ବଜେଟ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଭୁବନେଶ୍ୱର : ବୁଧବାର ରାଜ୍ୟରେ ନବଗଠିତ ବିଜେପି ସରକାରର ତୃତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାତି ୮ଟା ୩୦ରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ରାଜ୍ୟ ବଜେଟ ଉପସ୍ଥାପନ ହେବାକୁ ଥିବା ବେଳେ ଆଜିର କ୍ୟାବିନେଟ ବୈଠକ ବହୁ ଗୁରୁତ୍ବ ବହନ କରୁଛି। ଏଣୁ ଏହି ବୈଠକରେ ସରକାର ରାଜ୍ୟବାସୀଙ୍କ […]
ଭୁବନେଶ୍ୱର : ବୁଧବାର ରାଜ୍ୟରେ ନବଗଠିତ ବିଜେପି ସରକାରର ତୃତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଜଣାପଡିଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାତି ୮ଟା ୩୦ରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ରାଜ୍ୟ ବଜେଟ ଉପସ୍ଥାପନ ହେବାକୁ ଥିବା ବେଳେ ଆଜିର କ୍ୟାବିନେଟ ବୈଠକ ବହୁ ଗୁରୁତ୍ବ ବହନ କରୁଛି। ଏଣୁ ଏହି ବୈଠକରେ ସରକାର ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଗତ ଜୁନ୍ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ରାଜ୍ୟରେ ସମୃଦ୍ଧ କୃଷକ ନୀତି ଅଧିନରେ ଧାନର ଏମଏସପି ୩୧୦୦ଟଙ୍କାକୁ ବୃଦ୍ଧି ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। ଏହାପରେ ଜୁଲାଇ ୧୦ରେ ମୋହନ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ବୈଠକ ବସିଥିଲା। ଏହି କ୍ୟାବିନେଟରେ ୫ ପ୍ରସ୍ତାବରେ ମୋହର ବାଜିଥିଲା। ସେଥି ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ, ଓଡ଼ିଆ ଭାଷା ସାହିତ୍ୟ ପାଇଁ କର୍ପସ ଫଣ୍ଡ, ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ,୨୦ ହଜାର ଶିକ୍ଷକ ନିଯୁକ୍ତି,ଉଠା ଜଳ ସେଚନ ବିଭାଗ ପ୍ରକଳ୍ପ ଓ ପିଏମ କିସାନ ରେ କାଳିଆ ହିତାଧିକାରୀଙ୍କୁ ସାମିଲ କରିବା ନିଷ୍ପତ୍ତି ନିଆଯାଇଥିଲା।