ଜବରଦଖଲରୁ ମୁକ୍ତ ହେବ ସରକାରୀ ଜମି, ସବୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର : ସରକାରୀ ଜମିରୁ ଜବରଦଖଲ ଉଛେଦ ପାଇଁ ଆରମ୍ଭ ହେବ ବଡ଼ ଧରଣର ଅଭିଯାନ। କେବଳ ଉଛେଦ ହେବ ନାହିଁ ଜବରଦଖଲକାରୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହେବ। ସହର ଓ ଗ୍ରାମାଞ୍ଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ତାହାର ସର୍ଭେ ଆରମ୍ଭ କରି ବିହିତ ପଦକ୍ଷେପ ନେବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ସାହୁ ଲେଖିଥିବା […]

ଭୁବନେଶ୍ୱର : ସରକାରୀ ଜମିରୁ ଜବରଦଖଲ ଉଛେଦ ପାଇଁ ଆରମ୍ଭ ହେବ ବଡ଼ ଧରଣର ଅଭିଯାନ। କେବଳ ଉଛେଦ ହେବ ନାହିଁ ଜବରଦଖଲକାରୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହେବ। ସହର ଓ ଗ୍ରାମାଞ୍ଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ତାହାର ସର୍ଭେ ଆରମ୍ଭ କରି ବିହିତ ପଦକ୍ଷେପ ନେବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଶ୍ରୀ ସାହୁ ଲେଖିଥିବା ଚିଠି ଅନୁସାରେ ସହର ଉଚ୍ଚସ୍ତରୀୟ ବୈଠକରେ ଗଭୀର ଉଦ୍‌‌ବେଗ ପ୍ରକାଶ ପାଇଛି। ଭୂ-ସମ୍ପଦର ଅନୁକୂଳତମ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟ ପାଇଁ ତାହାର ସୁଷମ ବଣ୍ଟନ କରି ଆର୍ଥିକ ପ୍ରଗତି ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ। ତେବେ ଉଭୟ ସହର ଓ ଗ୍ରାମାଞ୍ଚଳରେ ସରକାରୀ ଜମିର ବହୁଳ ଜବରଦଖଲ ହେତୁ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଆବଣ୍ଟନ ବାଧାପ୍ରାପ୍ତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଜବରଦଖଲ ହେତୁ ସେଥିରୁ ରାଜସ୍ୱ ବାବଦରେ ସରକାର ଟଙ୍କାଟିଏ ବି ପାଉ ନାହାନ୍ତି। ଏଥିସହ ଜବରଦଖଲ ପାଇଁ ସରକାରଙ୍କୁ ଅଦାଲତୀ ମାମଲାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ତେଣୁ ସହର ହେଉ ଅବା ଗ୍ରାମ ଯେଉଁଠି ବି ସରକାରୀ ଜମି ଜବରଦଖଲରେ ଅଛି ତାହାର ସଠିକ୍‌‌ ସର୍ବେକ୍ଷଣ କରାଯିବା ସହ ତୁରନ୍ତ ତାହାକୁ ଜବରଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେବା ଦିଗରେ ଜିଲ୍ଲାପାଳମାନେ ଯତ୍ନବାନ୍‌‌ ହୁଅନ୍ତୁ। ଜିଲ୍ଲା ପ୍ରଶାସନକୁ ମିଳିଥିବା ପାଣ୍ଠି ବିନିଯୋଗରେ ଜବରଦଖଲ ମୁକ୍ତ ହୋଇଥିବା ଜମିକୁ ଆବଦ୍ଧ କରିବା ସହିତ ତାହା ସରକାରୀ ଜମି ବୋଲି ସୂଚନା ଫଳକ ଲଗାଯିବ। ଯଦି ଏଥିପାଇଁ ପାଣ୍ଠିର ଅଭାବ ଥାଏ ତା ହେଲେ ସେ ସମ୍ପର୍କରେ ବିଭାଗକୁ ତୁରନ୍ତ ସୂଚନା ଦେଲେ ପାଣ୍ଠି ଯୋଗାଇ ଦିଆଯିବ। ଏହାକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ସହିତ ପ୍ରତି ୧୫ ଦିନରେ ଥରେ ଏ ସମ୍ପର୍କିତ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

07 Jul 2024 By The Sakala

ଜବରଦଖଲରୁ ମୁକ୍ତ ହେବ ସରକାରୀ ଜମି, ସବୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସରକାରୀ ଜମିରୁ ଜବରଦଖଲ ଉଛେଦ ପାଇଁ ଆରମ୍ଭ ହେବ ବଡ଼ ଧରଣର ଅଭିଯାନ। କେବଳ ଉଛେଦ ହେବ ନାହିଁ ଜବରଦଖଲକାରୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହେବ। ସହର ଓ ଗ୍ରାମାଞ୍ଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ତାହାର ସର୍ଭେ ଆରମ୍ଭ କରି ବିହିତ ପଦକ୍ଷେପ ନେବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ସାହୁ ଲେଖିଥିବା ଚିଠି ଅନୁସାରେ ସହର ଉଚ୍ଚସ୍ତରୀୟ ବୈଠକରେ ଗଭୀର ଉଦ୍‌‌ବେଗ ପ୍ରକାଶ ପାଇଛି। ଭୂ-ସମ୍ପଦର ଅନୁକୂଳତମ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟ ପାଇଁ ତାହାର ସୁଷମ ବଣ୍ଟନ କରି ଆର୍ଥିକ ପ୍ରଗତି ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ। ତେବେ ଉଭୟ ସହର ଓ ଗ୍ରାମାଞ୍ଚଳରେ ସରକାରୀ ଜମିର ବହୁଳ ଜବରଦଖଲ ହେତୁ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଆବଣ୍ଟନ ବାଧାପ୍ରାପ୍ତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଜବରଦଖଲ ହେତୁ ସେଥିରୁ ରାଜସ୍ୱ ବାବଦରେ ସରକାର ଟଙ୍କାଟିଏ ବି ପାଉ ନାହାନ୍ତି। ଏଥିସହ ଜବରଦଖଲ ପାଇଁ ସରକାରଙ୍କୁ ଅଦାଲତୀ ମାମଲାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି।

ତେଣୁ ସହର ହେଉ ଅବା ଗ୍ରାମ ଯେଉଁଠି ବି ସରକାରୀ ଜମି ଜବରଦଖଲରେ ଅଛି ତାହାର ସଠିକ୍‌‌ ସର୍ବେକ୍ଷଣ କରାଯିବା ସହ ତୁରନ୍ତ ତାହାକୁ ଜବରଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେବା ଦିଗରେ ଜିଲ୍ଲାପାଳମାନେ ଯତ୍ନବାନ୍‌‌ ହୁଅନ୍ତୁ। ଜିଲ୍ଲା ପ୍ରଶାସନକୁ ମିଳିଥିବା ପାଣ୍ଠି ବିନିଯୋଗରେ ଜବରଦଖଲ ମୁକ୍ତ ହୋଇଥିବା ଜମିକୁ ଆବଦ୍ଧ କରିବା ସହିତ ତାହା ସରକାରୀ ଜମି ବୋଲି ସୂଚନା ଫଳକ ଲଗାଯିବ। ଯଦି ଏଥିପାଇଁ ପାଣ୍ଠିର ଅଭାବ ଥାଏ ତା ହେଲେ ସେ ସମ୍ପର୍କରେ ବିଭାଗକୁ ତୁରନ୍ତ ସୂଚନା ଦେଲେ ପାଣ୍ଠି ଯୋଗାଇ ଦିଆଯିବ। ଏହାକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ସହିତ ପ୍ରତି ୧୫ ଦିନରେ ଥରେ ଏ ସମ୍ପର୍କିତ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର