ସିଟି ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ: ପ୍ରବେଶିକା ହେବନି; କ୍ୟାରିଅର ମାର୍କ ଆଧାରରେ ହେବ ନାମ ଲେଖା

The Sakala Picture
Published On

ଭୁବନେଶ୍ୱର: ଏବର୍ଷ ସିଟି ନାମଲେଖା ପ୍ରବେଶିକା ନୁହଁ; ମାଟ୍ରିକ୍‍ ଓ +୨ କ୍ୟାରିୟର ମାର୍କ ଆଧାରରେ ଅନୁଷ୍ଠିତ ହେବ। ସିଟି ନାମଲେଖା ପାଇଁ ଏସସିଇଆରଟି ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଛି। ଗଣଶିକ୍ଷା ବିଭାଗର ଅନୁମୋଦନ ପରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଛାତ୍ରଛାତ୍ର ପ୍ରବେଶିକା ପରୀକ୍ଷା ପରିବର୍ତ୍ତେ ପୂର୍ବର ସ୍ଥିତି ଭଳି ମାଟ୍ରିକ୍‍ ଓ +୨ ଆଧାରରେ ନାମ ଲେଖାଇବେ। ଯାହାକୁ ଶିକ୍ଷାବିତ୍‍ ଓ ଆଶାୟୀ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି। […]

ଭୁବନେଶ୍ୱର: ଏବର୍ଷ ସିଟି ନାମଲେଖା ପ୍ରବେଶିକା ନୁହଁ; ମାଟ୍ରିକ୍‍ ଓ +୨ କ୍ୟାରିୟର ମାର୍କ ଆଧାରରେ ଅନୁଷ୍ଠିତ ହେବ। ସିଟି ନାମଲେଖା ପାଇଁ ଏସସିଇଆରଟି ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଛି। ଗଣଶିକ୍ଷା ବିଭାଗର ଅନୁମୋଦନ ପରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଛାତ୍ରଛାତ୍ର ପ୍ରବେଶିକା ପରୀକ୍ଷା ପରିବର୍ତ୍ତେ ପୂର୍ବର ସ୍ଥିତି ଭଳି ମାଟ୍ରିକ୍‍ ଓ +୨ ଆଧାରରେ ନାମ ଲେଖାଇବେ। ଯାହାକୁ ଶିକ୍ଷାବିତ୍‍ ଓ ଆଶାୟୀ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୨୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଏସସିଇଆରଟିର ଏହି ନିଷ୍ପତ୍ତି ‘ଜଷ୍ଟିସ୍‍ ବର୍ମା କମିଟି’ର ନିର୍ଦ୍ଦେଶନାମାକୁ ଉଲଂଘନ କରୁଥିବା ଶିକ୍ଷାବିତ୍‍ ଦର୍ଶାଇଛନ୍ତି। ୨୦୧୨ ମସିହାରେ ବିଭିନ୍ନ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ସଂକ୍ରାନ୍ତୀୟ ମାର୍ଗଦର୍ଶିକା ଜଷ୍ଟିସ୍‍ ବର୍ମା ଜାରି କରିଥିଲେ। ପିଲାଙ୍କ କ୍ୟାରିୟର ମାର୍କ ଆଧାରରେ ନାମଲେଖା ନ କରି ପ୍ରବେଶିକା ଦ୍ୱାରା ନାମଲେଖାଇବାକୁ ସେ ପରାମର୍ଶ ଦେଇଥିଲେ। କ୍ୟାରିୟର ମାର୍କ ଦ୍ୱାରା ମେଧା ଚୟନ ସଠିକ୍‍ ହେଉ ନଥିବା ଏବଂ ଉପଯୁକ୍ତ ଦକ୍ଷତା ସମ୍ପର୍ଣ୍ଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ସୁଯୋଗ ପାଉ ନ ଥିବା ସେ ଦର୍ଶାଇଥିଲେ। ତେଣୁ ଏସସିଇଆରଟି ୨୦୧୩ ମସିହାରୁ ପ୍ରବେଶିକା ଆଧାରରେ ପିଲାଙ୍କ ନାମଲେଖା କରୁଥିଲା। ପ୍ରଥମେ ଅଫଲାଇନ୍‍ ଓ ୨୦୧୮ ମସିହାରୁ ଅନଲାଇନ(ସିବିଟି) ଯୋଗେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିଲା। ବିଗତ ବର୍ଷ ନାମଲେଖା ହୋଇ ନଥିବା ବେଳେ ଚଳିତ ବର୍ଷ ସିଟି ନାମଲେଖା ଏସସିଇଆରଟି କ୍ୟାରିୟର ମାର୍କ ଦ୍ୱାରା କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଏହା ଦ୍ୱାରା ଅନେକ ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେ ବୋଲି ଛାତ୍ର କଂଗ୍ରେସ ଦର୍ଶାଇଛି। ଛାତ୍ର କଂଗ୍ରେସର ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର କହନ୍ତି, ତିନି ଚାରି ବର୍ଷ ପୂର୍ବର ମାଟ୍ରିକ ଓ +୨ ପରୀକ୍ଷା ଏବଂ ମୂଲ୍ୟାୟନ ପଦ୍ଧତ୍ତି ବର୍ତ୍ତମାନର ବ୍ୟବସ୍ଥା ଠାରୁ ଯଥେଷ୍ଟ ଭିନ୍ନ। ଏବେ ପ୍ରାୟ ସବୁ ନାମଲେଖା ଦକ୍ଷତା ଏବଂ ପ୍ରବେଶିକା ଭିତ୍ତିରେ ହେଉଛି। ତେଣୁ କ୍ୟାରିୟର ମାର୍କ ପରିବର୍ତ୍ତେ ପ୍ରବେଶିକା ଭିତ୍ତିରେ ନାମଲେଖା ହେବା ଜରୁରୀ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

ତେବେ ଏସମ୍ପର୍କରେ ଏସସିଇଆରଟି ନିର୍ଦ୍ଦେଶକ ରଘୁରାମ ଆୟର କହନ୍ତି, ଚଳିତ ବର୍ଷ ସିଟି ନାମଲେଖା ପାଇଁ ମଞ୍ଜୁରୀ ବହୁ ବିଳମ୍ବରେ ମିଳିଲା। ପ୍ରବେଶିକା ପାଇଁ ବ୍ୟବସ୍ଥା କରାଗଲେ ନାମଲେଖା ପ୍ରକ୍ରିୟା ଆହୁରି ବିଳମ୍ବ ହେବ। ନାମଲେଖା ପ୍ରକ୍ରିୟା ଶିଘ୍ର ସାରିବା ପାଇଁ କ୍ୟାରିୟର ମାର୍କ ଆଧାରରେ ନାମ ଲେଖାଇବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

ଅପରପକ୍ଷେ ବିଗତ ପ୍ରାୟ ୬ ବର୍ଷ ହେବ ପ୍ରାଥମିକ ସ୍ତରରେ ଶିକ୍ଷକ ନିଯୁକ୍ତି ପ୍ରକ୍ରୟା ହୋଇ ନାହିଁ। ରାଜ୍ୟର ୩୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ସିଟି କୋର୍ସ ଶେଷ କରି ନିଯୁକ୍ତି ପାଇ ନାହାନ୍ତି। ଅନେକ ସମୟରେ ଏନେଇ ମଧ୍ୟ ସେମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଯାହାକୁ ଉପଲବ୍ଧି କରି ଗଣଶିକ୍ଷା ବିଭାଗ ଗତ ବର୍ଷ ପିଲାଙ୍କ ନାମ ଡିଏଲ୍‍ଇଡି(ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ)ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରି ନଥିଲା। ମାତ୍ର ଚଳିତ ବର୍ଷ ପୁନଶ୍ଚ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ନଚେତ୍‍ ଚଳିତ ଶିକ୍ଷା ବର୍ଷ ଶେଷ ପରେ କୌଣସି ସିଟି ଶିକ୍ଷାନୁଷ୍ଠାନରେ ଆଉ ଛାତ୍ରଛାତ୍ରୀ ରହିବେ ନାହିଁ। ବିଗତ ବର୍ଷ କୌଣସି ସିଟି ସ୍କୁଲରେ ନାମ ଲେଖା ହୋଇ ନ ଥିବାରୁ ଅକ୍ଟୋବରରେ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ଶେଷ ପରେ ଶିକ୍ଷାନୁଷ୍ଠାନ ଖାଲି ରହିବ। ନାମଲେଖା ନ ହେଲେ ୩୦ଟି ଡାଏଟ୍‍, ୪ଟି ବାଇଟ୍‍ ଓ ୩୩ଟି ଇଟିଇଆଇର ପାଖାପାଖି ୩ଶହରୁ ଅଧିକ ଶିକ୍ଷକ ଖାଲି ବସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର