୍ର ଗତ ପ୍ରାୟ ୧ ଦଶନ୍ଧି ଧରି ଏଥିରେ ଗୁରୁତର ବିଭ୍ରାଟ ଦେଖା ଦେଇଛି। ଚଳିତ ବର୍ଷ ପୂର୍ବବର୍ଷ ତୁଳନାରେ ପ୍ରାକ୍‍ ମୌସୁମୀ ବର୍ଷା ରାଜ୍ୟରେ ୮୦% ହ୍ରାସ ପାଇଛି। ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଉଥିବା ମନେ କରାଯାଉଛି।

09 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର