ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା; ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବରେ ହେବ କଡାକଡି ଯାଞ୍ଚ ...

Deviprasad Mohanty Picture
Published On

ଭୁବନେଶ୍ବର: ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା। ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ।  ଏ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଅଗ୍ନି ନିରାପତ୍ତା ନେଇ କଡାକଡି ଯାଞ୍ଚ ହେବ। ୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ । ବିଲ୍ଡିଂ ଆପୃଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ନର୍ଥ ଗୋଆ ଠାରେ ଗତ ଡିସେମ୍ବର ୭ ରବିବାର ମଧ୍ୟରାତିରେ ଏକ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଓଡିଶା ଅଗ୍ନିଶମ ବିଭାଗ। 

ଆହୁରି ପଢ଼ନ୍ତୁ:  ଆସନ୍ତା ୨୮ରେ ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ: ମତାଧିକାର ସାବ୍ୟସ୍ତ କରିବେ ୩୮ ହଜାରରୁ ଅଧିକ ଭୋଟର

08 Dec 2025 By Deviprasad Mohanty

ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା; ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବରେ ହେବ କଡାକଡି ଯାଞ୍ଚ ...

ଭୁବନେଶ୍ବର: ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା। ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ।  ଏ ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଅଗ୍ନି ନିରାପତ୍ତା ନେଇ କଡାକଡି ଯାଞ୍ଚ ହେବ। ୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ । ବିଲ୍ଡିଂ ଆପୃଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ନର୍ଥ ଗୋଆ ଠାରେ ଗତ ଡିସେମ୍ବର ୭ ରବିବାର ମଧ୍ୟରାତିରେ ଏକ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଓଡିଶା ଅଗ୍ନିଶମ ବିଭାଗ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର