ଓଡ଼ିଶାର ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିକୁ ଆଉ ଏକ ସଫଳତା, ଉଦ୍‍ଘାଟିତ ହେଲା ‘ଆକ୍ସେଞ୍ଚର’ର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି । ଆକ୍ସେଞ୍ଚର ହେଉଛି ବିଶ୍ଵର ଅନ୍ୟତମ ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ, ଭାରତରେ ୩ଲକ୍ଷରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ଵରେ ପାଖାପାଖି ୭,୪୩,୦୦୦ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତ  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ଏହି ସଂସ୍ଥା ନିଯୁକ୍ତି ତଥା ନିବେଶ କ୍ଷେତ୍ରରେ […]

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ଆକ୍ସେଞ୍ଚର ହେଉଛି ବିଶ୍ଵର ଅନ୍ୟତମ ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ, ଭାରତରେ ୩ଲକ୍ଷରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ଵରେ ପାଖାପାଖି ୭,୪୩,୦୦୦ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତ  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ଏହି ସଂସ୍ଥା ନିଯୁକ୍ତି ତଥା ନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ । ଓଡ଼ିଶାରେ ଆକ୍ସେଞ୍ଚରର ପ୍ରତିଷ୍ଠା ଫଳରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଓଡ଼ିଶା ସମଗ୍ର ଭାରତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

ଏହି କେନ୍ଦ୍ରକୁ ଉଦ୍‍ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶା ବର୍ଷ-ବର୍ଷଧରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି, ଆକ୍ସେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାର ଆଉ ଏକ ସଫଳ କାହାଣୀ । ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଆକ୍ସେଞ୍ଚର ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ଦ୍ଵାରା ପ୍ରଭାବିତ ହୋଇ ଭୁବନେଶ୍ବରରେ ନିଜର ନିଜର ବୈଷୟିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛି । ଆମ ରାଜ୍ୟ ନୂତନ ଚିନ୍ତାଧାରା, ଉଦ୍ଭାବନ ଏବଂ ନୂତନ ଉଦ୍ୟୋଗକୁ ପ୍ରୋଶ୍ଚାହନ ଦେଇ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ଆଗେଇଚାଲିଛି । ମୋର ଦୃଢବିଶ୍ଵାସଯେ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଓଡ଼ିଶାର ବିକାଶ ଯାତ୍ରାରେ ଅଗ୍ରସର ହେବ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସେ କହିଥିଲେ, ଓଡ଼ିଶାରେ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଗତିଶୀଳ ପ୍ରୟାସର ଅନ୍ୟତମ ପ୍ରତିଫଳ ।

ଉଦ୍‍ଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି (ଟ୍ରାନ୍ସଫର୍ମେସନ ଇନିସିଏଟିଭ୍‍ସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଆକ୍ସେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ ଡ. ଭାସ୍କର ଘୋଷ, କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜ୍ ଏବଂ ମହେଶ ଜୁରାଲେ, ଗ୍ଲୋବାଲ ନେଟୱାର୍କ ଏବଂ ଲିଡ୍ – ଆଡଭାନ୍ସ ଟେକ୍ନୋଲୋଜି ସେଣ୍ଟର, ଇଣ୍ଡିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଓଡ଼ିଶା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଅତ୍ୟାଧୁନିକ ବୈଷୟିକ ଗବେଷଣା ଏବଂ କନସଲଟିଂ କମ୍ପାନିମାନଙ୍କ ପାଇଁ ନିବେଶ ନିମନ୍ତେ ଏକ ଆକର୍ଷଣୀୟ ରାଜ୍ୟ ପାଲଟିଛି । ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା ସେଣ୍ଟର ପ୍ରତିଷ୍ଠାଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ।

ଏହି ଅବସରରେ ଡ. ଭାସ୍କର ଘୋଷ, ଆକ୍ସେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ କହିଥିଲେ ଯେ, ଓଡ଼ିଶାରେ ଏହି ନୂତନ ବୈଷୟିକ କେନ୍ଦ୍ରକୁ ପ୍ରତିଷ୍ଠା କରି ଆମେ ଖୁବ ଉତ୍ସାହିତ । ଓଡ଼ିଶା ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷ ପ୍ରତିଭାରେ ସମୃଦ୍ଧ । ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି, ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ମୋର ଦୃଢ ବିଶ୍ୱାସଯେ ଖୁବ ଶୀଘ୍ର ବିଶ୍ଵର ଅନ୍ୟତମ ପ୍ରତିଷ୍ଠିତ ଟେକ-ସିଟି ଭାବରେ ଓଡ଼ିଶା ପରିଗଣିତ ହେବ । ଏହା ବ୍ୟତୀତ ଭାରତରେ ଆମର ସଂପ୍ରସାରଣ ତଥା ଉପସ୍ଥିତି ବିସ୍ତାର କରିବାର ପ୍ରତିବଦ୍ଧତାକୁ ଆମେ ଏହି କେନ୍ଦ୍ର ପ୍ରତିଷ୍ଠାଦ୍ଵାରା ସଫଳ ମଧ୍ୟ କରିପାରିଛୁ । ଭୁବନେଶ୍ୱରରେ ଆମର ଏହି ନୂତନ ବୈଷୟିକ କେନ୍ଦ୍ର କ୍ଲାଉଡ୍ କମ୍ପୁଟିଙ୍ଗ, ଡାଟା ଏନାଲିଟିକ୍ସ ଏବଂ ଏଆଇ ଇତ୍ୟାଦି ବ୍ୟବହାର କରି ଗ୍ରାହକମାନଙ୍କୁ ଅନନ୍ୟ ସେବା ଯୋଗାଇପାରିବ । ରାଜ୍ୟର ଅଭିବୃଦ୍ଧି କାହାଣୀରେ ଯୋଡିହେବା ସହିତ ନୂତନ ଉଦ୍ଭାବନ ଏବଂ ବିକାଶରେ ଯୋଗଦାନ କରିବାର ସୁଯୋଗକୁ ନେଇ ଆମେ ଉତ୍ସାହିତ ।

ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରରେ ଅବସ୍ଥିତ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ୭୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଥିବା ବେଳେ, ପାଖାପାଖି ୨୦୦୦ କର୍ମଚାରୀ ହାଇବ୍ରିଡ ମଡେଲରେ କାମ କରିବାପାଇଁ ଏହି କେନ୍ଦ୍ରରେ ସୁବିଧା ରହିଛି । ସୂଚନାଯୋଗ୍ୟଯେ, ଓଡିଶାରେ ଆକ୍ସେଞ୍ଚରର ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଯୋଜନା ରହିଛି ।

ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବମନୋଜ ମିଶ୍ର କହିଥିଲେ ଯେ, ଭୁବନେଶ୍ୱରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣାର କାର୍ଯ୍ୟାଳୟ ପ୍ରତିଷ୍ଠା ଆମ ରାଜ୍ୟର ସାମର୍ଥ୍ୟ ଉପରେ ନିବେଶକଙ୍କ ବିଶ୍ୱାସକୁ ସୂଚିତ କରୁଛି । ଭୁବନେଶ୍ୱରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର ରାଜ୍ୟର ଆଇ.ଟି. ଇକୋସିଷ୍ଟମ୍‍କୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶାର ଯୁବକ-ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ ।

ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ପକ୍ଷରୁ ଆଇ.ଟି. / ଆଇ.ଟି.ଇ.ଏସ୍. ଓ ଇ.ଏସ୍‍.ଡି.ଏମ୍‍. କ୍ଷେତ୍ରରେ ରାଜ୍ୟକୁ ନିରନ୍ତର ବୃହତ୍ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଫଳରେ ନିକଟ ଅତୀତରେ ପ୍ରମୁଖ ଆଇଟି/ଆଇଟିଇଏସ୍/ଇଏସଡିଏମ ଯଥା ଆଇବିଏମ୍, ପିଡବ୍ଲ୍ୟୁସି, ଡେଲୋଇଟ୍, କନକେନ୍ଟ୍ରିକ୍ସ, ହାପିଷ୍ଟ ମାଇଣ୍ଡସ୍, ଇନଫୋସିସ୍ ବିପିଏମ, ସିନୋପ୍ସିସ୍, ଇଆଣ୍ଡୱାଇ, ଚବ୍, ଇଆଣ୍ଡୱାଇ ଏବଂ କଗ୍ନିଜେଣ୍ଟ ଭଳି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ ସଂସ୍ଥା ରାଜ୍ୟରେ ସେମାନଙ୍କର ଗ୍ଲୋବାଲ ଡେଭଲପମେଣ୍ଟ ଏବଂ ଆଉଟସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି ।

22 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର