ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଚେତାବନୀ : ଦଲାଲଙ୍କ ସହ ସଲାସୁତୁରା କରି ଘରୋଇ କ୍ଲିନିକ୍‌କୁ ରୋଗୀ ପଠାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରୁ କୌଣସି ଘରୋଇ କ୍ଲିନିକ୍‌କୁ ରୋଗୀ ସ୍ଥାନାନ୍ତର ପାଇଁ ପ୍ରୋତ୍ସାହିତ କରୁଥିବା ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ବହିର୍ବିଭାଗ (ଓପିଡି)କୁ ଆସୁଥିବା ରୋଗୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଖାଇ ଘରୋଇ କ୍ଲିନିକକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଏଭଳି ଘଟଣା ଉପରେ ରୋକ୍‌‌ ଲଗାଇବା ସହ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ […]

ଭୁବନେଶ୍ୱର: ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରୁ କୌଣସି ଘରୋଇ କ୍ଲିନିକ୍‌କୁ ରୋଗୀ ସ୍ଥାନାନ୍ତର ପାଇଁ ପ୍ରୋତ୍ସାହିତ କରୁଥିବା ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ବହିର୍ବିଭାଗ (ଓପିଡି)କୁ ଆସୁଥିବା ରୋଗୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଖାଇ ଘରୋଇ କ୍ଲିନିକକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଏଭଳି ଘଟଣା ଉପରେ ରୋକ୍‌‌ ଲଗାଇବା ସହ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ୍‌‌ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ ଆଜି ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସମେତ ଜିଲ୍ଲାପାଳ, ଏସପି , ଡିସିପି ଓ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖି ସରକାରୀ ହସ୍ପିଟାଲ ଓ ମେଡିକାଲଗୁଡ଼ିକରେ ଦଲାଲମାନେ ଏଭଳି କରୁଥିବା ନେଇ ନଜରକୁ ଆସିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଯାଜପୁର ଜିଲ୍ଲାର ବିଜେଡି ବିଧାୟକ ଓ ନେତୃବୃନ୍ଦ; ଲୋକଙ୍କ ସେବା ଜାରି ରଖିବାକୁ ନବୀନଙ୍କ ପରାମର୍ଶ

ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ହସ୍ପିଟାଲ୍‌‌ ପରିସରରେ ଅନେକ ଲୋକ ଏହି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି। ସରକାରୀ ହସ୍ପିଟାଲରେ ବହୁତ ରୋଗୀ ଅଛନ୍ତି ଓ ଘରୋଇ କ୍ଲିନକରେ ସେମାନଙ୍କୁ ମାଗଣାରେ ଚିକିତ୍ସା ମିଳିପାରିବ ବୋଲି ପ୍ରତିଶ୍ରୁତି ଦେଇ ଘରୋଇ କ୍ଲିନିକ୍‌‌କୁ ନେବା ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେମାନେ ଦୂରଦୂରାନ୍ତରୁ ଆସିଥିବା ରୋଗୀଙ୍କଠାରୁ ଅର୍ଥ ଦାବି କରୁଥିବା ବେଳେ ସରକାରୀ ହସ୍ପିଟାଲରେ ସଠିକ ଚିକିତ୍ସା ଉପଲବ୍ଧ ହେଉନାହିଁ ବୋଲି ରୋଗୀଙ୍କୁ ଦର୍ଶାଉଛନ୍ତି। ଏଥିପାଇଁ ହସ୍ପିଟାଲଗୁଡ଼ିକର ସମସ୍ତ ଫାକଲ୍ଟି, ଡାକ୍ତର, ପାରାମେଡିକ୍ସ ଷ୍ଟାଫ୍‌‌ଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଷ୍ଟାଫ୍‌‌ଙ୍କୁ ଏହି ଘଟଣା ଉପରେ ନଜର ରଖିବାକୁ କୁହାଯାଇଛି। ଏମିତି କୌଣସି ଘଟଣା ଉପରେ ନଜର ପଡ଼ିଲେ ନିକଟସ୍ଥ ଥାନା ଅଧିକାରୀଙ୍କୁ ଅବଗତ କରାଇବାକୁ କୁହାଯାଇଛି। ଏହାଦ୍ୱାରା ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ସହ ଏହି ଘଟଣାରେ ରୋକ ଲାଗିବ ବୋଲି ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେଡି, ଜିଲ୍ଲା ବୁଲିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଅନ୍ୟପଟେ ଯଦି ସରକାରୀ ହସ୍ପିଟାଲର କୌଣସି ଫାକଲ୍ଟି, ଡାକ୍ତର ପାରାମେଡିକ୍ସ କିମ୍ବା ଅନ୍ୟ ଷ୍ଟାଫଙ୍କର ଏଭଳି ଘଟଣାରେ ସମ୍ପୃକ୍ତି ଥାଏ ତାଙ୍କ ବିରୋଧରେ ସିସିଏ ରୁଲ୍‌‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମତି ପଣ୍ଡିତ୍‌‌ ଚିଠିରେ ଦର୍ଶାଇଛନ୍ତି। ଏହି ବ୍ୟବସ୍ଥାରେ ରୋକ୍‌‌ ଲଗାଇବା ପାଇଁ ହସ୍ପିଟାଲଗୁଡ଼ିକୁ ଓପିଡିକୁ ଯିବା ପାଇଁ ହସ୍ପିଟାଲ ପ୍ରବେଶ ଦ୍ୱାର ନିକଟରେ ଓଡ଼ିଆ ଓ ଇଂରାଜୀରେ ସାଇନ୍‌‌ବୋର୍ଡ ଲଗାଇବାକୁ କୁହାଯାଇଛି। ସମସ୍ତ ବହିର୍ବିଭାଗର ରୁଟ୍‌‌ଚାଟ, ଓପିଡିର ନାମ ସହିତ ଅନ୍ୟ ସମସ୍ତ ତଥ୍ୟ ଏଥିରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର ଜୁଦ୍ଧକାଳୀନ ଭିତ୍ତିରେ ଲାଗୁ କରିବାକୁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସ ଆରମ୍ଭରୁ ଉପରମୁହାଁ ପାରଦ; ୪୦ ଡିଗ୍ରୀ ଟପିଲା ରାଜ୍ୟର ୯ ସହର ତାପମାତ୍ରା

28 Oct 2022 By The Sakala

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଚେତାବନୀ : ଦଲାଲଙ୍କ ସହ ସଲାସୁତୁରା କରି ଘରୋଇ କ୍ଲିନିକ୍‌କୁ ରୋଗୀ ପଠାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରୁ କୌଣସି ଘରୋଇ କ୍ଲିନିକ୍‌କୁ ରୋଗୀ ସ୍ଥାନାନ୍ତର ପାଇଁ ପ୍ରୋତ୍ସାହିତ କରୁଥିବା ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ବହିର୍ବିଭାଗ (ଓପିଡି)କୁ ଆସୁଥିବା ରୋଗୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଖାଇ ଘରୋଇ କ୍ଲିନିକକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଏଭଳି ଘଟଣା ଉପରେ ରୋକ୍‌‌ ଲଗାଇବା ସହ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ୍‌‌ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ ଆଜି ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସମେତ ଜିଲ୍ଲାପାଳ, ଏସପି , ଡିସିପି ଓ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖି ସରକାରୀ ହସ୍ପିଟାଲ ଓ ମେଡିକାଲଗୁଡ଼ିକରେ ଦଲାଲମାନେ ଏଭଳି କରୁଥିବା ନେଇ ନଜରକୁ ଆସିଥିବା କହିଛନ୍ତି।

ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ହସ୍ପିଟାଲ୍‌‌ ପରିସରରେ ଅନେକ ଲୋକ ଏହି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି। ସରକାରୀ ହସ୍ପିଟାଲରେ ବହୁତ ରୋଗୀ ଅଛନ୍ତି ଓ ଘରୋଇ କ୍ଲିନକରେ ସେମାନଙ୍କୁ ମାଗଣାରେ ଚିକିତ୍ସା ମିଳିପାରିବ ବୋଲି ପ୍ରତିଶ୍ରୁତି ଦେଇ ଘରୋଇ କ୍ଲିନିକ୍‌‌କୁ ନେବା ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେମାନେ ଦୂରଦୂରାନ୍ତରୁ ଆସିଥିବା ରୋଗୀଙ୍କଠାରୁ ଅର୍ଥ ଦାବି କରୁଥିବା ବେଳେ ସରକାରୀ ହସ୍ପିଟାଲରେ ସଠିକ ଚିକିତ୍ସା ଉପଲବ୍ଧ ହେଉନାହିଁ ବୋଲି ରୋଗୀଙ୍କୁ ଦର୍ଶାଉଛନ୍ତି। ଏଥିପାଇଁ ହସ୍ପିଟାଲଗୁଡ଼ିକର ସମସ୍ତ ଫାକଲ୍ଟି, ଡାକ୍ତର, ପାରାମେଡିକ୍ସ ଷ୍ଟାଫ୍‌‌ଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଷ୍ଟାଫ୍‌‌ଙ୍କୁ ଏହି ଘଟଣା ଉପରେ ନଜର ରଖିବାକୁ କୁହାଯାଇଛି। ଏମିତି କୌଣସି ଘଟଣା ଉପରେ ନଜର ପଡ଼ିଲେ ନିକଟସ୍ଥ ଥାନା ଅଧିକାରୀଙ୍କୁ ଅବଗତ କରାଇବାକୁ କୁହାଯାଇଛି। ଏହାଦ୍ୱାରା ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ସହ ଏହି ଘଟଣାରେ ରୋକ ଲାଗିବ ବୋଲି ଲକ୍ଷ୍ୟ ରହିଛି।

ଅନ୍ୟପଟେ ଯଦି ସରକାରୀ ହସ୍ପିଟାଲର କୌଣସି ଫାକଲ୍ଟି, ଡାକ୍ତର ପାରାମେଡିକ୍ସ କିମ୍ବା ଅନ୍ୟ ଷ୍ଟାଫଙ୍କର ଏଭଳି ଘଟଣାରେ ସମ୍ପୃକ୍ତି ଥାଏ ତାଙ୍କ ବିରୋଧରେ ସିସିଏ ରୁଲ୍‌‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମତି ପଣ୍ଡିତ୍‌‌ ଚିଠିରେ ଦର୍ଶାଇଛନ୍ତି। ଏହି ବ୍ୟବସ୍ଥାରେ ରୋକ୍‌‌ ଲଗାଇବା ପାଇଁ ହସ୍ପିଟାଲଗୁଡ଼ିକୁ ଓପିଡିକୁ ଯିବା ପାଇଁ ହସ୍ପିଟାଲ ପ୍ରବେଶ ଦ୍ୱାର ନିକଟରେ ଓଡ଼ିଆ ଓ ଇଂରାଜୀରେ ସାଇନ୍‌‌ବୋର୍ଡ ଲଗାଇବାକୁ କୁହାଯାଇଛି। ସମସ୍ତ ବହିର୍ବିଭାଗର ରୁଟ୍‌‌ଚାଟ, ଓପିଡିର ନାମ ସହିତ ଅନ୍ୟ ସମସ୍ତ ତଥ୍ୟ ଏଥିରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର ଜୁଦ୍ଧକାଳୀନ ଭିତ୍ତିରେ ଲାଗୁ କରିବାକୁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର